ବିକିନି ପିନ୍ଧି ଗଙ୍ଗାରେ ସ୍ନାନ ! ଭାଇରାଲ ହେଉଛି ମହିଳାଙ୍କ ଭିଡିଓ !

ହରିଦ୍ୱାର: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ସୁବିଧା ଯେତିକି ବଢ଼ୁଛି, ଏହାର ଦୁରୁପଯୋଗକୁ ନେଇ ଚିନ୍ତା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ହରିଦ୍ୱାରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗଙ୍ଗା ସ୍ନାନ କରୁଥିବା ଜଣେ ମହିଳାଙ୍କ ଭିଡିଓକୁ AI ସାହାଯ୍ୟରେ ବିକୃତ କରି ସୋସିଆଲ ମିଡିଆରେ ପ୍ରସାର କରାଯାଇଥିବା ଅଭିଯୋଗ ହୋଇଛି।

ଘଟଣାଟି ହର୍-କି-ପୈଡ଼ି ନିକଟସ୍ଥ ମାଲବୀୟ ଘାଟର ବୋଲି କୁହାଯାଉଛି। ଅଭିଯୋଗ ଅନୁସାରେ, ଗଙ୍ଗାରେ ସ୍ନାନ କରୁଥିବା ମହିଳାଙ୍କ ଏକ ଅସଲି ଭିଡିଓକୁ କିଛି ବ୍ୟକ୍ତି ଡାଉନଲୋଡ୍ କରିଥିଲେ। ପରେ AI ଟେକ୍ନୋଲୋଜି ବ୍ୟବହାର କରି ଭିଡିଓରେ ତାଙ୍କ ପୋଷାକକୁ କୃତ୍ରିମ ଭାବେ ପରିବର୍ତ୍ତନ କରାଯାଇଥିବା ଦାବି ହୋଇଛି। ଏହାପରେ ବିକୃତ ଭିଡିଓଟି ସୋସିଆଲ ମିଡିଆରେ ଛଡ଼ାଯାଇଥିବା ଜଣାପଡ଼ିଛି।

ଘଟଣାକୁ ନେଇ ଶ୍ରୀ ଗଙ୍ଗା ସଭାର ଆପତ୍ତି

ଭିଡିଓଟି ଭାଇରାଲ ହେବା ପରେ ଘଟଣାକୁ ନେଇ ଶ୍ରୀ ଗଙ୍ଗା ସଭା ପକ୍ଷରୁ ଆପତ୍ତି ପ୍ରକାଶ କରାଯାଇଛି। ସଭାର ସଭାପତି ନିତିନ ଗୌତମ ଘଟଣାକୁ ନିନ୍ଦା କରି ଦୋଷୀଙ୍କ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ତାଙ୍କ କହିବା ଅନୁଯାୟୀ, AIର ଦୁରୁପଯୋଗ କରି ଧାର୍ମିକ ସ୍ଥଳ ଏବଂ ସେଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟ କରାଯାଇଛି। ଏ ନେଇ ପୋଲିସ ତୁରନ୍ତ ମାମଲା ରୁଜୁ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉ ବୋଲି ସଭା ପକ୍ଷରୁ ଦାବି କରାଯାଇଛି।

ଫ୍ୟାକ୍ଟ ଚେକ୍‌ରେ ଭିଡିଓକୁ ନେଇ ଦାବି

ସୋସିଆଲ ମିଡିଆରେ ଭିଡିଓଟି ପ୍ରସାରିତ ହେବା ପରେ ଏହାର ସତ୍ୟତା ଯାଞ୍ଚ କରାଯାଇଥିବା ଦାବି କରାଯାଇଛି। ଫ୍ୟାକ୍ଟ ଚେକ୍‌ରେ ଭିଡିଓର ମୂଳ ଫୁଟେଜ୍ ଏବଂ ପରେ କରାଯାଇଥିବା ପରିବର୍ତ୍ତନ ମଧ୍ୟରେ ତଫାତ ଥିବା କୁହାଯାଇଛି। ଅର୍ଥାତ୍, ମୂଳ ଭିଡିଓରେ ମହିଳା ଜଣକ ସାଧାରଣ ଭାବେ ଗଙ୍ଗା ସ୍ନାନ କରୁଥିବାବେଳେ ପରେ ଏହାକୁ AI ମାଧ୍ୟମରେ ବିକୃତ କରାଯାଇଥିବା ଦାବି ହୋଇଛି।

ଏହି ମାମଲାରେ ମହିଳା ଜଣକ ମଧ୍ୟପ୍ରଦେଶର ବୋଲି କିଛି ସୂଚନାରେ ଦାବି କରାଯାଇଛି। ତେବେ ତାଙ୍କ ପରିଚୟ କିମ୍ବା ଠିକଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

ପୋଲିସ କହିଛି ଯେ, ଘଟଣା ସମ୍ପର୍କରେ ଅଭିଯୋଗ ମିଳିଲେ ତାହାର ତଦନ୍ତ କରାଯିବ ଏବଂ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। AI ବ୍ୟବହାର କରି ବ୍ୟକ୍ତିଙ୍କ ଭିଡିଓ କିମ୍ବା ଫଟୋକୁ ବିକୃତ କରି ପ୍ରସାର କରିବା ଘଟଣାକୁ ନେଇ ଏବେ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ