କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କୋସନ୍ଦି ପଞ୍ଚାୟତର ଡାରେଙ୍ଗବା ଗାଁରେ ବଜ୍ରପାତରେ ଜଣେ ୧୬ ବର୍ଷୀୟ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗାଁର ଜଗନ୍ନାଥ ଶିଶାଙ୍କ ପୁଅ ଭାଗୀରଥି ଶିଶା।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ନନ୍ଦପୁର ଅଞ୍ଚଳରେ ପ୍ରବଳ ପବନ ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା। ସେହି ସମୟରେ ଭାଗୀରଥି ଘରେ ମୋବାଇଲ୍ ଚାର୍ଜରେ ଲଗାଇ ଇୟରଫୋନ୍ରେ କିଛି ଶୁଣୁଥିଲେ। ହଠାତ୍ ବଜ୍ରପାତ ହେବାରୁ ସେ ଅଚେତ ହୋଇପଡ଼ିଥିଲେ।ପରିବାର ଲୋକେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ତେବେ ଡାକ୍ତର ପରୀକ୍ଷା କରି ଭାଗୀରଥିଙ୍କୁ ମୃତ ଘୋଷଣା କରିଥିଲେ।ଏହି ଦୁଃଖଦ ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଘଟଣା ଜଣାପଡ଼ିବା ପରେ ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀ ମେଡିକାଲରେ ପହଞ୍ଚିଥିଲେ। ଏହି ଅଘଟଣକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

