26.6 C
Odisha
Saturday, May 18, 2024
spot_img

ଘରେ ଟଙ୍କା ବର୍ଷା କରାଇବ ଏହି ପ୍ଲାଣ୍ଟ

ଦର୍ଶକବନ୍ଧୁ ଧନୀ ହେବାକୁ କିଏ ଅବା ନ ଚାହେଁ, ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରକାର ବାସ୍ତୁଶାସ୍ତର ଉପରେ ବିଶ୍ୱାସ କରନ୍ତି । ସେହି ଅନୁଯାୟୀ ଘରେ ନୀତି ନିୟମ ପାଳନ କରନ୍ତି । ଏସବୁ ଭିତରେ ଗୋଟିଏ ହେଲା, ଘରେ ଅନେକପ୍ରକାର ପ୍ଲାଣ୍ଟ ରଖିବା । ହୁଏତ ସମସ୍ତେ ଏହାକୁ ବିଶ୍ୱାସ କରୁନଥିବେ । ଆପଣ ପ୍ରାୟତଃ ସମସ୍ତେ ଘରର ସୌନ୍ଦର‌୍ୟ୍ୟ ବୃଦ୍ଧି ପାଇଁ ଗଛ ଲଗାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଗଛ ଲଗାଇବା ଦ୍ବାରା ଧନ ପ୍ରାପ୍ତି ହୋଇଥାଏ। ଆଜ୍ଞା ହଁ , ଘରେ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ଗଛ ଲଗାନ୍ତୁ। ଗଛ ଲଗାଇବା ଦ୍ବାରା ଅନେକ ସମସ୍ୟା ଦୂର ହେବା ସହ ଧନର ପ୍ରାପ୍ତି ହେବ।
ଧନୀ ହେବାକୁ ସମସ୍ତେ ଚାହାଁନ୍ତି, କିନ୍ତୁ ଜୀବନରେ କିଛି ନକରାତ୍ମକ ଶକ୍ତି ପାଇଁ ମଣିଷ ଧନୀ ହୋଇପାରେ ନାହିଁ। ଘରେ ଏଭଳି କିଛି ସମସ୍ୟା ଦେଖାଦିଏ ଯେଉଁଥିପାଇଁ ଧନ ବଢିବା ପରିବର୍ତ୍ତେ ହ୍ରାସ ହୋଇଯାଏ। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ଆପଣ ଘରେ ଗଛ ଲଗାନ୍ତୁ। ଗଛ ଏବଂ ଉଦ୍ଭିଦ କେବଳ ଘରର ସୌନ୍ଦର‌୍ୟ୍ୟ ବୃଦ୍ଧି କରନ୍ତି ତାହା ନୁହେଁ, ବରଂ ସେମାନେ ଘରର ପରିବେଶକୁ ଶୁଦ୍ଧ କରିବା ସହିତ ଅନେକ ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରନ୍ତି । ଆପଣ ଘରେ ମନି ପ୍ଲାଣ୍ଟ ଲଗାଯାଇଥିବା ନିଶ୍ଚୟ ଦେଖିଥିବେ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ମନି ପ୍ଲାଣ୍ଟରେ ଅନେକ ଆକର୍ଷିତ ଶକ୍ତି ରହିଥାଏ କିନ୍ତୁ ମନି ପ୍ଲାଣ୍ଟ ପରି ଆଉ ଏକ ଗଛ ରହିଛି ଯାହାକୁ ଲଗାଇଲେ ଟଙ୍କା ବର୍ଷା ହୋଇଥାଏ। ଘରେ ସୁଖ, ସମୃଦ୍ଧତା ଆଣିଦିଏ।
ବାସ୍ତୁଶାସ୍ତ୍ର ଅନୁଯାୟୀ ଯେତେବେଳେ ଆମେ ଘରର ସ୍ଥିତିକୁ ସୁଧାରିବା ପାଇଁ ଗଛ ଲଗାଇବାକୁ ଚାହୁଁ ସେତେବେଳେ ଆମ ମନରେ ମନି ପ୍ଲାଣ୍ଟ କଥା ମନକୁ ଆସେ। କିନ୍ତୁ ଆପଣ ଜାଣିଛନ୍ତି କି ମନିପ୍ଲାଣ୍ଟ ପରି ଆଉ ଏକ ପ୍ଲାଣ୍ଟ ରହିଛି ଯାହା ମନିପ୍ଲାଣ୍ଟଠୁ ୨ ଗୁଣା ଅଧିକ ପ୍ରଭାବ ପକାଇଥାଏ। ଏହି ପ୍ଲାଣ୍ଟର ନା ହେଉଛି ସ୍ପାଇଡର ପ୍ଲାଣ୍ଟ। ଏହି ପ୍ଲାଣ୍ଟକୁ ସାଧାରଣତ ସମସ୍ତେ ନିଜ ବାଲକୋନିରେ ଏକ ଛୋଟ ଟବରେ ଲଗାଇଥାନ୍ତି। ଘରେ ଏହି ଗଛ ଲଗାଇବା ଦ୍ବାରା ନକରାତ୍ମକ ଶକ୍ତି ଦୂରେଇ ସକରାତ୍ମକ ଶକ୍ତି ଆଣି ଦେଇଥାଏ। ଏହି ଗଛ ଧନ ପ୍ରାପ୍ତି କରାଇବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ।
ଏହି ପ୍ଲାଣ୍ଟର ନାଁ ରିବନ ପ୍ଲାଣ୍ଟ ବା ସ୍ପାଇଡର ଆଇଭି ଭାବରେ ମଧ୍ୟ ଜଣାଶୁଣା। ଏହି ଉଦ୍ଭିଦ କେବଳ ବାସ୍ତୁ ଅନୁଯାୟୀ ନୁହେଁ ଫେଙ୍ଗ ଶୁଇଙ୍ଗ ଅନୁଯାୟୀ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ। ତେବେ ଆପଣ ଏହି ସ୍ପାଇଡର ପ୍ଲାଣ୍ଟକୁ ଘରର କେଉଁଠି ରଖିଲେ ଧନ ବଢିବା ତାହା ଜାଣିବା ନିହାତି ଆବଶ୍ୟକ।
ସ୍ପାଇଡର୍ ପ୍ଲାଣ୍ଟର ଉପକାରିତା- ଆଜିକାଲି ଅଧିକାଂଶ ଲୋକେ ନିଜ ଘର କିମ୍ବା ଅଫିସର ସୌନ୍ଦର‌୍ୟ୍ୟ ବୃଦ୍ଧି କରିବା ପାଇଁ ମନି ପ୍ଲାଣ୍ଟ ଲଗାନ୍ତି। ବାସ୍ତବରେ ଏହା ଲଗାଇବା ଦ୍ବାରା ଏହା ଆମ ଆଖି ଏବଂ ମନକୁ ଏକ ପ୍ରକାର ସନ୍ତୁଷ୍ଟି ଦେଇଥାଏ। ସେହିପରି ମନି ପ୍ଲାଣ୍ଟ ବଦଳରେ ସ୍ପାଇଡର୍ ପ୍ଲାଣ୍ଟ ଲଗାଇବା ଦ୍ବାରା ମଧ୍ୟ ଘରୁ ନକରାତ୍ମକ ଶକ୍ତି ଦୂରେଇ ସକରାତ୍ମକ ଶକ୍ତି ଆଣି ଦେଇଥାଏ। ଏହା ସହ ସ୍ପାଇଡର୍ ପ୍ଲାଣ୍ଟ ଆମ ଆଖପାଖରୁ କାର୍ବନ ଡାଇଅକ୍ସାଇଡ୍ ଅବଶୋଷଣ କରିଥାଏ ଏବଂ ଅଧିକ ସୁଦ୍ଧ ଅମ୍ଳଜାନ ଛାଡିଥାଏ। ସ୍ପାଇଡର ପ୍ଲାଣ୍ଟକୁ ଘର ଭିତରେ ରଖିବା ଦ୍ୱାରା ଚାପ କମିବାରେ ସାହାଯ୍ୟ କରିଥାଏ ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଉତ୍ତର ପୂର୍ବ କିମ୍ବା ଉତ୍ତର ପଶ୍ଚିମ ଦିଗରେ ସ୍ପାଇଡର ପ୍ଲାଣ୍ଟ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ଦିଗରେ ସ୍ପାଇଡର ପ୍ଲାଣ୍ଟ ରଖିବା ଦ୍ବାରା ଘରୁ ନକରାତ୍ମକ ଶକ୍ତି ଦୂରେଇ ଯାଏ। ସକରାତ୍ମକ ଶକ୍ତି ବୃଦ୍ଧି କରି ଆର୍ଥିକ ସ୍ଥିତିରେ ଉନ୍ନତି ଆଣେ ଏବଂ ଲାଭ ବୃଦ୍ଧି କରେ। କିନ୍ତୁ କେବଳ ଗଛ ରଖିବା ଯଥେଷ୍ଟ ନୁହେଁ, ସ୍ପାଇଡର ଉଦ୍ଭିଦ ସହିତ ଅନୁସରଣ କରିବାକୁ ଅନେକ ନିୟମ ଅଛି ।
ଘରେ ସ୍ପାଇଡର୍ ପ୍ଲାଣ୍ଟ ଲଗାଇବା ବେଳେ ଏହି କଥା ନିହାତି ନଜରରେ ରଖିବା ଆବଶ୍ୟକ। ଯଦି କୈାଣସି କାରଣରୁ ଲଗାଇଥିବା ସ୍ପାଇଡର୍ ପ୍ଲାଣ୍ଟ ଶୁଖିଗଲା କିମ୍ବା ମରିଗଲା କେବେ ବି ଏହାକୁ ଘରେ ରଖନ୍ତୁ ନାହିଁ ତୁରନ୍ତ ଫିଙ୍ଗି ଦିଅନ୍ତୁ। ଆଉ ଏକ ନୂଆ ସ୍ପାଇଡର ପ୍ଲାଣ୍ଟ ଲଗାନ୍ତୁ। ଘରର ଦକ୍ଷିଣ କିମ୍ବା ପଶ୍ଚିମ ପାର୍ଶରେ ସ୍ପାଇଡର୍ ପ୍ଲାଣ୍ଟ ଲଗାନ୍ତୁ ନାହିଁ। ଏପରି କରିବା ଦ୍ବାରା ଅଶୁଭ ଫଳ ମିଳିଥାଏ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ