29.6 C
Odisha
Saturday, May 18, 2024
spot_img

ଯୋଡା ଶ୍ରାବଣର ଅର୍ଥ କ’ଣ ?

ପବିତ୍ର ଶ୍ରାବଣ ମାସ ହେଉଛି ଧର୍ମର ମାସ । ଏହି ମାସ ପ୍ରଭୁ ଶିବଙ୍କର ଅତି ପ୍ରିୟ ମାସ । ପ୍ରଭୁ ଶିବଶଙ୍କରଙ୍କୁ ସମର୍ପିତ ଏହି ମାସଟି । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ବିଶେଷ ରୂପରେ ପୂଜା କରିବାର ରୁକ ବେଦରେ କୁହାଯାଇଛି । ଶ୍ରଦ୍ଧାଳୁମାନେ ଶ୍ରାବଣ ମାସଟିକୁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଥାନ୍ତି । ନିରାମିଶ ରହି ପାଳିଥାନ୍ତି ଏହି ମାସଟିକୁ ।
ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିଧି ବିଧାନ ଅନୁସାରେ ପୂଜା କଲେ ପୂରଣ ହୋଇଥାଏ ମନସ୍କାମନା । ବିସ୍ୱାସ ରହିଛି, ମାତା ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଏହି ମାସରେ କଠୋର ତପସ୍ୟା କରିଥିଲେ । ଏହା ମଧ୍ୟ ବିଶ୍ଵାସ ରହିଛି କି ମାତା ପାର୍ବତୀ ଓ ମହାଦେବ ତ୍ରିଲୋକରେ ଭ୍ରମଣ କରିଥାନ୍ତି । ତେଣୁ ଏହି ପବିତ୍ର ମାସରେ ଭଗବାନଙ୍କ ଶିବଙ୍କ କୃପା ପାଇବାକୁ କାଉଡି ଯାତ୍ରାର ପରମ୍ପରା ପ୍ରାଚୀନ କାଳରୁ ରହି ଆସିଛି । ତେବେ ଚଳିତ ବର୍ଷ ଜୁଲାଇ ୪ରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ଯାହାକୁ ନେଇ କାଉଡିଆ ମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଲେଣି । କିନ୍ତୁ ସବୁ ବର୍ଷ ଭଳି ଏଥର ଶ୍ରାବଣ ମାସ ରହିଛି ଟିକିଏ ଖାସ୍ । ଦୀର୍ଘ ୧୯ ବର୍ଷ ପରେ ଯୋଡା ଶ୍ରାବଣ ପଡୁଛି ଏହି ବର୍ଷ । ତେବେ ଆପଣ ଜାଣିଛନ୍ତି କି ଏହି ଯୋଡା ଶ୍ରାବଣ କଣ ଓ କାହିଁକି ଏହା ପଡିଥାଏ ? ଯୋଡା ଶ୍ରାବଣ ପଡିଲେ ଏହା ଶୁଭ ନା ଅଶୁଭ ଆସନ୍ତୁ ଜାଣିବା ।
ଚଳିତ ବର୍ଷ ଶ୍ରାବଣ ମାସ ମଙ୍ଗଳବାର ଠାରୁ ଆରମ୍ଭ ହୋଇସାରିଛି । ତେଣୁ ସୋମବାର ଠାରୁ ଶ୍ରାବଣ ସୋମବାର ବ୍ରତ ପାଳିତ ହେବ । ଏହି ଶ୍ରାବଣ ମାସଟି ଅତ୍ୟନ୍ତ ଶୁଭ ରହିବ । ଚଳିତ ବର୍ଷ ଜୁଲାଇ ୪ରୁ ଶ୍ରାବଣ ମାସ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ଶେଷ ହେବ । ଏହି ଯୋଡା ମାସର ପ୍ରଥମ କୃଷ୍ଣ ପକ୍ଷର ଶେଷ ଶୁକ୍ଲ ପକ୍ଷ ହେଉଛି ଶୁଦ୍ଧ ଶ୍ରାବଣ ମାସ । ମଝିରେ ପ୍ରଥମ ଶୁକ୍ଲ ପକ୍ଷ ଓ ଦ୍ଵିତୀୟ କୃଷ୍ଣ ପକ୍ଷ ହେଉଛି ମଉଳା ଶ୍ରାବଣ ମାସ ।
ତେବେ ଓଡିଶାରେ ପ୍ରଚଳିତ ପୂର୍ଣ୍ଣିମା ଅନ୍ତ ମାସ ଗଣନାରେ ମଉଳା ମାସଟି ଶୁକ୍ଲ ପକ୍ଷର ଦୁଇ ମାସ ମଝିରେ ରୁହେ । ଶିବ ପୁରାଣ ଅନୁଯାୟୀ ଶ୍ରାବଣ ମାସକୁ ବିଶେଷ ଶୁଭ ବୋଲି ମାନାଯାଏ । କାରଣ ଏହି ମାସରେ ଭକ୍ତ ମାନେ କାଉଡି ଧରି ମହାଦେବଙ୍କ ଶିବଲିଙ୍ଗରେ ପାଣି ଅର୍ପଣ କରିବାକୁ ଯାଇଥାନ୍ତି । ଏଥର ଶ୍ରାବଣ ମାସ ୫୮ ଦିନ ରହିବ । ପଡୁଛି ୮ଟି ସୋମବାର ।
ତେବେ ଶ୍ରାବଣର ଆଗମନକୁ ଦୃଷ୍ଟିରେ ରଖି ଚଳ ଚଞ୍ଚଳ ହୋଇ ଉଠିଛି ସବୁ ଶିବାଳୟ । କାଉଡିଆ ମାନେ ତତପର ହୋଇ ଉଠିଛନ୍ତି । ଏବେ ସବୁଆଡେ ବୋଲବମ ସାମଗ୍ରୀ ମଧ୍ୟ ବିକ୍ରି ହେଉଛି । ନିଜର ମାନସିକ ପୂରଣ ପାଇଁ ଶ୍ରାବଣ ମାସରେ ଜଳାଭିଷେକ କରନ୍ତି ଶ୍ରଦ୍ଧାଳୁ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ