ଆଉ ନାହାନ୍ତି ଓଡ଼ିଆ ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ଏସକେ ମୁରଲଧରନ : ହୋଟେଲରୁ ମିଳିଲା ମୃତଦେହ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଜଗତକୁ ଶୋକାକୁଳ କରିଦେଇଛି ଏକ ଦୁଃଖଦ ଖବର। ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରୁ ପ୍ରଖ୍ୟାତ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଏସକେ ମୁରଲୀଧରନଙ୍କ ମୃତଦେହ ଉଦ୍ଧାର ହୋଇଛି। ହୋଟେଲ ରୁମ୍‌ରୁ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିବା ଜଣାପଡ଼ିଛି।

ମୁରଲୀଧରନଙ୍କ ଅସ୍ୱାଭାବିକ ମୃତ୍ୟୁ ଖବର ପ୍ରଚାର ହେବା ପରେ ଅଲିଉଡରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଏବଂ କିପରି ଘଟିଲା, ତାହା ଏବେ ରହସ୍ୟ ଘେରରେ ରହିଛି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଓଡ଼ିଆ ସିନେମାରେ ଏସକେ ମୁରଲୀଧରନଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଛାତି ଚିରି ଦେଲେ ତୁ’, ‘ନେଇ ଯାରେ ମେଘ ମୋତେ’, ‘ଆକାଶ କି ରଙ୍ଗ ଲାଗିଲା’, ‘ତୋ ଆଖିରେ ମୁଁ’, ‘ନୂଆ ନୂଆ ପ୍ରେମ’ ଏବଂ ‘ମୁଁ ଆଶିକ ମୁଁ ଆୱାରା’ ଭଳି ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା।

ବିଶେଷକରି ‘ଛାତି ଚିରି ଦେଲେ ତୁ’, ‘ନେଇ ଯାରେ ମେଘ ମୋତେ’ ଓ ‘ଆକାଶ କି ରଙ୍ଗ ଲାଗିଲା’ ଭଳି ଫିଲ୍ମ ତାଙ୍କୁ ଓଡ଼ିଆ ଫିଲ୍ମ ଜଗତରେ ଏକ ଭିନ୍ନ ପରିଚୟ ଦେଇଥିଲା। ଜଣେ ସଫଳ ନିର୍ଦ୍ଦେଶକଙ୍କ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ଅଲିଉଡ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ