23.3 C
Odisha
Friday, March 6, 2026

ଏବେ ସଚିନ ହିରୋ ଆଉ ସୀମା ହେବେ ହିରୋଇନ୍ !

ସୀମା ହୈଦର ଓ ସଚିନଙ୍କ ପ୍ରେମକାହାଣୀ ବିଷୟରେ କାହାକୁ ଅବା ଜଣାନଥିବ । ନିଜ ପ୍ରେମକୁ ପାଇବା ପାଇଁ ପାକିସ୍ତାନରୁ ଭାରତ ଆସି ଲମ୍ବା ସମୟ ଧରି ଚର୍ଚ୍ଚାରେ ରହିଛନ୍ତି । ପ୍ରେମକୁ ବାଦ ଦେଲେ ଏବେ ସେମାନଙ୍କର ଆର୍ଥିକ ସମସ୍ୟାକୁ ନେଇ ବି ଚର୍ଚ୍ଚା ଜୋର ହେଉଛି । ସଚିନ ଓ ସୀମାଙ୍କ ପରିବାର ତରଫରୁ କୁହାଯାଇଥିଲା କି, କାମ ଧନ୍ଦା ପାଇଁ ବାହାରକୁ ନ ଯିବା କାରଣରୁ ଏବେ ଜଟିଳ ସମସ୍ୟା ଦେଖାଦେଇଛି । ତାଙ୍କ ଘରର ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଛି ।
ହେଲେ ଏବେସୀମା ଓ ସଚିନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସୀମା ହୈଦରକୁ ଫିଲ୍ମରେ କାମ କରିବା ପାଇଁ ମିଳିଚି ଅଫର । ଆର୍ଥିକ ସମସ୍ୟା ଖବର ଚର୍ଚ୍ଚା ହେବା ପରେ ଉତରପ୍ରଦେଶ ନବ ନିର୍ମାଣ ସେନା ଅଧ୍ୟକ୍ଷ ଅମିତ ଜାନୀ ସୀମା ଓ ସଚିନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି ।
ଅମିତ ଜାନୀ ନିଜ ଫିଲ୍ମ ପ୍ରଡକ୍ସନ ହାଉସ ଜାନୀ ଫାୟର ଫକ୍ସ ବ୍ୟାନରରେ ନିର୍ମିତ ହେବାକୁ ଥିବା ଫିଲ୍ମରେ ଅଭିନୟ କରିବା ପାଇଁ ସୀମା ଓ ସଚିନଙ୍କୁ ଅଫର କରାଯାଇଛି । ତେବେ କହିରଖିବୁ କି, ନିକଟରେ ଅମିତ୍ ଜାନୀ ମୁମ୍ବାଇରେ ଫିଲ୍ମ ପ୍ରଡକ୍ସନ ହାଉସ ନିର୍ମାଣ କରିଥିଲେ ।
ବର୍ତମାନ ସମୟରେ ଅମିତ ଉଦୟପୁରରେ ହୋଇଥିବା ଟେଲର କହ୍ନେୟା ଲାଲ ସାହୁଙ୍କ ହତ୍ୟା ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଅମିତ ଜାନୀଙ୍କ ତରଫରୁ କହ୍ନେୟା ଲାଲ ସାହୁଙ୍କ ହତ୍ୟା ଉପରେ ହେବାକୁ ଥିବା ଫିଲ୍ମର ନାମ ଏ ଟେଲର ମର୍ଡର ଷ୍ଟୋରୀ ରଖାଯାଇଛି । ତେବେ ନଭେମ୍ବରରେ ଏହି ସିନେମାଟି ରିଲିଜ ହେବ ବୋଲି ଜଣାପଡିଛି ।
ତେବେ ଅମିତ ସୀମା ଓ ସଚିନ ଙ୍କୁ ଅଫର ଦେଇଛନ୍ତି କି, ଯଦି ସେମାନେ ଚାହିଁବେ, ତେବେ ତାଙ୍କ ପ୍ରଡକ୍ସନ ହାଉସରେ କାମ କରିପାରିବେ । ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ମିଲିବ । ଯାହାଦ୍ୱାରା ସୁଧୁରିପାରିବ ତାଙ୍କ ପରିବାରର ଆର୍ଥିକ ସ୍ଥିତି । ଏକ ଭିଡିଓ ଜାରି କରି ଅମିତ ଏହି ଅଫର ଦେଇଥିବା ଜଣାପଡିଛି ।
ତେବେ ଦେଖାଯାଉ ଆଗକୁ ଏହି ପ୍ରସ୍ତାବ ଉପରେ କଣ ନିଷ୍ପତି ନେଉଛନ୍ତି ସୀମା ଓ ସଚିନ । ଆଉ ଯଦି ସେମାନେ ସିନେମାରେ କାମ କରନ୍ତି, ତେବେ ତାଙ୍କୁ ଦର୍ଶକେ କେତେମାତ୍ରାରେ ଗ୍ରହଣ କରୁଛନ୍ତି କେବଳ ତାକୁ ଦେଖିବାକୁ ଅପେକ୍ଷା । ତେବେ ଏହି ଖବର ଉପରେ ଆପଣଙ୍କ ମତାମତ କଣ , କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ