29.6 C
Odisha
Saturday, May 18, 2024
spot_img

ମ୍ୟାଚ ବେଳେ ପଡିଆ ଭିତରକୁ ପଶି ଆସିଲା ସାପ

ଜୁଲାଇ ୩୦ ତାରିଖରୁ ଆରମ୍ଭ ହୋଇସାରିଛି ଲଙ୍କା ପ୍ରିମିୟର ଲିଗ୍ ର ୨୦୨୩ ସିଜିନ। ଗଲ୍ ଟାଇଟନସ ସହ ଡ଼ମ୍ବୁଲା ଔରା ମଧ୍ୟରେ ଚାଲିଥିଲା ମୁକାବିଲା । ମାର୍କି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚ ରେ ଡମ୍ବୁଲା ପାରି ଚାଲିଥିବା ବେଳେ ଅଚାନକ ଭାବେ ଏହାକୁ ବନ୍ଦ୍ କରାଯାଇଥିଲା । ଆପଣ ଭାବୁଥିବେ ଖେଳାଳିଙ୍କ ସହ ଜଡ଼ିତ କିଛି ଅସୁବିଧା ହେଇଥିବ ବୋଧେ । ହେଲେ ବାସ୍ତବରେ ସେମିତି କିଛି ଘଟି ନଥିଲା । ବରଂ ହଠାତ୍ ପଡିଆ ଭିତରକୁ ପଶି ଆସିଥିଲା ଏକ ବିରାଟ ବଡ ସାପ । ଯେଉଁଥିପାଇଁ ମ୍ୟାଚ୍ କୁ କିଛି ସମୟ ପାଇଁ ସ୍ଥଗିତ କରାଯାଇଥିଲା । ପଡିଆକୁ ସାପଟି ପ୍ରବେଶ କରିବା ବେଳେ ଆମ୍ପାୟର ଏହାକୁ ଦେଖିଥିଲେ । ପରେ ତାକୁ ଘଉଡାଇ ଗ୍ରାଉଣ୍ଡ ଷ୍ଟାଫ୍ ଙ୍କ ଦ୍ଵାରା ସାପଟିକୁ ଧରା ଯାଇଥିଲା । ଯାହାଦ୍ଵାରା ମ୍ୟାଚ୍ ଆରମ୍ଭ ହୋଇପାରିବ ।
ବର୍ତମାନ ସୋସିଆଲ ମିଡିଆ ରେ ଏହି ଭିଡିଓ ଟି ଭାଇରାଲ ହେବାରେ ଲାଗିଛି । ୟୁଜର ମଧ୍ୟ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ଯେତେବେଳେ ଦମ୍ବୁଲା ଟିମ୍ ବ୍ୟାଟିଂ କରୁଥିଲେ ସେତେବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଗଲ ଟାଇଟନସ ପାଇଁ ସାକିବ ଅଲ୍ ହସନ୍ ୫ମ ଓଭର ପକାଉଥିଲେ । ହେଲେ ୟା ପରେ ସାପର ଏଣ୍ଟ୍ରି ହୋଇଥିଲା । ଯାହାପରେ ବନ୍ଦ୍ ହୋଇଥିଲା ଖେଳ ।

ସେପଟେ ଆମେ ଯଦି ମ୍ୟାଚ୍ କଥା କହିବା, ତେବେ ଗଲ୍ ଟାଇଟନସ ସୁପର ଓଭର ରେ ଦମ୍ବୁଲା ଔରା କୁ ହରାଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଗଲ୍ ଟାଇଟନସ ୨୦ ଓଭର ରେ ୫ ୱିକେଟ ହରାଇ କରିଥିଲା ୧୮୦ ରନ । ଫଳ ସ୍ୱରୂପ ଔରା ଆଗରେ ବିଜୟ ପାଇଁ ଟାର୍ଗେଟ ଥିଲା ୧୮୧ ରନ । ହେଲେ ସେମାନେ ୨୦ ଓଭର ରେ ୭ ୱିକେଟ ହରାଇ ୧୮୦ ରନ କରିବାରେ ସଫଳ ରହିଥିଲେ। ପରିଣାମ ସ୍ବରୂପ ଟାଇ ହୋଇଥିଲା ଏହି ମୁକାବିଲା । ହେଲେ ଟାଇଟନସ୍ ସୁପର ଓଭର ରେ ଔରା କୁ ହରାଇଥିଲା ।
ତେବେ ଦର୍ଶକ ବନ୍ଧୁ ଖେଳ ଚାଲିଥିବା ବେଳେ ଏମିତି ସାପ ପଶି ଆସିବା ଘଟଣା ଉପରେ ଆପଣ କଣ୍ କହିବେ । ନିଜ ମତାମତ ଆମ ସହ ନିଶ୍ଚୟ ସେୟାର କରନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ