ଆଜି ବି ସ୍କୁଲ ଛୁଟି

ଦର୍ଶକ ବନ୍ଧୁ ଏବେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅନେକ ଘରଦ୍ୱାର ଉଜୁଡି ଯାଇଥିବା ବେଳେ ଗାଁ ମାନଙ୍କରେ ବାହାର ଦୁନିଆ ସହ ବିଛିନ୍ନ ହୋଇଛି ଯୋଗାଯୋଗ । ଲଘୁଚାପ ଜନିତ ବର୍ଷା ଯୋଗଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଏପରି ବାଦଲ ଫଟା ବର୍ଷା ଦୁଇ ଦିନ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ, ଲଗାଣ ବର୍ଷାରେ ଟୁଇନ୍ ସିଟି ଭାସୁଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ପରିସ୍ଥିତି ସଙ୍ଗୀନ୍ ରହିଛି । କିଛି ସ୍ଥାନରେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ଗମନାଗମନ ମଧ୍ୟ ହୋଇଛି ବାଧାପ୍ରାପ୍ତ । ଏନେଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଛି ପ୍ରଶାସନ । ପ୍ରବଳ ବର୍ଷା ପାଇଁ ଆଜି ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡିକୁ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଯାହାମଧ୍ୟରେ ରହିଛି ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ଓ ବରଗଡ଼ ଜିଲ୍ଲା । ଏହି ଜିଲ୍ଲାଗୁଡିକରେ ସ୍କୁଲ ଗୁଡିକ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲ୍ଲାପାଳ ମାନଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଜଣାଇ ରଖିବୁ, ଗତକାଲି ମଧ୍ୟ ଲଗାଣ ବର୍ଷା ଯୋଗୁଁ ୫ଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ନୂଆପଡ଼ା, କଳାହାଣ୍ଡି, କେନ୍ଦୁଝର, ବଲାଙ୍ଗୀର ଓ ସୁବର୍ଣ୍ଣପୁରର ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିଥିଲା।

ବର୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କଲେ ରାଜ୍ୟରେ ବନ୍ୟା ଆସିପାରେ ବୋଲି ଆମେ କହିପାରିବା । କାରଣ ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଂଙ୍କେତ ଅତିକ୍ରମ କରିସାରିଛି। ବଂଶଧାରା, ବୈତରଣୀ ନଦୀରେ ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଉପର ମୁଣ୍ଡରେ ଲଗାତାର ଏବଂ ପ୍ରବଳ ବର୍ଷା ହେବା କାରଣକୁ ବଂଶଧାରା ଏବଂ ବୈତରଣୀ ନଦୀ ଫୁଲିବା ନଦୀର ନିମ୍ନ ଭାଗରେ ଅବସ୍ଥିତ ଅଞ୍ଚଳ ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଲଗାତାର ବର୍ଷା ହେତୁ ବୈତରଣୀ ନଦୀର ଜଳ ସ୍ତର ମଧ୍ୟ ବୃଦ୍ଧି ପାଇ ରାଜଘାଟ ଠାରେ ବିପଦ ସଙ୍କେତ ଅତିକ୍ରମ କରିଛି। ୩୬.୩୬ ମିଟର ବିପଦ ସଙ୍କେତ ଅତିକ୍ରମ କରି ନଦୀର ଜଳ ସ୍ତର ଏବେ ୩୯.୧୪ ମିଟର ରହିଥିବା ଜଣାପଡିଛି । ଉଭୟ ବଂଶଧାରା ଏବଂ ବୈତରଣୀ ନଦୀରେ ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ଏହାକୁ ବାଦ ଦେଲେ ଯଦି ଆମେ ଗଜପତି ଜିଲା କଥା କହିବା ଗଜପତି ଜିଲ୍ଲାରେ ବଂଶଧାରା ନଦୀର ଜଳ ସ୍ତର ବୁଧବାର ବିପଦ ସଙ୍କେତ ଅତିକ୍ରମ କରିସାରିଛି। ସୂଚନା ଅନୁସାରେ ଗଜପତି ଜିଲ୍ଲାର କାଶୀନଗର ଠାରେ ବଂଶଧାରା ନଦୀର ଜଳ ସ୍ତର ୫୪.୯୦ ମିଟର ରହିଛି। ଯାହା ବିପଦ ସଂଙ୍କେତ ୫୪.୬୦ ମିଟର ଅତିକ୍ରମ କରିସାରିଛି। ନଦୀର ନିମ୍ନ ଅଞ୍ଚଳରେ ଜଳବନ୍ଦୀ ହେବାର ସମ୍ଭାବନାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି । ଏସବୁ ପରିସ୍ଥିତିକୁ ଆଖି ଆଗରେ ରଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ