ଦର୍ଶକ ବନ୍ଧୁ ଏବେ ଆରମ୍ଭ ହୋଇସାରିଛି ବର୍ଷା ଦିନ । ଭାରତ ରେ ଏବେ ଧୁମ୍ ଛେଚୁଚି ବର୍ଷା । ପ୍ରବଳ ମାତ୍ରାରେ ବର୍ଷା ହେବା କାରଣରୁ ରାସ୍ତା ଘାଟ ବନ୍ଦ୍ ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି । ଖାଲି ରାସ୍ତା ଘାଟ ନୁହେଁ ବରଂ ଅନେକ ଲୋକ ଙ୍କ ଘରଦ୍ୱାର ବି ଭାଙ୍ଗି ଯାଇଚି । ଉଜୁଡି ଯାଇଚି ଅନେକ ପରିବାର ।
ଆଗକୁ ବର୍ଷା ପ୍ରବଳ ମାତ୍ରାରେ ହେବା ନେଇ ସମ୍ଭାବନା ରହିଥିବାରୁ ସରକାର ମଧ୍ୟ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକଙ୍କୁ ସୁରକ୍ଷା ଦେବାକୁ ସମସ୍ତ ପ୍ରକାର ନିଷ୍ପତି ଗ୍ରହଣ କରାଯାଉଛି ।
ହେଲେ ଟିକିଏ ଭାବନ୍ତୁ ରାତି ଦିନ କିଛି ନ ଭାବି ସୀମାରେ ଆମକୁ ସୁରକ୍ଷା ଦେଉଥିବା ଭାରତୀୟ ଯବାନଙ୍କ କଥା । ଗଣ ମାଧ୍ୟମରେ ପ୍ରତିଦିନ ସାମ୍ନାକୁ ଆସୁଥିବା ଖବର ହିସାବ ରେ ଯଦି ସହରରେ କାହା ଘରେ ପାଣି ପଶିଯାଇଛି, ତେବେ ସେମାନେ ସରକାରଙ୍କୁ ଅନେକ ପ୍ରକାର ସମାଲୋଚନା କରୁଛନ୍ତି । ଡ୍ରେନେଜ୍ ସିଷ୍ଟମ ଠିକ୍ ନଥିବା ଦର୍ଶାଇ କହୁଛନ୍ତି ଅନେକ ପ୍ରକାର କଟୁ କଥା ।
ହେଲେ ଟିକିଏ ଭାବନ୍ତୁ ସୀମାରେ ଜଗି ରହି ଆମକୁ ସୁରକ୍ଷା ଦେଉଥିବା ଯବାନ ମାନଙ୍କ ଅବସ୍ଥା କଣ ନ ହେଉଥିବ । ଖରା, ବର୍ଷା, ଶୀତକୁ ଖାତିର ନ କରି ଯବାନ ମାନେ ଆମକୁ ସୁରକ୍ଷା ଦେଇ ଆସୁଛନ୍ତି । କେବଳ ଦେଶ ର ସୁରକ୍ଷା କଥା ଚିନ୍ତା କରି ସହି ଚାଲିଛନ୍ତି ଅନେକ କଷ୍ଟ । ଦରକାର୍ ପଡ଼ିଲେ ଦେଶ ପାଇଁ ନିଜର ବଳିଦାନ ଦେବାକୁ ବି ସେମାନେ ପଛାଉ ନାହାନ୍ତି ।
ଏସବୁ ଭିତରେ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଚି । ଯେଉଁଠି ଆପଣ ଦେଖୁଥିବା ଯବାନ କେମିତି ବର୍ଷାରେ ଓଦା ହୋଇ ଆମକୁ ସୁରକ୍ଷା ଦେବା ପାଇଁ କରୁଛନ୍ତି ନିଜର କର୍ତ୍ତବ୍ୟ । ଯାହାକୁ ଦେଖିଲେ ଆପଣ ସାଲ୍ୟୁଟ ନ କରି ରହି ପାରିବେନି । ସେମାନେ ଖାତିର କରନ୍ତିନି କୌଣସି ପ୍ରତିବନ୍ଧକ । ମନରେ ଦୃଢ ସାହସ ରଖି ସବୁବେଳେ ଆଗକୁ ବଢ଼ିଥାନ୍ତି ।
ପରିବାର ଏମାନଙ୍କ ର ବି ଅଛି, ଆରାମଦାୟକ ଜୀବନ ବିତେଇବାକୁ ଏମାନେ ବି ହକଦାର। ହେଲେ ଏ ସବୁକୁ ତୁଚ୍ଛ ମନେ କରି ଆଜି ହଜାର ହଜାର ଯୁବକ ସେନାରେ ନିୟୋଜିତ ରହି ଦେଶକୁ ଦେଇ ଆସୁଛନ୍ତି ସୁରକ୍ଷା ।
ତେବେ ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର ଦେଉଛନ୍ତି ସମାନ ପ୍ରତିକ୍ରିୟା । ଏହି ଯବାନ ଙ୍କ ପ୍ରତି ସମସ୍ତଙ୍କ ମନରେ ଅଛି ସମ୍ମାନ । ଦେଶ ପାଇଁ ଏମାନଙ୍କ ସମର୍ପଣ ଭାବ ଆଗରେ ସବୁକିଛି ପଡି ଯାଇଚି ଫିକା।
ଏହି ଭିଡିଓ ଟିକୁ ଲକ୍ଷାଧିକ ଲୋକେ ଦେଖି ସାରିଥିବା ବେଳେ ସେୟାର ସହ ପସନ୍ଦ କରୁଛନ୍ତି । ତେବେ ଦର୍ଶକ ବନ୍ଧୁ ଏ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା । ଯଦି ଭାରତୀୟ ଯବାନ ଙ୍କ ପ୍ରତି ଆପଣ ଙ୍କ ମନରେ ବି ରହିଛି ସମ୍ମାନ, ତେବେ କମେଣ୍ଟ ବକ୍ସ ରେ ଲେଖାନ୍ତୁ ଜୟ ହିନ୍ଦ୍ ।

