ଅସୁସ୍ଥ ଅଛନ୍ତି କି ? ଖାଇବା ପରେ ଡାକ୍ତର ଔଷଧ ଖାଇବାକୁ କହିଛନ୍ତି କି ? ତାହାଲେ ଦେଖନ୍ତୁ ଏହି ଭିଡିଓ । କାରଣ ଔଷଧ ଖାଇବାର ରହିଛି କିଛି ନିୟମ । କେତେ ସମୟ ପରେ ଟାଵଲେଟ ଖାଇଲେ ରୋଗ ଶୀଘ୍ର ଭଲ ହେବ ତାହା ଆପଣଙ୍କୁ କହିବୁ ଆମେ । ଯଦି ଭୁଲ ସମୟରେ ଔଷଧ ଖାଉଛନ୍ତି ତାହାଲେ ରୋଗ ଭଲ ହେବା ବଦଳରେ, ଆହୁରି ବଡ ହେବାର ରହିଛି ସମ୍ଭାବନା ।
ଆଜିକାଲି ସ୍ୱାସ୍ଥ୍ୟ ଖରାପ ସାଧାରଣ କଥା । ଅନେକ ସମୟରେ ଥଣ୍ଡା ଜର ଆଦି ଲାଗି ରହିଥାଏ । ଆଉ କେହି କେହି ବ୍ଲଡ଼ ପ୍ରେସର, ଡାଏବେଟିସର କରୁଛନ୍ତି ସାମ୍ନା । ତେବେ ସୁସ୍ଥ ହେବାକୁ ଡାକ୍ତର ଦେଇଥାନ୍ତି ଅନେକ ଟାବଲେଟ । ହେଲେ ମେଡ଼ିସିନ ଖାଇବାର ରହିଛି ଅନେକ ନିୟମ। ଯାହାକୁ ପାଳନ କଲେ ଶୀଘ୍ର କାମ ଦିଏ ମେଡ଼ିସିନ ଆଉ ଭଲ ହୁଏ ରୋଗ ।
ଔଷଧ ଏବଂ ଖାଦ୍ୟ ଖାଇବା ସମୟ ମଧ୍ୟରେ ବ୍ୟବଧାନ ଜରୁରୀ । ନହଲେ ସ୍ୱାସ୍ଥ୍ୟ ଉପରେ ପଡେ ପ୍ରତିକୂଳ ପ୍ରଭାବ । କମିପାରେ ରୋଗ ପ୍ରତିରୋଧକ ଶକ୍ତି। ଆଉ ଅନେକ ସମସ୍ୟା ବି ଉପୁଜେ । ଅଧିକାଂଶ ଔଷଧ ଖାଇବା ପରେ ହିଁ ଖାଇବାକୁ ପରାମର୍ଶ ଦିଅନ୍ତି ଡାକ୍ତର । ନହଲେ କିଛି ଔଷଧ ପେଟକୁ ଯାଇ ସୃଷ୍ଟି କରେ ଏସିଡିଟି କିମ୍ବା ଅଲସର ଭଳି ସମସ୍ୟା । ଆଉ କିଛି ଟାବଲେଟ ଜଲଦି ପାଣିରେ ତରଳି ଯାଏ । ତେଣୁ ଖାଲି ପେଟରେ ଖାଇବାକୁ କୁହନ୍ତି ଡାକ୍ତର । ଏହାଦ୍ୱାରା ଖାଦ୍ୟ ହଜମ କ୍ରିୟା ଉପରେ ପଡେନି ପ୍ରଭାବ ।
ତେବେ ଖାଇବାର କେତେ ସମୟ ପରେ ଔଷଧ ଖାଇବା ଭଲ ? ଖାଇବାର ଅଳ୍ପ ସମୟ ପରେ ଔଷଧ ଖାଉଛନ୍ତି କି? ତାହାଲେ ଏପରି କରିବାରୁ ଦୂରେଇ ରୁହନ୍ତୁ । କାରଣ କିଛି ଔଷଧ ଅଛି ଯାହାର ପ୍ରଭାବ ଅଧ ଘଣ୍ଟାରୁ ଏକ ଘଣ୍ଟା ପରେ ପଡିଥାଏ । ସେଥିପାଇଁ ଖାଦ୍ୟ ଗ୍ରହଣ ଏବଂ ଔଷଧ ଖାଇବା ମଧ୍ୟରେ ସମୟ ବିଷୟରେ ଡକ୍ତରଙ୍କୁ ପଚାରିବା ଦରକାର ।
ଅତିକମରେ ମେଡ଼ିସିନ ଆଉ ଖାଦ୍ୟ ମଧ୍ୟରେ ଅଧଘଣ୍ଟା ବ୍ୟବଧାନ ଜରୁରୀ । ଆଉ କିଛି ଡାକ୍ତର ଉଷୁମ ପାଣିରେ ଔଷଧ ଖାଇବାକୁ କହିଥାନ୍ତି । ଫଳରେ ଶୀଘ୍ର କାମ କରିଥାଏ ମେଡିସିନ । ଆଉ ଶରୀର ଉପରେ ପଡେନି ସାଇଡ ଇଫେକଟ । ତେଣୁ ଯେକୌଣସି ଔଷଧ ଖାଇଲେ ବି ଚିକିତ୍ସକଙ୍କ ପରାମର୍ଶ ନିହାତି ଜରୁରୀ ।

