25.4 C
Odisha
Saturday, May 18, 2024
spot_img

ଗାଧୋଇଲା ବେଳେ କରନ୍ତୁନି ଏହି କାମ, ନଚେତ ଭୋଗିବେ ଭୟଙ୍କର ପରିଣାମ

ଶରୀରକୁ ସୁସ୍ଥ ଆଉ ସତେଜ ରଖିବାକୁ ସ୍ନାନ ଅତି ମହତ୍ୱପୂର୍ଣ୍ଣ । ଶାସ୍ତ୍ରରେ ବି ସ୍ନାନର ଉପକାରିତା ବିଷୟରେ ହୋଇଛି ବର୍ଣ୍ଣନା ।  ଗାଧୋଇବାର ଅନେକ ନିୟମ ଅଧ୍ୟ ଅଛି । ଅନେକ ମୁନି ଋଷି  ଏ ବାବଦରେ ଲେଖିଛନ୍ତି ଗହନ କଥା । ଯାହା ମାନିବା ଦ୍ୱାରା ମିଳେ ଅନେକ ଫାଇଦା । ଦୂର ହୁଏ ସମସ୍ୟା ।

ଜୀବନରେ ଆସେ ଅନେକ ସମସ୍ୟା । ତେବେ ଏହି ସମସ୍ୟା ସହ ସ୍ନାନର ରହିଛି ସମ୍ପର୍କ । ସବୁଦିନ ଗାଧୋଇବା ଯେତେ ଜରୁରୀ, ଗାଧୋଇବାର ନିୟମ ମାନିବା ଆହୁରି ଦରକାର । ନଚେତ ଲାଗିରହେ ବିପଦ । କମେ ଆୟୁଷ । ଆଉ ଧନାହାନି ବି ଘଟିଥାଏ ।

କୁହାଯାଏ, ପ୍ରତ୍ୟେକ ଦିନ ସ୍ନାନ କରୁଥିବା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ । କିନ୍ତୁ ଅଧିକାଂଶ କିଛି ସାମଗ୍ରୀ ଗାଧୋଇବା ଘରେ ଛାଡ଼ି ଆସିଥାନ୍ତି। ବାଲଟିରେ ପାଣି ଭରି ମଧ୍ୟ ରଖି ଦେଇଥାନ୍ତି। ଏହା କରିବାକୁ ଶାସ୍ତ୍ରରେ କରାଯାଇଛି ମନା। ଗାଧୋଇ ସାରି ବାଲଟିକୁ ସିଧା କରି ରଖିବା ଅନୁଚିତ । ଏହାକୁ ଓଲଟାଇ ରଖିବା ଅଶୁଭକର ।

ଗାଧୋଇ ସାରି ସ୍ନାନ କରିଥିବା ପାଣିକୁ ବାଲଟିରେ ରଖି  ଆସନ୍ତୁ ନାହିଁ । କାରଣ ଏହି ପାଣିରେ ଅନ୍ୟ କୌଣସି ବ୍ୟକ୍ତି ସ୍ନାନ କଲେ ମାଡି ଆସେ ଦୁଃଖ । ଆୟୁଷ ହାନି ବି ଘଟିଥାଏ । ଏପରିକି ପରିବାର ଉପରେ ପଡେ ନକାରାତ୍ମକ ପ୍ରଭାବ । ଅଧିକାଂଶ ଘରେ ପୁରୁଷମାନେ ପୋଷାକ ଗାଧୁଆ ଘରେ ରଖି ଦେଇ ଆସନ୍ତି । ତାହାକୁ ସ୍ତ୍ରୀଲୋକମାନେ ଧୋଇ ଥାଆନ୍ତି। କିନ୍ତୁ ଗାଧୋଇ ସାରି ନିଜ ଲୁଗାପଟା ନିଜେ ଧୋଇବା ଉଚିତ। ଅନ୍ୟମାନେ ଧୋଇବା ହୋଇଥାଏ ଅଶୁଭ ।

ସ୍ନାନ କରିବା ପରେ ମନ ଓ ଶରୀର ହୋଇଥାଏ ଶୁଦ୍ଧ । ଗାଧୋଇବା ପରେ ଠାକୁର ପୂଜା କରିବା ନିହାତି ଆବଶ୍ୟକ। ଫଳରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳେ । ସାଧବାମାନେ ସ୍ନାନର କିଛି ସମୟ ପରେ ସିନ୍ଦୂର ଲଗାଇବା ବହୁତ ଭଲ ।

କେବେ ଚୁପ ଚାପ କରନ୍ତୁନି ସ୍ନାନ । ଏହିସମୟରେ ମନରେ ଗୁଣୁଗୁଣୁ ହୁଅନ୍ତୁ। ତେବେ ଗାଧୋଇ ସାରି ନଖ କାଟିବା କିମ୍ବା ଅଗ୍ନି ଲଗେଇବା ମନା । ଯଦି ଆପଣ ନଦୀକୁ ଗାଧୋଇବାକୁ ଯାଉଛନ୍ତି ପ୍ରଥମେ ପ୍ରଣାମ କରନ୍ତୁ ।ତା ପରେ ଯାଇ ସ୍ନାନ କରନ୍ତୁ । ଏହାଦ୍ୱାରା ସଦାବେଳେ ମିଳିଥାଏ ଭଗବାନଙ୍କ କୃପା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ