ହିଟମ୍ୟାନ୍ ରୋହିତ ଶର୍ମା । ଦିନିକିଆରେ ତିନିଥର ଲଗାଇ ସାରିଛନ୍ତି ଡବଲ ସେଞ୍ଚୁରୀ । ଭାରତୀୟ ଦିନିକିଆ ଓ ଟେଷ୍ଟ୍ ଟିମରେ ସେ କ୍ୟାପ୍ଟେନ୍ । ହେଲେ ତାଙ୍କୁ ନେଇ ଅନେକ ପ୍ରଶ୍ନ ଉଠାନ୍ତି ପ୍ୟାନ୍ ଆଉ ଦର୍ଶକ । ସେ କୁଆଡେ ଅନେକ ଭଲ କ୍ରିକେଟରଙ୍କୁ ପଛରୁ ଛୁରୀ ମାରିଛନ୍ତି ବୋଲି ଅଭିଯୋଗ ମଧ୍ୟ ହୁଏ ।
ଭାରତୀୟ ଟିମର ଷ୍ଟାର୍ ବ୍ୟାଟର୍ ସଞ୍ଜୁ ସାମସନ୍ । ଆଇପିଏଲରେ ସେ ରାଜସ୍ଥାନ ରୟାଲ୍ସ ଟିମର ଅଧିନାୟକ ପଦ ସମ୍ଭାଳୁଛନ୍ତି । ରନ୍ ରେଟ ଆଉ ଆଭରେଜ୍ ସବୁ ସବରଦସ୍ତ । ଏହା ସତ୍ତ୍ୱେ ତାଙ୍କୁ ମିଳୁନି ସୁଯୋଗ । ଏହା ପଛରେ କୁଆଡେ ରୋହିତଙ୍କ ହାତ ଥିବା କୁହନ୍ତି କେହି । ଅନେକ ବ୍ୟାଟର୍ ଲଗାତର ବିଫଳ ହେଉଥିଲେ ବି ସେମାନଙ୍କୁ ମିଳୁଛି ଲଗାତର ସୁଯୋଗ । ହେଲେ ଫର୍ମରେ ଥାଇ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କୁ ସାମିଲ କରୁନି ଟିମ୍ ।
ସେହିପରି କିଙ୍ଗ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପଛରେ ରୋହିତଙ୍କ ହାତ ବୋଲି ଅଭିଯୋଗ ହୁଏ । କାରଣ ଉଭୟ ଟପ୍ ପ୍ଲେୟାର । କମ୍ପିଟେସନ୍ ରହିବା ସ୍ୱାଭାବିକ । ଆଉ ଭାରତ ଆଇସିସି ଇଭେଣ୍ଟରେ ବିଫଳ ହେଲା ପରେ ବିରାଟଙ୍କୁ ହଟାଇ ରୋହିତଙ୍କୁ ଦଳର ଭାର ଦେଇଥିଲା ବିସିସିଆଇ । ତେଣୁ କୋହଲିଙ୍କ ଫ୍ୟାନ୍ ଲଗାତାର ରୋହିତଙ୍କୁ କରନ୍ତି ଟାର୍ଗେଟ୍ ।
ଟିମ୍ ଇଣ୍ଡିଆର ଓପନିଂ ଦାୟିତ୍ୱ ଦିନେ ତୁଲାଉଥିଲେ ରୋହିତ ଆଉ ଶିଖର ଧାଓ୍ୱନ । ହେଲେ ପରେ ଶିଖରଙ୍କୁ ଦେଖିବାକୁ ମିଳିଲାନି । ଗତ କିଛି ସିରିଜରେ ମଧ୍ୟ ସେ ଆସୁ ନାହାଁନ୍ତି ନଜର । ହିଟମ୍ୟାନଙ୍କ ପାଇଁ ତାଙ୍କୁ ଦଳରେ ନିଆଯାଉ ନାହାଁନ୍ତି କ୍ରିକେଟ ଜଗତରେ ହୁଏ ଚର୍ଚ୍ଚା ।
ଦିନେ ରୋହିତଙ୍କ ବ୍ଲୁ ଆଏଡ ବୟ ଥିଲେ ଇଶାନ କିଷାନ । ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି । 2022ରେ ଟି20 ଫର୍ମାଟରେ ଟିମ୍ ଇଣ୍ଡିଆର ଥାର୍ଡ ହାଓଷ୍ଟ୍ ସ୍କୋରରେ ଥିଲେ ଇଶାନ । ଏହାପରେ ବି ଅନେକ ମ୍ୟାଚରେ ତାଙ୍କୁ ମିଳୁନି ସୁଯୋଗ । କୁଆଡେ ରୋହିତ ଇଶାନଙ୍କ ପ୍ରତିଭା ନଷ୍ଟ କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୁଏ ।
ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର ମହମ୍ମଦ ସାମି ଓ କୂଲଦୀପ ଯାଦବ । ହେଲେ ଟ୍ୟାଲେଣ୍ଟ ଅନୁସାରେ ସେମାନଙ୍କୁ ମିଳୁନି ଚାନ୍ସ । କୋହିଲ ଯୁଗରେ ଅଧିକାଂଶ ମ୍ୟାଚ ସେମାନେ ଖେଳୁଥିଲେ । ହେଲେ ରୋହିତଙ୍କ ସମୟରେ ସେମାନଙ୍କୁ କ୍ୱଚିତ୍ ଦେଖିବାକୁ ମିଳୁଛି । ଏଥିପାଇଁ ହିଟମ୍ୟାନଙ୍କୁ ଦୋଷ ଦେଉଛନ୍ତି ସାମି ଓ କୂଲଦୀପଙ୍କ ଫ୍ୟାନ୍ ଆଣ୍ଡ୍ ଫଲୋଅର୍ସ ।

