31.9 C
Odisha
Thursday, April 16, 2026

ଏମିତି କ’ଣ ପାଇଁ କରିଲେ ପାକିସ୍ତାନୀ କ୍ରିକେଟର : ଭଉଣୀଙ୍କ ସହ ଜବରଦସ୍ତ ପ୍ରେମ ଆଉ ବିବାହର ଦମଦାର କାହାଣୀ

ଜବରଦସ୍ତ ବ୍ୟାଟ୍ସମ୍ୟାନ । ବ୍ୟାଟରୁ ବାହାରେ ଦମଦାର ସଟ । ବଡ଼ ବଡ଼ ଛକା ଲଗାଇବାରେ ସେ ମାହିର । ଖାତାରେ ଅନେକ ରେକର୍ଡ । ଏବେ ଖେଳୁନଥିଲେ ବି କମିନି କ୍ରେଜ । କ୍ରିକେଟରେ ଯେମିତି ପପୁଲାର, ତାଙ୍କ ପର୍ସନାଲ ଲାଇଫ ସେତିକି ଚର୍ଚ୍ଚିତ । କାରଣ ନିଜ ସମ୍ପର୍କୀୟ ଭଉଣୀକୁ ବାହା ହେଇଛନ୍ତି ଏହି କ୍ରିକେଟର ।

ପାକିସ୍ତାନର ଧୂଆଁଧାର ବ୍ୟାଟର ସାହିଦ ଆଫ୍ରିଦି । ବ୍ୟାଟ୍ ଧରିଲେ ବିପକ୍ଷ ବୋଲର କରନ୍ତି ଭୟ । ଥରେ ଫର୍ମକୁ ଆସିଲେ ତାଙ୍କୁ ରୋକିବା ମୁସ୍କିଲ । ଅନେକ ଟପ ବୋଲରଙ୍କ ନିଦ ହଜାଇଛନ୍ତି ସେ । ଭାରତ ବିପକ୍ଷରେ ବି ମାରିଛନ୍ତି ଶତକ । କଙ୍ଗାରୁ ଟିମଠୁ ଛଡାଇ ନେଇଛନ୍ତି ବିଜୟ ।  କିନ୍ତୁ ତାଙ୍କ ବିବାହକୁ ନେଇ ଉଠିଥିଲା ବିବାଦ । ଯାହାଙ୍କୁ ସେ ବାହା ହୋଇଛନ୍ତି ସେ ତାଙ୍କ ମାମୁ ଝିଅ ଭଉଣୀ ।

2000 ମସିହାରେ ନାଦିଆଙ୍କ ହାତ ଧରିଥିଲେ ଆଫ୍ରିଦି । ନାଦିଆ ଥିଲେ ତାଙ୍କ ମାମୁଙ୍କ ଝିଅ । ଅର୍ଥାତ ନିଜ ମାମୁ ଝିଅ ଭଉଣୀକୁ ବାହା ହେଇଥିଲେ ଏହି ଟପ ବ୍ୟାଟର । ସେତେବେଳେ ବିବାହକୁ ନେଇ ହେଇଥିଲା କଂଟ୍ରୋଭର୍ସି । ଅନେକ ମୁସଲିମ ଧର୍ମଗୁରୁ ଏହାକୁ ନାପସନ୍ଦ ବି କରିଥିଲେ । ଆଉ କେହି ଜାରି କରିଥିଲେ ଫତଓ୍ୱା । ଏମିତି ହୋଇପାରିବନି ବୋଲି ଧମକାଇଥିଲେ । ଏପରି ବିବାହ ଇସଲାମ ବିରୋଧି ବୋଲି ସେମାନେ ଯୁକ୍ତି ବାଢିଥିଲେ ।

ଶେଷରେ ଆଫ୍ରିଦିଙ୍କ ଜିଦି ରହିଥିଲା ।  କାମ କରିନଥିଲା ଧର୍ମଗୁରୁଙ୍କ ଧମକ ।   ବିବାଦ ଥିଲେ ବି ନାଦିଆଙ୍କୁ ବାହା ହେଇଥିଲେ ଆଫ୍ରିଦି । ଧୁମଧାମରେ ହୋଇଥିଲା ବାହାଘର । ନାଦିଆବି ବାହାଘରରେ ବହୁତ ଖୁସି ଲାଗୁଥିଲେ । ଆଉ ସେତେବେଳେ ପୁରା ରାଜକୀୟ ଠାଣିରେ ସରିଥିଲା ସବୁ କାମ । ଅନେକ ନାମି ଦାମି କ୍ରିକେଟରେ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ଆଉ କେହି କେହି ଫୋନ୍ ଯୋଗେ ଜଣାଇଥିଲେ ଓ୍ୱିସ୍ ।

ଏବେ ଆଫ୍ରିଦି ଆଉ ନାଦିଆଙ୍କ 5 ସନ୍ତାନ । ପୁରା ପରିବାର ଇସାଲାମାବାଦରେ ରହୁଛନ୍ତି । ତେବେ ଆଉ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁନାହାଁନ୍ତି ଆଫ୍ରିଦି । ହେଲେ କିଛି ଘରୋଇ ଟୁର୍ଣ୍ଣାମେଣ୍ଟରେ ଏବେବି ତାଙ୍କୁ ଦେଖିବାକୁ ମିଳେ । ଆହୁରି ମଧ୍ୟ ନିକଟରେ ତାଙ୍କ ବଡ ଝିଅ ଅନସା ପାକ୍ ପେସର୍ ସାହିନ ଆଫ୍ରିଦିଙ୍କୁ କରିଛନ୍ତି ବିବାହ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ