ଓଡ଼ିଶାରେ ଆହୁରି ବର୍ଷା : ଆସୁଛି ଘୂର୍ଣ୍ଣିବଳୟ – ଲଘୁଚାପ

ଭୁବନେଶ୍ୱର, ୧୪/୦୯: ଆସନ୍ତା କିଛି ଦିନ ମଧ୍ୟରେ ବଙ୍ଗୋପସାଗରରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ। ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ଗଠନ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ସକ୍ରିୟ ହୋଇ ୨୨ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିପାରେ।

ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ଏହି ଘୂର୍ଣ୍ଣିବଳୟ ପରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ।

ମୌସୁମୀ ନିମ୍ନଚାପ ରେଖା ସହ ବଙ୍ଗୋପସାଗରରୁ ଓଡ଼ିଶା ଆଡ଼କୁ ଆସୁଥିବା ଅଧିକ ଜଳୀୟବାଷ୍ପ ଯୋଗୁଁ ବର୍ଷା ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ପାହାଡ଼ିଆ ଅଞ୍ଚଳର କେତେକ ସ୍ଥାନରେ ଅଧିକ ବର୍ଷା ହୋଇପାରେ।

ତେବେ ୨୨ ତାରିଖ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ କେତେ ଶକ୍ତିଶାଳୀ ହେବ, ଏହାର ଗତିପଥ କେଉଁ ଦିଗରେ ରହିବ ଏବଂ କେଉଁ ଅଞ୍ଚଳରେ ଅଧିକ ବର୍ଷା ଆଣିବ—ସେନେଇ ଏବେଠାରୁ ନିଶ୍ଚିତ ଆକଳନ କରିବା ସମ୍ଭବ ନୁହେଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପଟେ, ଆଜି ଓ ଆସନ୍ତାକାଲି ଅର୍ଥାତ୍ ୧୪ ଓ ୧୫ ସେପ୍ଟେମ୍ବରରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ପୂର୍ବାନୁମାନ କରାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ