ଭୁବନେଶ୍ୱର, ୧୪/୧୦ : ପାର୍ବଣ ଋତୁରେ ବଡ଼ ବର୍ଷା ଆଶଙ୍କା ଟଳିଛି। ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଯାଇଥିବାରୁ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ନାହିଁ। ଫଳରେ ଦୁର୍ଗାପୂଜା ସମୟରେ ବଡ଼ ଧରଣର ବର୍ଷା ହେବା ଆଶଙ୍କା କମ୍ ରହିଛି। ଏହା ପୂଜା ବଜାର ସହ ଉତ୍ସବ ପାଇଁ ପ୍ରସ୍ତୁତି କରୁଥିବା ଲୋକଙ୍କୁ ଆଶ୍ୱସ୍ତି ଦେଇଛି।
ତେବେ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ ନାହିଁ। ପୂର୍ବ ଦିଗରୁ ସମୁଦ୍ର ଆଡ଼ୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ପବନ ପ୍ରଭାବରେ କିଛି ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ବିଶେଷକରି ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଅନ୍ୟପଟେ ଉତ୍ତର ଓଡ଼ିଶାରେ ପାଗ ତୁଳନାତ୍ମକ ଭାବେ ଶୁଖିଲା ରହିପାରେ।
ଶ୍ରୀଲଙ୍କା ଉପକୂଳ ନିକଟରେ ଘୂର୍ଣ୍ଣିବଳୟ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଶ୍ରୀଲଙ୍କା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସହ ଜଡ଼ିତ ଟ୍ରଫ୍ଲାଇନ୍ ବା ନିମ୍ନଚାପ ରେଖା ରହିଥିବାରୁ ସମୁଦ୍ର ଆଡ଼ୁ ପୂର୍ବ ଦିଗରୁ ଜଳୀୟବାଷ୍ପପୂର୍ଣ୍ଣ ପବନ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୫ରୁ ୬ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି। ମଙ୍ଗଳବାର ଭୁବନେଶ୍ୱର ଓ ପୁରୀ ସମେତ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବାବେଳେ ଆକାଶ ଆଂଶିକ ମେଘୁଆ ରହିଥିଲା।
ବୁଧବାର କେଉଁ କେଉଁ ଜିଲ୍ଲାରେ ବର୍ଷା?
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ।
ଏହା ସହ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।
୨୦ ତାରିଖ ଯାଏଁ ରହିବ ବର୍ଷା ସମ୍ଭାବନା
ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ଏଭଳି ବର୍ଷା ଜାରି ରହିପାରେ। ତେବେ ବ୍ୟାପକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା କମ୍ ରହିଛି। ତେଣୁ ପାର୍ବଣ ସମୟରେ ବଡ଼ ବର୍ଷାକୁ ନେଇ ଏବେ ପାଇଁ ଆଶଙ୍କା କମ୍ ଥିବାବେଳେ, ମଝିରେ ମଝିର

