ରୌଦ୍ରତାପରେ ଛଟପଟ ହେଉଥିଲା ଓଡିଶା । କଲବଲ ହେଉଥିଲେ ଲୋକେ । ସକାଳ 9ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇ ପଡୁଥିଲା । ପରିସ୍ଥିତି ଏମିତି ହେଉଥିଲା ଯେ, ବାହାରକୁ ଯିବାକୁ ଡରୁଥିଲେ ଲୋକେ । ରାଜ୍ୟର 25 ସହରର ତାପମାତ୍ରା 40 ଉପରେ ରହୁଥିଲା । ଏପରିକି ପାରଦ ଖସିବାର ନାଁ ନେଉନଥିଲା । ହେଲେ ଏବେ ଆଶ୍ୱସ୍ତି ଆଣିଛି କାଳବୈଶାଖି ବର୍ଷା ।
ଗତ ଦୁଇ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ କମିଛି ତାପମାତ୍ରା । ଯାହାର କାରଣ ହେଉଛି କାଳବୈଶାଖି । ଦିନରେ ଖରା ସହ ଅଫରାହ୍ନରେ ବର୍ଷା ପାଇଁ ମିଳିଛି ତ୍ରାହି । ତେବେ ଏହି ଝଡବର୍ଷା ଆଗକୁ ଆହୁରି ଜୋରଦାର ହେବ ବୋଲି କହିଛି ପାଣିପାଗ ବିଭାଗ । ପରିସ୍ଥିତି ଏମିତି ହୋଇପାରେ ଯେ ଅନେକ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇପାରେ ।
ପାଣିପାଗ ବିଭାଗର କହିବାନୁସାରେ, ମେ 5 ତାରିଖ ଯାଏଁ ବଢିବନି ଗରମ । ବରଂ ତାତି ଆହୁରି କମିବ । ପାଗ ମେଘୁଆ ରହିବ । ତେବେ ଏହା ପଛରେ ରହିଛି ବଡ କାରଣ । କୁଆଡେ ବଙ୍ଗୋପସାଗରୁ ଆସୁଛି ଓଦା ପବନ । ଯେଉଁଥିରେ ଭରପୁର ରହିଛି ଜଳକର୍ଣ୍ଣା । ଫଳରେ ବର୍ଷା ହେଉଛି । ଆଉ ଏଥିରେ ଇନ୍ଧନ ଯୋଗାଉଛି କାଳବୈଶାଖି ।
ବିଭାଗ ଆହୁରି ମଧ୍ୟ କହିଛି ଯେ, ଉପକୂଳ ଓ ଦକ୍ଷିଣରେ ବଢିବ ବର୍ଷାର ପରିମାଣ । 27ରୁ 30 ତାରିଖ ଯାଏଁ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଫଳରେ ଜଳବନ୍ଦୀ ଆଶଙ୍କା ରହିଛି । କାରଣ ଖରାଦିନେ ବର୍ଷା ହେବା ଜଳବନ୍ଦୀ ସମସ୍ୟା ସାଧାରଣ କଥା । ଏମିତି ସ୍ଥିତିରେ କ୍ରୁତିମ ବନ୍ୟା ମଧ୍ୟ ହୋଇଥାଏ । ଯଦି ଲଗାତାର କୈଳବୈଶାଖି ଲାଗିରୁହେ ତେବେ ତାତିରୁ ତ୍ରାହି ମିଳିବ ସତ ହେଲେ କ୍ରୁତିମ ବନ୍ୟା ହେବାର ସମ୍ଭାବନା ମଧ୍ୟ ରହିଛି ।
କାଳବୈଶାଖି ପାଇଁ କେବଳ ବର୍ଷା ହେବନି, ପବନ ବି ବହିବ । ପାଣିପାଗ ବିଭାଗର କହିବା କଥା ହେଲା ନୟାଗଡ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ସୋନପୁର, ବୌଦ୍ଧ ଆଦିରେ ପ୍ରବଳ ପବନ ବହିବ । ନୂଆପଡା, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡିରେ ମଧ୍ୟ ସାମନ ପରିସ୍ଥିତି ଉପୁଜିପାରେ । ଯାହା ଝଡବାତ୍ୟାର ସଙ୍କେତ ଦେଇଥାଏ । ଆଗାମୀ ଚାରିଦିନ ଯାଏଁ ବର୍ଷା ଓ ପବନର ସାମ୍ନା କରିବେ ଏସବୁ ଜିଲ୍ଲା । ଆହୁରି ମଧ୍ୟ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ମଧ୍ୟ ରହିଛି । ଯାହା ଫଳରେ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇପାରେ । ତେବେ ଦର୍ସକବନ୍ଧୁ, ଆଗକୁ କ୍ରୁତିମ ବନ୍ୟା ଆଶଙ୍କା ଥିବାରୁ ଆପଣ ନିଶ୍ଚୟ ସତର୍କ ରହୁନ୍ତୁ । ଆଉ ଯଦି ଅଧିକ ପାଣିପାଗ ସମ୍ପର୍କିତ ଖବର ଜାଣିବାକୁ ଚାହିଁନ୍ତି ତାହାଲେ ଆମ ପେଜକୁ ଲାଇକ୍ ସେୟାର ଓ କମେଣ୍ଟ୍ କରନ୍ତୁ ।

