35.7 C
Odisha
Friday, March 6, 2026

ତାଜମହଲ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି କେତେ ଟଙ୍କା ?

ଦିଲ୍ଲୀରେ ଥିବା ତାଜ ମହଲ କୁ ଦେଖିବା ପାଇଁ କାହିଁ କେଉଁ ଆଡୁ ପର୍ଯ୍ୟଟକ ଧାଇଁ ଆସନ୍ତି । ଶଙ୍ଖ ପଥର ନିର୍ମିତ ଏହା ଏକ ସମାଧି। ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ । ଏହାର କାରୁକାର‌୍ୟ୍ୟ, ଶିଳ୍ପ ଚାତୁରୀ ଏବେଯାଏଁ ଏହାକୁ ଭାରତର ଅମର ଭବନର ମାନ୍ୟତା ଦେଇଛି। ମୋଗଲ କାରିଗରୀର ମୁଖ୍ୟ ନିଦର୍ଶନ ହେଉଛି ତାଜ ମହଲ ଯାହା ପର୍ସିୟାନ, ତୁର୍କୀ ଓ ଭାରତୀୟ କାରିଗରୀର ସମାହାର। ତାଜମହଲ ପାଖାପାଖି ୨୨୧ ହେକ୍ଟର ପରିମିତ ସ୍ଥାନରେ ବ୍ୟାପ୍ତ। ଏହା ଭିତରେ କେବଳ ତାଜ ମହଲ ହେଉଛି ୩୮ ହେକ୍ଟରର ଓ ୧୩୮ ହେକ୍ଟର ହେଉଛି ତାଜ ସଂରକ୍ଷିତ ଜଙ୍ଗଲ ଇଲାକା। ନିର୍ମାତା ଆଡ଼ମ୍ବରପ୍ରିୟ ମୋଗଲ ସମ୍ରାଟ ଶାହଜାହାନ। ସେ ନିଜ ତୃତୀୟ ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ । ଏହା ମୁସଲିମ କଳାର ଶିରୋମଣି ଭାବେ ଭାରତରେ ପରିଗଣିତ ହୋଇଥାଏ ତଥା ବିଶ୍ୱ ଐତିହ୍ୟର ଏକ ପ୍ରମୁଖ ନମୁନା ବୋଲି ମଧ୍ୟ ଏହା ପ୍ରଖ୍ୟାତ।
ହେଲେ ମନରେ କେବେ କେବେ ଭାବନା ଆସିଥିବ କି ଏହାକୁ ନିର୍ମାଣ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିବ । ଶାହାଜାହାନ ବେଗମ ମୁମତାଜଙ୍କ ସ୍ମୃତିରେ ନିର୍ମାଣ କରିଥିବା ଏହି ମହଲର ନାଁ ପ୍ରଥମେ କଣ ଥିଲା, ତାହା ବି ହୁଏତ ସମସ୍ତେ ଜାଣିନଥିବେ । ଯେତେବେଳେ ମୁମତାଜଙ୍କୁ କବରରେ ରଖାଯାଇଥିଲା, ସେତେବେଳେ ମୋଗଲ ସମ୍ରାଟ ଶାହାଜାହାନ ଏହି ଇମାରତର ନାମ ରଉଜା-ଏ-ମୁନବରା ରଖିଥିଲେ । ମିଡିଆ ରିପୋର୍ଟ ହିସାବରେ, ଏହାକୁ ନିର୍ମାଣ କରିବା ପାଇଁ ୩୨ ମିଲିୟନ ଅର୍ଥାତ ୩ କୋଟି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ତାଜମହଲ ନିର୍ମାଣ କରିବା ପାଇଁ ୨୮ଟି ଭିନ୍ନ ଭିନ୍ନ ପଥର ବ୍ୟବହାର ହୋଇଥିଲା ଏବଂ ନିର୍ମାଣ ର୍କ୍ୟାରେ ପ୍ରାୟ ୨୦ ହଜାରରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ । କିଚି କାଠରେ ଛିଡା ହୋଇଚି ତାଜମହଲ । ସେହି କାଠଗୁଡିକ ଏମିତି ଯେ, ଯାହାକୁ ମଜଭୂତ ରହିବା ।ପଇଁ ଲୁଣ ଆବଶ୍ୟକ ହୋଇଥାଏ ଏବଂ ଯମୁନା ନଦୀରୁ ଏହାକୁ ଲୁଣ ମିଳିଥାଏ ।
ଋିପୋର୍ଟ ହିସାବରେ, ତାଜମହଲ ୧୬୩୨ରେ ନିର୍ମାଣ ହେବା ଆରମ୍ଭ ହୋଇଥିଲା ଏବଂ ୧୬୪୮ରେ ସରିଥିଲା ଏହାର ନିର୍ମାଣ କାର୍ଯ୍ୟ । ଯଦି ସେଭଳି ତାଜମହଲ ଆଜିକା ଦିନରେ ନିର୍ମାଣ କରାଯାଏ, ତେବେ ପ୍ରାୟ ୭ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ଜବରଦସ୍ତ କଳାକୃତି ପାଇଁ ୧୯୮୩ରେ ତାଜମହଲକୁ ୟୁନେସ୍କୋ ଓାର୍ଲଡ ହେରିଟେଜ ସ୍ଥଳ ଭାବେ ମାନ୍ୟତା ମିଳିଥିଲା ।
କୁହାଯାଏ ମମତାଜଙ୍କ ମୃତ୍ୟୁପରେ ବିଳାସୀ ଶାହଜାହାନ ସବୁ ବିଳାସ ବ୍ୟସନ ପରିତ୍ୟାଗ କରି ସାଧାରଣ ଜୀବନ ଯାପନ କରିଥିଲେ। ଏପରିକି ସେ ପ୍ରତିଦିନ ଦୁଇଥର ମମତାଜଙ୍କ ସମାଧିକୁ ବୁଲି ଯାଉଥିଲେ ଓ ତାଙ୍କର ଅନ୍ୟଦୁଇ ପତ୍ନୀଙ୍କ ପ୍ରତି ତଥା ରାଜକାର‌୍ୟ୍ୟ ଆଦିରୁ ବିମୁଖ ହୋଇ ପଡ଼ିଥିଲେ। ମମତାଜଙ୍କ ବିରହଜନିତ ଦୁଃଖ ହିଁ ଥିଲା ତାଜ ମହଲ ନିର୍ମାଣର ପ୍ରେରଣା । ମମତାଜଙ୍କର ସ୍ମୃତି ସନ୍ତକ ନିର୍ମାଣ କରିବାପାଇଁ ସେ ଯମୁନା ନଦୀର ଡାହାଣ ପାଖ କୂଳରେ ଏକ ପ୍ରଶସ୍ତ ଜାଗା ମାନସିଂହଙ୍କ ପୌତ୍ର ଜୟସିଂହଙ୍କଠାରୁ କିଣିଲେ।
ଭାରତୀୟ ଓ ବିଦେଶୀ ବହୁସଂଖ୍ୟକ ଶିଳ୍ପୀ ମହଲର ନକ୍ସା ଅଙ୍କନ କରିଥିଲେ। ସେଥିମଧ୍ୟରୁ ସମ୍ରାଟ ନିଜକୁ ସବୁଠାରୁ ଭଲ ଲାଗିଥିବା ନକ୍ସାକୁ ବାଛିଲେ ଓ ମୁକାରମତ ଖାଁ ଓ ମୀର ଅବଦୁଲ କରିମ ନାମକ ଦୁଇ କର୍ମଚାରିଙ୍କ ତତ୍ତ୍ୱାବଧାନରେ ତାଜ ମହଲର ନିର୍ମାଣ କାର‌୍ୟ୍ୟ ୧୬୩୨ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହେଲା। ମୁଖ୍ୟ ମହଲର ନିର୍ମାଣ କାର‌୍ୟ୍ୟ ୧୬୪୮ରେ ଶେଷ ହୋଇଥିଲେ ହେଁ ଆଖପାଖର ମହଲ ଓ ଉଦ୍ୟାନର ନିର୍ମାଣ ପରେ ଶେଷ ହେଲା।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ