35.4 C
Odisha
Saturday, March 7, 2026

ପୁରୀରେ ମୋଦିଙ୍କ ଧର୍ମପତ୍ନୀ

ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦାବେନ ଆସି ପହଂଚିଛନ୍ତି ଓଡିଶାରେ । ଗତକାଲି ପୁରୀ ଯାଇ ଆଡପ ମଣ୍ଡପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସେ କରିଥିଲେ । ତାଙ୍କ ସହ ଭାଇ ଅଶୋକ ମୋଦି ଓ ସାମାଜିକ କାର୍ଯ୍ୟକର୍ତା ଅରୁନ୍ଧତୀ ଦେବା ମଧ୍ୟ ଥିଲେ ସାଙ୍ଗରେ ।
ଗତକାଲି ସେ ପୁରୀରେ ପହଂଚିଥିବା ବେଳେ ପ୍ରଥମେ ଜଗନ୍ନାଥଙ୍କର କରିଥିଲେ ଦର୍ଶନ । ଏହାପରେ ପାଶ୍ୱର୍ଦେବାଦେବୀଙ୍କ ଦର୍ଶନ କରିଥିଲେ ଯଶୋଦାବେନ । ଆଡ଼ପ ମଣ୍ଡପରେ ଠାକୁର ଦର୍ଶନ ପରେ ସେଠାରେ ଆଡ଼ପ ଅବଢ଼ା କିଣି ଖାଇଥିଲେ। ଏଥିସହ ଘରକୁ କିଣି ନେଇଥିଲେ ମହାପ୍ରସାଦ । କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ୱରରେ ଥିବା ଲିଙ୍ଗରାଜ ମନ୍ଦିର ଯାଇ ସନ୍ଧ୍ୟାରେ ଫେରି ଯାଇଥିଲେ । ତେବେ ସାଙ୍ଗରେ ଭଉଣୀ ଓ ଭାଉଜ ମଧ୍ୟ ଏହି ଠାକୁର ଦର୍ଶନ ବେଳେ ଉପସ୍ଥିତ ଥିଲେ । ଠାକୁର ଦର୍ଶନ କରି ସେ ଖୁବ୍ ଖୁସି ଥିବା ଜଣାପଡିଛି । ଯଶୋଦା ବେନ୍ ମୋଦିଙ୍କୁ ପୁରୀ ଭ୍ରମଣ ଓ ଠାକୁର ଦର୍ଶନ ବେଳେ ଶ୍ରୀ ଦ୍ୱିବେଦୀ, ଅଶୋକ ମୋଦି, ସମାଜସେବୀ ଅରୁନ୍ଧତୀ ଦେବୀ ପ୍ରମୁଖ ସାଙ୍ଗରେ ରହି ଆବଶ୍ୟକ ସହାୟତା କରିଥିଲେ। ଯଶୋଦା ବେନ୍ ମୋଦି ସମ୍ବଲପୁର, ଅନୁଗୋଳ, ଭୁବନେଶ୍ୱର ଦେଇ ପୁରୀ ପହଞ୍ଚିବା ବେଳେ ପୁଲିସ ସୁରକ୍ଷା ଯୋଗାଇ ଦିଆଯାଇଥିଲା।

ତେବେ ଯଦି ମୋଦି ଓ ତାଙ୍କ ପତ୍ନୀଙ୍କ ସଂପର୍କ କଥା କହିବା, ୧୯୬୮ ମସିହାରେ ବ୍ରାହ୍ମଣବାଡାରେ ଚିମନଲାଲ ମୋଦିଙ୍କ ଝିଅ ଯସୋଦାବେନଙ୍କ ସହ ହୋଇଥିଲା ମୋଦିଙ୍କ ବିବାହ । ଚିମନଲାଲ ମୋଦି ଗୋଟିଏ ସ୍କୁଲରେ ଅଧ୍ୟାପକ ଥିଲେ । କୁହାଯାଏଂ ଘୋଡାରେ ବସି ବାହା ହେବାକୁ ଯାଇଥିଲେ ମୋଦି । ତେବେ ବିବାହ କରିବାକୁ ସେତେବେଳେ ପ୍ରସ୍ତୁତ ନଥିଲେ ମୋଦି । ବିବାହ ସ୍ଥିର ହୋଇଯିବା ପରେ ନିଜ ବନ୍ଧୁମାନଙ୍କ ସହ ହେବାକୁ ଥିବା ପତ୍ନୀ ବିଷୟରେ କିଛି କଥାବାର୍ତା ବି କରୁନଥିଲେ । ମନର ଇଚ୍ଛା ଥିଲା ସବୁବେଲେ ଦେଶର ସେବା କରିବାକୁ । ବାହାଘର ପରେ ଯସୋଦାବେନ ମୋଦିଙ୍କୁ ବିବାହ କରି ଘରକୁ ଆସିଲେ । ପରମ୍ପରା ହିସାବରେ ସବୁ କାର୍ଯ୍ୟ ହେଲା । ହେଲେ ବିବାହର ପରଦିନ ହଠାତ ଖବର ବ୍ୟାପିଥିଲା କି ନରେନ୍ଦ୍ର ମୋଦି ଘର ଛାଡି ଦେଇଛନ୍ତି । ମୋଦି ଟ୍ରେନରେ ଅହମଦାବାଦ ପଳାଇଛନ୍ତି । ଆଉ ସେଠାରୁ ୩୦ ଦିନ ପରେ ସେ ଫେରିଥିଲେ । ତେବେ ନିଜ ସାଙ୍ଗମାନଙ୍କୁ ବି ମୋଦି କହିନତିଲେ ଯେ, ବାପା ମା ଙ୍କ ଚାପରେ ସେ ବିବାହ କରୁଛନ୍ତି । ଯସୋଦାବେନଙ୍କୁ ସେ ବିବାହ କରିଛନ୍ତି ସତ । ହେଲେ ଗୋଟିଏ ଦିନ ବି ତାଙ୍କ ସହ ରହିନାହାନ୍ତି । ଏହାପରେ ଯସୋଦାବେନ ନିଜ ବାପଘରକୁ ଚାଲି ଯାଇଥିଲେ । ପରେ ଯେତେବେଳେ ଶାସଉଘର ଫେରିଥିଲେ, ମୋଦିଙ୍କ ବାପା ମା ଙ୍କ କହିବା ହିସାବରେ ସେ ଅନେକ ମାସ ଯାଏଁ ଶାଶୁଘରେ ରହିଲେ । ହେଲେ ମୋଦି ତାଙ୍କୁ ସ୍ୱିକାର କରିନଥିଲେ । ପରେ ସେ ବାପଘରକୁ ଫେରି ଯାଇ ନିଜ ପଢା ଆଗକୁ ବଢାଇଥିଲେ । ପରେ ହୋଇଥିଲେ ଜଣେ ଟିଚର୍ । ରିଟାୟାର ହେବା ପରେ ଭାଇ ଅଶୋକ ଙ୍କ ସହ ରହୁଛନ୍ତି ଯସୋଦାବେନ୍ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ