35.4 C
Odisha
Saturday, March 7, 2026

ଆସିଲା ୧୪ତମ କିସ୍ତି, ବାଦ୍ ପଡିଲେ ଏମାନେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ ୨୭ ଜୁଲାଇରେ ଦେଶର ୮ କୋଟି ରୁ ଅଧିକ କୃଷକଙ୍କୁ ଦେଇଛନ୍ତି ବଡ ଉପହାର । ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତି ଜାରି ହୋଇଛି । ଚଳିତ ଥର ରାଜସ୍ଥାନର ସିକରରୁ ପ୍ରଧାନମନ୍ତ୍ରୀ ଏକି କିସ୍ତି ଜାରି କରିଛନ୍ତି । ଡିବିଟି ମାଧ୍ୟମରେ କୃଷକଙ୍କ ଖାତାକୁ ପ୍ରାୟ ୧୭ ହଜାର କୋଟି ଟଙ୍କା ଟ୍ରାନ୍ସଫର ହୋଇଛି । ଯାହାଦ୍ୱାରା ୮ କୋଟି ୫ ଲକ୍ଷ ଲାଭାର୍ଥୀ ଏହାଦ୍ୱାରା ଉପକୃତ ହୋଇପାରିଛନ୍ତି । ପିଏମ କିଷାନ ଯୋଜନା ହିସାବରେ, କୃଷକଙ୍କୁ ପ୍ରତି କିସ୍ତିରେ ୨୦୦୦ ଟଙ୍କା ଓ ଗୋଟିଏ ବର୍ଷରେ ମୋଟ ୬ ହଜାର ଟଙ୍କା ମିଲିବ ।
ତେବେ ଆପଣଙ୍କୁ ଜଣାଇ ରଖିବୁ କି, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଆରମ୍ଭ ହୋଇଥିଲା ୨୦୧୯ ମସିହା ଫେବୃୟାରୀ ୨୪ ତାରିଖରେ ।
ଅବଶ୍ୟ ସରକାର ସଂସଦରେ କହିଥିଲେ ପିଏମ କିଷାନରେ ଲାଭାର୍ଥୀଙ୍କ ସଂଖ୍ୟା ୨୦୧୮-୧୯ରେ ୩ କୋଟି ୧୬ ଲକ୍ଷ ୧୪ ହଜାର ୩୬୯ ଥିଲା । ଯାହା ଗତବର୍ଷ ଏପ୍ରିଲ-ଜୁଲାଇରେ ପହଂଚିଥିଲା ୧୦ କୋଟି ୪୫ ଲକ୍ଷ ୬୮ ହଜାର ୩୦୪ରେ । ହେଲେ ଡିସେମ୍ବର-ମାର୍ଚ ୨୦୨୨-୨୩ ଅବଧିରେ ଏହି ସଂଖ୍ୟା ୮ କୋଟି ୧୧ ଲକ୍ଷ ୯ ହଜାର ୪୨ ରହିଛି ।
ତେବେ କିସ୍ତି ପାଇବା ପାଇଁ ଲାଭାର୍ଥୀଙ୍କ ଆଧାର ଓ ଏନପିସିଆଇ ଦ୍ୱାରା ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଏହି ରାଶି ସିଧାସଳଖ ଭାବେ ଟ୍ରାନ୍ସଫର କରାଯିବ । ଏଥିପାଇଁ ଆପଣ ଚେକ କରିନେବା ଉଚିତ କି, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଆଧାର ଓ ଏନପିସିଆଇ ସହ ଲିଙ୍କ ହୋଇଛି କି ନାହିଁ ।
ଏକ ରିପୋର୍ଟ ରୁ ଜଣାପଡିଛି କି, ପିଏମ କିଷାନ ଯୋଜନା ହିସାବରେ, ୧୪ତମ କିସ୍ତି ଆଧାର ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ହିଁ ଯିବ । ଭାରତ ସରକାର ଡାକ ବିଭାଗକୁ ଲାଭାର୍ଥୀଙ୍କ ବ୍ୟାଙ୍କ ଖାତା, ଆଧାର ଓ ଏନପିସିଆଇ କୁ ସଂଯୋଗ କରିବା ପାଇଁ ଅଧିକୃତ କରିଛି । ଏଥିପାଇଁ ଦର୍ଶକବନ୍ଧୁ ଆପଣ ନିକଟସ୍ଥ ଡାକଘର ସହ ସଂପର୍କ କରନ୍ତୁ ଏବଂ ବିଳମ୍ବ ନକରି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ରେ ଏକ ନୂଆ ଆକାଉଣ୍ଟଖୋଲନ୍ତୁ । ଏମିତି ନକଲେ ହୁଏତ, ଆପଣଙ୍କୁ ନିଜ କିସ୍ତି ମିଳିନପାରେ । ଏହାବ୍ୟତୀତ ପିଏମ କିଷାନ ଯୋଜନାର ୧୪ତମ କିସ୍ତି ପାଇବା ପାଇଁ ଲାଭାର୍ଥୀ ନିଶ୍ଚୟ ଇକେଓାଇସି କରିବା ଜରୁରୀ ।
ଏଥିପାଇଁ ଆପଣ ପିଏମ କିଷାନ େଓବସାଇଟକୁ ଯାଇ ନୋ ୟୋର ଷ୍ଟାଟସ ଉପରେ କ୍ଲିକ କରନ୍ତୁ । ପଂଜିକୃତ ନମ୍ବର ଓ କ୍ୟାପଚା ଦେଇ ଗେଟ୍ ଡାଟା ଉପରେ କରନ୍ତୁ କ୍ଲିକ । ଏବେ ଆପଣଙ୍କୁୁ ଦେଖାଯିବ ନିଜର ଷ୍ଟାଟସ । ଏହିପରି ଭାବେ ଆପଣ ନିଜର କେଓାଇସି ଲିଙ୍କ କରାଇ କିସ୍ତି ପାଇପାରିବେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ