ଦେଶର ପ୍ରମୁଖ ମୋବାଇଲ ବ୍ରାଣ୍ଡ vivo ନିକଟରେ ଏକ ପୁରସ୍କାର ଘୋଷଣା କରିଛି । କମ୍ପାନୀ ପକ୍ଷରୁ ଫଟୋଗ୍ରାଫିକୁ ନେଇ ବଡ ଘୋଷଣା କରାଯିବା ସହିତ ଆର୍ଥିକ ପୁରସ୍କାର ଦେବାକୁ କୁହାଯାଇଛି । କମ୍ପାନୀ ପକ୍ଷରୁ ସ୍ମାର୍ଟଫୋନ୍ ଫଟୋଗ୍ରାଫି ଆର୍ଟକୁ ପାଳନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଅପରେସନାଲ ଏକ୍ସପର୍ଟ Warner Bros ଏବଂ Discovery ସହ ବୁଝାମଣା କରିଛି vivo । ତେବେ କିଭଳି ଏହି ଫଟୋଗ୍ରାଫି କଣ୍ଟେଷ୍ଟରେ ଭାଗ ନେବେ ଜାଣନ୍ତୁ ।
ଭିଭୋ ପକ୍ଷରୁ ଘୋଷଣା କରାଯାଇଥିବା ଏହି ଆଓ୍ବାର୍ଡରେ ମାଟ ୯ଟି କାଟାଗୋରୀ ରହିଛି । ଯେପରିକି ପ୍ରକୃତି, ପୋଟ୍ରେଟ୍, ନାଇଟ୍, ମୋଶନ୍, ଆର୍କିଟେକ୍ଚର ଏବଂ କଲ୍ଚର ରହିଛି । ଯେଉଁ ଫଟୋଗ୍ରାଫରଙ୍କ ଫଟୋ ଜଜ୍ଙ୍କୁ ଆକୃଷ୍ଟ କରିବ ତାଙ୍କ ପାଇଁ ଆକର୍ଷରୀୟ ଉପହାର ରହିଛି । ବିନୀତ ବୋହରା, ରାକେଶ ପୁଲପା ଏବଂ ଆମିର ଓ୍ବାନୀଙ୍କ ଭଳି ପ୍ରସିଦ୍ଧ ଫଟୋଗ୍ରାଫର ବିଜେତା ଚୟନ କରିବେ ।
ଫଟୋଗ୍ରାଫି କଣ୍ଟେଷ୍ଟରେ ବିଜେତାକୁ ମିଳିବ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଏହା ସହିତ Vivo X90 Pro ସ୍ମାର୍ଟଫୋନ୍ ଏବଂ ଭିଭୋଗ୍ରାଫର୍ ହେବାର ମୌକା ମିଳିବ । ସେହିଭଳି ପ୍ରତ୍ୟେକ ବର୍ଗର ବିଜେତା ଗୋଟିଏ ଲେଖାଏଁ Vivo X90 Pro ସ୍ମାର୍ଟଫୋନ ପାଇବେ । ବିଜେତାଙ୍କର ସମସ୍ତ ଫଟୋ Warner Bros ଏବଂ Discoveryର ସୋସିଆଲ ମିଡିଆରେ ପ୍ରକାଶିତ ହେବ ।
ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ବ୍ୟକ୍ତି କମ୍ପାନୀର ଓ୍ବେବ୍ସାଇଟ୍ www.vivoimagine.com ପରିଦର୍ଶନ ରେଜିଷ୍ଟ୍ରେସନ୍ କରିପାରିବେ । ଏଥିପାଇଁ ଉପଭୋକ୍ତାମାନଙ୍କୁ କିଛି ବିବରଣୀ ଦେବାକୁ ପଡିବ। ଫଟୋ ଅପଲୋଡ୍ କରିବାକୁ, ବର୍ଗ ଚୟନ କରିବାକୁ ଏବଂ ଦାଖଲ କରିବାକୁ ପଡିବ । ଭିଭୋ ବ୍ୟବହାରକାରୀଙ୍କ ଅଂଶଗ୍ରହଣ ପାଇଁ କେତେକ ନିର୍ଦ୍ଦେଶାବଳୀ ମଧ୍ୟ ରଖାଯାଇଛି ।
ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଅଂଶଗ୍ରହଣକାରୀମାନେ ନିଶ୍ଚିତ ଭାବରେ ଭାରତର ନାଗରିକ ଏବଂ ଅତିକମରେ ୧୮ ବର୍ଷ ବୟସ ହେବା ଆବଶ୍ୟକ । ଏହା ସହିତ କିଛି ଆଇନଗତ ସର୍ତ୍ତ ମଧ୍ୟ ରଖାଯାଇଛି । ଭିଭୋ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏହି ପ୍ରତିଯୋଗିତା ସ୍ୱତନ୍ତ୍ର ରଖାଯାଇଛି । ଚୟନ ପ୍ରକ୍ରିୟା ସମୟରେ ସେମାନଙ୍କ ଭିଭୋ ଫୋନର ସବିଶେଷ ତଥ୍ୟ ଉପଭୋକ୍ତାମାନଙ୍କ ଠାରୁ ପଚରାଯିବ । ବଡ କଥା ହେଉଛି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ କୌଣସି ଦେୟ ଦେବାକୁ ପଡିବନି ।

