ଭୁବନେଶ୍ୱର: ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ତତ୍ପର ହୋଇଉଠିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଭୋଟର ତାଲିକାରେ ଥିବା ତ୍ରୁଟି ସୁଧାରିବା ସହ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ସାମିଲ କରିବା ପାଇଁ ଆରମ୍ଭ ହେବ ବ୍ୟାପକ ସର୍ଭେ। ଆସନ୍ତା ଅକ୍ଟୋବର ୨୬ରୁ ନଭେମ୍ବର ୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ଘରକୁ ଘର ବୁଲି ଭୋଟରଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।
ଘରକୁ ଘର ବୁଲି ଯାଞ୍ଚ କରିବେ ଅଧିକାରୀ
ଭୋଟର ତାଲିକାକୁ ସ୍ୱଚ୍ଛ, ନିର୍ଭୁଲ ଓ ଅପଡେଟ୍ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ସେପ୍ଟେମ୍ବର ୨୧ରେ କେନ୍ଦ୍ର ନିର୍ବାଚନ କମିଶନ ପ୍ରକାଶ କରିଥିବା SIR ଭୋଟର ତାଲିକାକୁ ଆଧାର କରି ରାଜ୍ୟ ନିର୍ବାଚନ କମିଶନ ଏହି ସର୍ଭେ କରିବେ।
ଏହି କାର୍ଯ୍ୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO), ଅଙ୍ଗନୱାଡ଼ି କର୍ମୀ, ଜଳସାଥୀ, ସ୍ୱଚ୍ଛସାଥୀ ଓ ଆଶା କର୍ମୀମାନେ ସାମିଲ ହେବେ। ସେହିପରି ପିଇଓ, BLO ସୁପରଭାଇଜର, ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ (AERO) ଏବଂ ନିର୍ବାଚକ ପଞ୍ଜିକରଣ ଅଧିକାରୀ (ERO) ଏହି ପ୍ରକ୍ରିୟାର ତଦାରଖ କରିବେ।
ସର୍ଭେ ସମୟରେ ଆବଶ୍ୟକ ତଥ୍ୟ ଓ ଦଲିଲପତ୍ର ଯୋଗାଇ ଦେବା ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।
କଟିଥିବା ନାଁ ପୁଣି ଯୋଡ଼ିପାରିବେ ଭୋଟର
ପୂର୍ବରୁ SIR ପ୍ରକ୍ରିୟାରେ ଯେଉଁ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି, ସେମାନଙ୍କ ପାଇଁ ନିଜ ନାମ ପୁଣି ଯୋଡ଼ିବାର ସୁଯୋଗ ରହିବ। ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ସେମାନେ ଏଥିପାଇଁ ଦାବି କରିପାରିବେ।
ନାମ ଯୋଡ଼ିବା କିମ୍ବା ସଂଶୋଧନ ପାଇଁ ଫର୍ମ-୧୬ ଏବଂ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ପାଇଁ ଫର୍ମ-୧୭ ଦାଖଲ କରିବାକୁ ହେବ ବୋଲି ଦିଆଯାଇଥିବା ସୂଚନାରେ ଉଲ୍ଲେଖ ରହିଛି।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଅନୁଯାୟୀ, ଗୋଟିଏ ପରିବାରର ସମସ୍ତ ଭୋଟରଙ୍କ ନାମ ଗୋଟିଏ ବୁଥ୍ରେ ରଖିବାକୁ ଯୋଜନା ରହିଛି। ଏହାଦ୍ୱାରା ମତଦାନ ସମୟରେ ଭୋଟରମାନଙ୍କୁ ଅନାବଶ୍ୟକ ଅସୁବିଧା

