16.1 C
Odisha
Friday, January 16, 2026

ଅର୍ଗାନିକ ଗାର୍ଡେନିଂରୁ ରୋଜଗାର କରନ୍ତୁ କୋଟି କୋଟି ଟଙ୍କା

ଆପଣ ଶୁଣିଥିବେ ଟଙ୍କାଗଛ । ଏହା କେବଳ କାହାଣୀରେ ଦେଖିବାକୁ ମିଳେ । ବାସ୍ତବରେ ସେମିତି କିଛି ନଥାଏ । ଏହା କେବଳ ଆଇ ମାଆ କାହାଣୀ । ହେଲେ କେରଳର ଜଣେ ମହିଳା ଛାତ ଉପରେ ଫଳାଇଛନ୍ତି ଟଙ୍କା । ମାସକୁ ରୋଜଗାର କରୁଛନ୍ତି ହଜାର ହଜାର ଟଙ୍କା । ଆପଣଙ୍କୁ ଏହି କଥା ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ବାସ୍ତବରେ କିଛି ଏମିତି ହୋଇଛି । ଟଙ୍କା ଗଛରୁ ନହେଲେ ବି ଛାତରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା ।

କେରଳର କୋଟ୍ଟାୟମରେ ରୁହନ୍ତି ରେମା ଦେବୀ । ଦିନ ଥିଲା ସେ ଖୁବ୍ ଗରିବ ଥିଲେ । କିନ୍ତୁ ନବେ ଦଶକରେ ସେ ଭାବିଥିଲେ କିଛି ଖାସ୍ କଥା । ସେତେବେଳେ ତାଙ୍କ ମୁଣ୍ଡକୁ ଆସିଥିଲା ଅର୍ଗାନିକ ଫାର୍ମିଂ କଥା । ଆଉ ଘରର ଆଖପାଖରେ ସେ ଏହାକୁ ଆରମ୍ଭ କରିଥିଲେ । ସେତେବେଳେ ଆଶା ଥିଲା ସିମୀତ । ପରିବାର ପାଇଁ ପନିପରିବା କିଣିବାକୁ ଆଉ ପଡିବ ନାହିଁ । ଏହି ଲକ୍ଷ୍ୟରେ ସେ ଆରମ୍ଭ କରିଥିଲେ ଅର୍ଗାନିକ୍ ଫାର୍ମିଂ । କିନ୍ତୁ ଧିରେ ଧିରେ ଏହା ତାଙ୍କର ସଉକ ହେବାରେ ଲାଗିଲା । ଷେଷୟରେ ତାଙ୍କ ପାଇଁ ଅର୍ଗାନିକ୍ ଫାର୍ମିଂ ପାଲଟିଗଲା ରୋଜଗାରର ମାଧ୍ୟମ ।

ପିଲାଦିନୁ ଗଛପତ୍ର ଲଗାଉଥିଲେ ରେମା । ନିଜ ଜେଜେ ମାଆଙ୍କ ସହ ମିଶି ସେ ତିଆରି କରୁଥିଲେ ବଗିଚା । ଯେଉଁଥିରେ ଥିଲା ଭଳିକି ଭଳି ବଡରୁ ଛୋଟ ଗଛ । ଯାହା ତାଙ୍କୁ ଅର୍ଗାନିକ୍ ଫାର୍ମିଂ ପ୍ରତି ଆକର୍ଷିତ କରିଥିଲା । ଏଥିପାଇଁ ସେ ପ୍ରଥମେ ନିଜ ଛାତ ଉପରେ ଆରମ୍ଭ କରିଥିଲେ ଜୈବିକ ପ୍ରଣାଳୀରେ କୃଷି । ଯେଉଁଥିରୁ ଫଳିଥିଲା ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା । ପରିବାରର ଚାହିଦା ପୂରଣ ସହ ବାହାର ଲୋକଙ୍କ ଚାହିଦା ପୂରଣ କରିଥିଲା ଏପ୍ରକାର ଚାଷ ।

ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ 20 ବର୍ଷ ହେଲା ଚାଲିଛି ଏହି ଚାଷ । 1995 ମସିହାରୁ ରେମା ଛାତ ଉପରେ ଫଳାଉଛନ୍ତି ସୁନାର ଫସଲ । ଏହାକୁ ନିଜେ ନେଇ ସେ ଆଖପାଖ ଦୋକାନରେ ଦିଅନ୍ତି । ଅର୍ଗାନିକ ପରିବା ହୋଇଥିବାରୁ ଏ ପ୍ରକାର ପନିପରିବାକୁ ଲୋକ ବେଶି ପସନ୍ଦ କରନ୍ତି । ଆଉ ଖୁସି ମନରେ କିଣି ନିଅନ୍ତି । ଏମିତି ସବୁଦିନ ଚାଲେ ପ୍ରକ୍ରିୟା । ଋତୁ ଅନୁସାରେ ନୂଆ ନୂଆ ପନିପରିବା ଲଗାଇଥାନ୍ତି ରେମା । ବେଳେବେଳେ ଫୁଲ ଚାଷ ମଧ୍ୟ କରିଥାନ୍ତି ।

ଏବେ ରେମାଙ୍କୁ ହେଲାଣି 56 ବର୍ଷ । ତଥାପି ସେ ମାନି ନାହାଁନ୍ତି ହାର୍ । ଖରା ହେଉ କି ବର୍ଷା, ସବୁକୁ ବେଖାତିର କରି ସେ କରନ୍ତି ଫାର୍ମିଂ । ଆଜି ଯାଏଁ ଏସବୁ କାମରେ ସେ କେବେ ଥକି ପଡି ନାହାଁନ୍ତି । ଏତେ ଉନ୍ନତ ମାନର ଚାଷକୁ ଲୋକଙ୍କ ପାଖରେ ପହଁଚାଇବାକୁ ସେ ନିରନ୍ତର ଉଦ୍ୟମ କରୁଛନ୍ତି । ଯେଉଁଥି ପାଇଁ ଖୋଲିଛନ୍ତି ଏକ ୟୁଟ୍ୟୁବ ଚ୍ୟାନେଲ୍ । ଏଫରିକି ପନିପରିବାର ମଂଜିକୁ ମଧ୍ୟ ଲୋକଙ୍କ ନିକଟରେ ସେ ପହଁଚାଉଛନ୍ତି । ଏମିତି କରି ମାସକୁ ପ୍ରାୟ 60 ହଜାର ଟଙ୍କା ରୋଜଗାର କରୁଛନ୍ତି ରେମା । ଯାହାକୁ ଶୁଣି ଲୋକେ କହୁଛନ୍ତି ରେମାଙ୍କ ଛାତରେ ପଳୁଛି ଲକ୍ଷ ଲକ୍ଷ ଟଙ୍କା । ତେବେ ଦର୍ଶକବନ୍ଧୁ ଆପଣ ଯଦି ଏମିତି ଅର୍ଗାନିକ ଚାଷ କରିବାକୁ ଚାହାଁନ୍ତି ତାହାଲେ ଭଲ କଥା । ଯେଉଁଥିରୁ ଆପଣ ମଧ୍ୟ ଆୟ କରିପାରିବେ ଲକ୍ଷ ଲଙକ୍ଷ ଟଙ୍କା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ