25.4 C
Odisha
Saturday, May 18, 2024
spot_img

ଗୁଜୁରାଟ ଟିମରେ ତୋଫାନ କରିବେ ଖେଳାଳୀ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ସିଜିନରେ ହାର୍ଦିକ ପାଣ୍ଡ୍ୟାଙ୍କ କପ୍ତାନୀ ବିଶିଷ୍ଟ ଟିମ ଗୁଜୁରାଟ ଟାଇଟନ୍ସକୁ ବଡ ଝଟକା ଲାଗିଥିଲା । ଆହତ କାରଣରୁ ନ୍ୟୁଜିଲାଣ୍ଡ କପ୍ତାନ କେନ ୱିଲିୟମସନ ପୁରା ସିଜିନରୁ ବାଦ ପଡିଥିଲେ । ହେଲେ ଏବେ ରିପ୍ଲେସମେଣ୍ଟ ଭାବରେ ଦଳରେ ଯୋଡି ହୋଇଛନ୍ତି ତୋଫାନ କଲାଭଳି ଜଣେ ପ୍ଲେୟାର । ତେବେ ଏହି ଖେଳାଳୀ ଜଣକ ହେଉଛନ୍ତି ଶ୍ରୀଲଙ୍କା ଟିମର ସୀମିତ ଓଭର ଫର୍ମାଟର କପ୍ତାନ ଦାସୁନ ଶନାକା । ଶନାକା ଗୁଜୁରାଟ ଟିମର କପ୍ତାନ ହାର୍ଦିକ ପାଣ୍ଡ୍ୟାଙ୍କ ଭଳି ଜଣେ ଅଲରାଉଣ୍ଡର । ଅର୍ଥାତ ଏହି ଖେଳାଳୀ ଜଣକ ଫାଷ୍ଟ ବୋଲିଂରେ ଓିକେଟ ନେବା ସହ ଦମଦାର ବ୍ୟାଟିଂରେ ତୋଫାନ ଭଳି ରନ କରିବାରେ ମାହିର୍ । ପାଣ୍ଡ୍ୟଙ୍କ ଭଳି ମ୍ୟାଚ ପଲଟାଇଦେବାର କ୍ଷମତା ବି ରହିଛି ଶନାକାଙ୍କ ପାଖରେ । ଏବେ ସେ ଦଳକୁ ଆସିବା ପରେ ଗୁଜୁରାଟ ଟାଇଟନ୍ସ ଆହୁରି ମଜଭୂତ ହେବାରେ ସକ୍ଷମ ହେବ । ତାଙ୍କ ରେକର୍ଡ କଥା ଯଦି ଦେଖିବା, ଗତ ୫ଟି ମ୍ୟାଚରେ ସେ ୮ଟି ଓିକେଟ ନେଇଛନ୍ତି । ଏହାସହ ୫ଟି ପାରିରେ କରିଛନ୍ତି ୧୧୫ ରନ । ଅର୍ଥାତ ଶନାକା ଏବେ ଶାନଦାର ଫର୍ମରେ ରହିଛନ୍ତି । ବର୍ତମାନ ଯାଏଁ ୬ଟି ଟେଷ୍ଟ ମ୍ୟାଚରେ ୧୪୦ ରନ ସହ ୧୩ଟି ଓିକେଟ ନେଇଛନ୍ତି । ଯେତେବେଳେ କି ୫୦ଟି ଦିନିକିଆ ମ୍ୟାଚରେ ୧୦୯୮ ରନ କରି ୧୭ଟି ଓିକେଟ ନିଜ ନାମରେ କରିଛନ୍ତି । କହିବାକୁ ଗଲେ ଏବେ ଯାଏଁ ଶନାକା ୮୬ଟି ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ୧୩୨୯ ରନ ସହ ୨୫ଟି ଓିକେଟ ନେଇଛନ୍ତି ।
ତେବେ କହିରଖିବୁ ଆଇପିଏଲ ମହାକୁମ୍ଭର ଆରମ୍ଭ ଶୁକ୍ରବାର ଅର୍ଥାତ ୩୧ ମାର୍ଚରୁ ହୋଇସାରିଛି । ସିଜିନର ପ୍ରଥମ ମୁକାବିଲାରେ ଗୁଜୁରାଟ ଟାଇଟନସ, ଚେନ୍ନାଇ ସୁପର କିଙ୍ଗସକୁ ୫ ଓିକେଟରେ ହରାଇଥିଲା । ଆଉ ଏହି ମ୍ୟାଚରେ ଆହତ ହୋଇଥିଲେ କେନ ୱିଲିୟମସନ ଏବଂ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ । ତେବେ ଗୁଜୁରାଟ ଫ୍ରାଂଚାଇଜି ଓିଲିୟମସନଙ୍କୁ ୨୦୨୩ ମିନି ଅକ୍ସନରେ ୨ କୋଟି ଟଙ୍କାରେ କିଣିଥିଲା । ହେଲେ ଏବେ ଗୁଜୁରାଟ ରିପ୍ଲେସମେଣ୍ଟ ଭାବେ ଦାସୁନ ଶାନକାଙ୍କୁ ବେସ ପ୍ରାଇସ ୫୦ ଲକ୍ଷ ସହ ଟିମରେ ସାମିଲ କରିଛି । ଯିଏ ଭାରତୀୟ ଟିମ ବିପକ୍ଷରେ ୩ଟି ଟି୨୦ ମ୍ୟାଚରେ ୧୮୭ ଷ୍ଟ୍ରାଇକ ରେଟରେ ୧୨୪ ରନ ସହ ଦିନିକିଆ ସିରିଜର ୩ଟି ପାରିରେ କରିଛନ୍ତି ୧୨୧ ରନ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ