25.4 C
Odisha
Saturday, May 18, 2024
spot_img

ଆଜି ବି ମନେ ପଡେ ବିଶ୍ୱକପର ସେହି ମୁହୂର୍ତ୍ତ

ଭାରତୀୟ ଟିମ ୨୦୧୧ରେ ହାତେଇଥିବା ବିଶ୍ୱକପ ଟ୍ରଫିର ସେହି ମୁହୂର୍ତକୁ ଆଜି ବି ସ୍ମରଣୀୟ କରି ରଖିଛି । ଯାହା ଗତକାଲି ଅର୍ଥାତ ୩ ତାରିଖରେ ପୁରିଛି ୧୨ ବର୍ଷ । ଏହା ଭିତରେ ଏତେ ବର୍ଷ ବିତିଗଲାଣି ସତ । ହେଲେ ଆଜି ବି ସେହି କ୍ଷଣ ପୁରା ସତେଜ ହୋଇ ରହିଛି କହିଲେ ଭୁଲ ହେବନି । ଏହି ସ୍ମୃତିକୁ ଆଉ ଟିକିଏ ତାଜା କରିବା ପାଇଁ ଏକାଠି ହୋଇଥିଲେ ଭିରେନ୍ଦ୍ର ସେହଓାଗ, ହରଭଜନ ସିଂ, ୟୁସୁଫ ପଠାନ ଓ ଏସ. ଶ୍ରୀସନ୍ଥ । ବିଶ୍ୱକପକୁ ନେଇ ବଖାଣିଥିଲେ କେମିତି ଥିଲା ସେତେବେଳର ଅନୁଭୂତି । ମଜାଳିଆ ଅନ୍ଦାଜରେ ଭିରେନ୍ଦ୍ର ସେହବାଗ ଓ ହରଭଜନ କହିଥିଲେ ସେଥିରେ ଆମର କିଛି ଅବଦାନ ନଥିଲା । ଆମେ କେବଳ ଫିଲ୍ଡିଂ କରିବାକୁ ଯାଇଥିଲୁ । ହେଲେ ବିଶ୍ୱକପରେ ୟୁଭରାଜଙ୍କ ଯୋଗଦାନକୁ ସାଲ୍ୟୁଟ ଦେଇଥିଲେ ସମସ୍ତେ । କାରଣ ଯେତେବେଲେ ସେ କାଶୁଥିଲେ କିମ୍ବା ହଠାତ ଅସୁସ୍ଥ ହୋଇ ପଡୁଥିଲେ, ଭିରେନ୍ଦ୍ର ଏବଂ ଅନ୍ୟ ଖେଳାଳୀ ତାଙ୍କୁ ପରିହାସ କରୁଥିଲେ କି ଏ ବୟସରେ କଣ ଏମିତି ହେଉଛ । ହେଲେ ବାସ୍ତବରେ ୟୁଭି କର୍କଟ ରୋଗର ଶିକାର ଥିଲେ ବୋଲି କାହାକୁ ଜଣାନଥିଲା । ରୋଗାକ୍ରାନ୍ତ ହୋଇ ବି ଦମଦାର ପାରି ଖେଳିଥିଲେ ୟୁଭରାଜ ।
ଶ୍ରୀସନ୍ଥଙ୍କୁ ଇଙ୍ଗିତ କରି ସେହବାଗ କହିଥିଲେ ଶ୍ରୀସନ୍ଥ ପୁରା ଓଭର ବି ବୋଲିଂ କରିପାରିନଥିଲେ । ଓଲଟି ଅଭିଯୋଗ କରୁଥିଲେ କି, ୨ରୁ ୩ ଓଭର ବୋଲିଂ କରିବା ପରେ ମୁଁ ନିଶ୍ୱାସପ୍ରଶ୍ୱାସ ନେଇପାରୁନି । ଏହାପରେ ଶ୍ରୀସନ୍ଥ କହୁଛନ୍ତି ଏହାର କାରଣ ଥିଲା ହାର୍ଟ ଷ୍ଟ୍ରୋକ । କାରଣ ସେହି ଦିନ ମୁଁ ସକାଳୁ ଜିମ ଯାଇଥିଲି । ଅସୁସ୍ଥ ଲାଗୁଥିଲା ମୋତେ । ସେ ଭାବି ନଥିଲେ କି ଖେଳିବେ ବୋଲି । ପ୍ଲେଇଂ ୧୧ରେ ସ୍ଥାନ ପାଇବେନି ବୋଲି ତାଙ୍କୁ ଲାଗୁଥିଲା । ହେଲେ ହରଭଜନ କହିଥିଲେ କି, ପ୍ରସ୍ତୁତ ରୁହ । ଚାନ୍ସ ମିଲିପାରେ । ଏହାପରେ ସେ ଭାବଥିିଲେ ସିଧା କଟ୍ କରି କେମିତି ମୋତେ ସ୍ଥାନ ମିଳିବ । ହେଲେ ଭଗବାନଙ୍କ ଇଚ୍ଛାରୁ ମୋତେ ସୁଯୋଗ ମିଲିଲା ବୋଲି ଶ୍ରୀସନ୍ଥ କହିଛନ୍ତି । ଏହିପରି ଭାବେ ଭାବରେ ଏମଏସ ଧୋନୀ ଏବଂ ସଚିନ ତେନ୍ଦୁଲକରଙ୍କୁ ନେଇ ମଧ୍ୟ ବାର୍ତ୍ତାଳାପ ଜାରି ରହିଥିଲା ଏବଂ ସେହିଦିନର ସ୍ମୃତିକୁ ମନେପକାଇଥିଲେ ଏହି ବରିଷ୍ଠ ଖେଳାଳୀମାନେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ