ଓଡ଼ିଶା ଜଙ୍ଗଲରେ ବିଚିତ୍ର ଜୀବ ! ସରକାର ଟେନସନ୍

ବାଲେଶ୍ୱର: ବାଲେଶ୍ୱର ଉଦୟପୁର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ ଠାବ ହେବା ପରେ ଏହାକୁ ନେଇ ସୃଷ୍ଟି ହୋଇଛି ଚର୍ଚ୍ଚା। ମଙ୍ଗଳବାର ସକାଳେ ଉଦୟପୁର ବନବିଭାଗର ଏକ ଟିମ୍‌ ରଣକୋଠା ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ବନକର୍ମଚାରୀମାନେ ଜଙ୍ଗଲ ଭିତରେ ୫ଟି ଓରାଙ୍ଗଉଟାନକୁ ଦେଖିଥିଲେ। ଘଟଣା ସମ୍ପର୍କରେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।

ଖବର ପାଇବା ପରେ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଟିମ୍‌ ତଲାସୀ ଅଭିଯାନ ଚଳାଇ ୫ଟି ଓରାଙ୍ଗଉଟାନକୁ ଠାବ କରିବାରେ ସଫଳ ହୋଇଛି। ତେବେ ଭାରତୀୟ ଜଙ୍ଗଲରେ ସାଧାରଣତଃ ଓରାଙ୍ଗଉଟାନ ଦେଖିବାକୁ ମିଳେନାହିଁ। ଏଭଳି ସ୍ଥିତିରେ ବାଲେଶ୍ୱରର ଉଦୟପୁର ଜଙ୍ଗଲକୁ ଏହି ୫ଟି ଓରାଙ୍ଗଉଟାନ କେଉଁଠୁ ଏବଂ କିପରି ଆସିଲେ, ତାହା ଏବେ ବନବିଭାଗ ପାଇଁ ବଡ଼ ପ୍ରଶ୍ନ ହୋଇଛି।

PCCF ପ୍ରେମ ଝାଙ୍କ ସୂଚନା ଅନୁଯାୟୀ, ରଣକୋଠା ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଠାବ ହୋଇଛନ୍ତି। ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ସେମାନେ କେଉଁଠୁ ଆସିଲେ ଏବଂ କିପରି ଏଠାରେ ପହଞ୍ଚିଲେ, ସେନେଇ ବନବିଭାଗ ପକ୍ଷରୁ ତଦନ୍ତ କରାଯିବ। ପରବର୍ତ୍ତୀ ସମୟରେ ସେମାନଙ୍କୁ ନନ୍ଦନକାନନରେ ରଖିବା ପାଇଁ ବ୍ୟବସ୍ଥା କରାଯିବ ବୋଲି PCCF କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ