15.6 C
Odisha
Thursday, January 15, 2026

ପରିଣୀତି-ପ୍ରିୟଙ୍କା ଚୋପ୍ରାଙ୍କ ଝଗଡା, ବିବାହରେ ହେବେନି ସାମିଲ !

ବଲିଉଡ ହିରୋଇନ ପରିଣୀତି ଚୋପ୍ରା । ଗତକିଛି ଦିନ ଧରି ନିଜ ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ରହିଆସିଛନ୍ତି । ଆସନ୍ତାକାଲି ଅର୍ଥାତ ୨୪ ସେପ୍ଟେମ୍ବରରେ ହାତରୁ ଦୁଇ ହାତ ହେବେ ରାଘବ ଚଢା ଓ ପରିଣୀତି ଚୋପ୍ରା । ଏଥିପାଇଁ ଦୁହେଁ ଆଜି ଉଦୟପୁରରେ ପବଂଚିସାରିଛନ୍ତି । ହେଲ ଏହାରି ଭିତରେ ଖବର ଆସୁଛି କି, ପରିଣୀତିଙ୍କ ବିବାହରେ ସାମିଲ ହେବେନି ଭଉଣୀ ପ୍ରିୟଙ୍କା ଚୋପ୍ରା । ଏପଟେ ଉଦୟପୁରରେ ପରିଣୀତି ଓ ରାଘବଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା ବେଳେ ଅତିଥି ମଧ୍ୟ ଧିରେ ଧିରେ ପହଂଚିବାରେ ଲାଗିଛନ୍ତି । ହେଲେ ପ୍ରିୟଙ୍କା ଉଦୟପୁର ନ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାପଛରେ ଦୁଇ ଭଉଣୀଙ୍କ ଭିତରେ କିଛି ଝଗଡା ହୋଇଛି ବୋଲି ତାଙ୍କ ଫ୍ୟାନ୍ ମାନେ ଚର୍ଚା କରୁଛନ୍ତି । ଅବଶ୍ୟ ବାସ୍ତବ କାରଣ କଣ ଏ ଯାଏଁ ତାହା ଜଣାପଡିନାହିଁ । ଏହାକୁ ବାଦ ଦେଲେ ଆଉ ଗୋଟିଏ ଖବର ବି ଏମିତି ରହିଛି କି, ବୋଧହୁଏ ପ୍ରିୟଙ୍କ ନିଜ ପୁରୁଣା କମିଟମେଣ୍ଟରେ ବିଜି ଅଛନ୍ତି । ଯେଉଁଥିପାଇଁ ସେ ଆସିପାରିବେ ନାହିଁ । ତାଙ୍କ ବ୍ୟାଣ୍ଡର କନସର୍ଟ ହେବାର ଅଛି ।

ତେବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ସ୍ୱାମୀ ନିକ୍ ଜୋନସଙ୍କ ସହ ଏହି ବିବାହ ମହତ୍ସୋବରେ ସାମିଲ ତ ହେବେନି । ତେଣୁ ବିବାହ ପୂର୍ବରୁ ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ପେଜରେ ପରିଣୀତିଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ଲେଖିଛନ୍ତି। ସେ ଲେଖିଛନ୍ତି ‘ମୋ ସାନ ଭଉଣୀ, ତୁମର ଏତେ ବଡ଼ ଦିନରେ ତୁମକୁ ଅନେକ ଅନେକ ଅନେକ ଶୁଭେଚ୍ଛା ଓ ଭଲପାଇବା’ା ପ୍ରିୟଙ୍କା ସୋସିଆଲ ମିଡିଆ ଜରିଆରେ ପାରିଣୀତି ଏବଂ ରାଘବଙ୍କୁ ଅଭିନନ୍ଦନ ଜଣାଇଛନ୍ତି କିନ୍ତୁ ସେ ଏହି ବିବାହରେ ସାମିଲ ହେବା ନେଇ ଏବେ ବି ସନ୍ଦେହ ଲାଗି ରହିଛି।

ରିପୋର୍ଟ ଅନୁଯାୟୀ, ସମସ୍ତ ରୀତିନୀତି ବିବାହର ପ୍ରାୟ ଏକ ସପ୍ତାହ ପୂର୍ବରୁ ଆରମ୍ଭ ହେବ । ପଞ୍ଜାବୀ ରୀତିନୀତି ଅନୁଯାୟୀ ବିବାହ ହେବ । ସେପ୍ଟେମ୍ବର ୨୩ରେ ଉଦୟପୁରରେ ହଳଦୀ-ମେହେନ୍ଦୀ ଓ ସଂଗୀତ ସମାରୋହ ହେବ। ପରିଣୀତି-ରାଘବଙ୍କ ବିବାହ ଲୀଲା ପ୍ୟାଲେସ ହୋଟେଲରେ ହେବ । ଏହି ବାହାଘରରେ ଉଭୟଙ୍କ ପରିବାର ସଦସ୍ୟ, ଖାସ୍ ବନ୍ଧୁ, ବି-ଟାଉନ ସେଲିବ୍ରେଟିଙ୍କ ବ୍ୟତୀତ କିଛି ରାଜନେତା ଯୋଗ ଦେବା ନେଇ ସୂଚନା ମିଳିଛି । ବିବାହ ପରେ ରାଘବଙ୍କ ପରିବାର ସେପ୍ଟେମ୍ବର ୩୦ ତାରିଖରେ ରିସେପ୍ସନ୍ ପାର୍ଟି ଦେବେ । ତେବେ ଏନେଇ ଛପା ଯାଇଥିବା ଏକ ନିମନ୍ତ୍ରଣ ପତ୍ର ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଜ୍ ଚଣ୍ଡିଗଡ଼ରେ ରାଘବ-ପରିଣୀତିଙ୍କର ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଜଣାପଡିଛି । ତେବେ ଆପଣଙ୍କୁ ଜଣାଇ ରଖିବୁ କି, ଚଳିତ ବର୍ଷ ମେ ୧୩ ତାରିଖରେ ଦିଲୀରେ ଅତି ଧୂମଧାମରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା । ନିକ୍ ଜୋନ୍ସ ଏଥିରେ ସାମିଲ ହୋଇନଥିଲେ । ମାତ୍ର ଭଉଣୀ ନିର୍ବନ୍ଧରେ ପହଂଚିଥିଲେ ପ୍ରିୟଙ୍କା ଚୋପ୍ରା ଜୋନ୍ସ । ଆଉ ନିର୍ବନ୍ଧର ୪ ମସା ପରେ ପରିଣୀତି ଓ ରାଘବ ଚଢା ବିବାହ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ପୁରା ବଲିଉଡ ଖୁସ୍ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ