29.6 C
Odisha
Saturday, May 18, 2024
spot_img

ଡାଟା ଚୋରି କରୁଛି ହ୍ୱାଟସଆପ୍

ବିଶ୍ୱର ସବୁଠୁ ପପୁଲାର ମେସେଜିଂ ଆପ୍ ହ୍ୱାଟସଆପ୍ । ଇନଷ୍ଟାଣ୍ଟ୍ ମେସେଜିଂରେ ଏକ ନମ୍ବରରେ ହ୍ୱାଟସଆପ୍ । ଏହାକୁ ସବୁଠୁ ସରଳ ମେସେଜିଂ ପ୍ଲାଟଫର୍ମ କୁହାଯାଏ । ଅନେକ ନିଜର ଗୁରୁତ୍ୱପୂର୍ଣ୍ଣ ଡିଟେଲ୍ସ ଏଥିରେ ସେୟାର କରନ୍ତି । ନିଜର ପ୍ରାଇଭେଟ୍ ଓ ପର୍ସନାଲ ଫଟୋ ଏବଂ ଭିଡିଓ ପାଇଁ ବ୍ୟବହାର କରନ୍ତି ହ୍ୱାଟସଆପ୍ । କାରଣ ଏହା ସବୁଠୁ ସୁରକ୍ଷିତ ବୋଲି ସମସ୍ତଙ୍କ ଧାରଣା । କିନ୍ତୁ ପ୍ରକୃତରେ ଆପଣଙ୍କ ଡାଟା ଚୋରି କରୁଛି ଏହି ସୋସିଆଲ୍ ମେସେଜି କମ୍ପାନୀ । ସବୁ କଥାବାର୍ତ୍ତାକୁ କରୁଛି ରେକର୍ଡ । ଏମିତି କିଛି ଅଭିଯୋଗ ଆସିଛି ହ୍ୱାଟସଆପ୍ ବିରୋଧରେ ।

ଆଜିକାଲି ସମସ୍ତେ ବ୍ୟବହାର କରୁଛନ୍ତି ଆଣ୍ଡ୍ରଏଡ୍ ମୋବାଇଲ୍ ଏବଂ ଆଇଫୋନ୍ । ଏଥିରେ କେଉଁ ଆପ୍ ଥାଉ ବା ନଥାଉ, ହ୍ୱାଟସଆପ୍ ନିଶ୍ଚୟ ଥିଲା । ଆମ ଡେଲି ଲାଇଫରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି ହ୍ୱାଟସଆପ୍ । ସକାଳ ହେବାମାନେ ଏହାକୁ ଓପନ୍ ନକଲେ ମନ ମାନେନି । ଏଥଛିରେ ଚାଟିଂ କରିବା, ଷ୍ଟାଟସ୍ ଦେବା, ଷ୍ଟାଟସ୍ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ । ଅନେକ ନିଜର ବନ୍ଧୁ ପରିଜନଙ୍କୁ ଷ୍ଟାଟସ୍ ମାଧ୍ୟମରେ ଜଣାନ୍ତି ଓ୍ୱିସ୍ । ବହୁ ଫଟୋ ମଧ୍ୟ ସେୟାର କରନ୍ତି । କେହି କେହି ଜରୁରୀ ଡକ୍ୟୁମେଣ୍ଟର ସେୟାରିଂ ପାଇଁ ବ୍ୟବହାର କରନ୍ତି ହ୍ୱାଟସଆପ୍ । ହେଲେ ଏହା ହେଉଛି ଆମର ସବୁଠୁ ବଡ । ଏବେ ଭରସା ଭାଙ୍ଗି ଦେଉଇଛି ହ୍ୱାଟସଆପ୍ ।

ପ୍ରକୃତ କଥା ହେଲା କିଛି ଏମିତି । ଫୋଦ୍ ଦାବିରି ନାମକ ଜଣେ ୟୁଜର ନିକଟରେ ସେୟାର କରିଥିଲେ ଏକ ସ୍କ୍ରିନ୍ ସର୍ଟ । ଯାହା ଦେଖିଲେ ଆପଣ ବି ଜାତୁବ ହୋଇଯିବେ । ବଡ କଥା ହେଲା ସେ ଶୋଇବା ପରେ ଆପେ ଆପେ ଅନ୍ ହୋଇଯାଇଥିଲା ଫୋନର ମାଇକ୍ରୋଫୋନ୍ । ଯାହା ସେ ସକାଳେ ଦେଖିବାକୁ ପାଇଥିଲେ । ରାତି ସାରା ମାଇକ୍ରୋଫୋନ୍ ଅନ୍ ଥିବା ସେ ଜାଣିପାରିଥିଲେ । ଯାହାର ସ୍କ୍ରିନସର୍ଟକୁ ସେ ସେୟାର କରିବା ସହ ହ୍ୱାଟସଆପ୍ ବିରୋଧରେ ଆଣିଥିଲେ ଅଭିଯୋଗ ।

ଏହି ଘଟଣା ଉପରେ ରହିଛି ବିଶ୍ୱର ସବୁଠୁ ଧନୀ ଏଲନ୍ ମସ୍କଙ୍କ ଫୋକସ୍ । ସେ ମଧ୍ୟ ହ୍ୱାଟସଆପ୍ ଉପରେ ଲଦିଛନ୍ତି ଦୋଷ । ହ୍ୱାଟସଆପକୁ କାଉଣ୍ଟର ଦେବାକୁ ନିଜେ ଏକ ଚାଟିଂ ଆପ୍ ଆଣିବା ପାଇଁ ସେ ଘୋଷଣା ମଧ୍ୟ କରିଛନ୍ତି । ସେପଟେ କିନ୍ତୁ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି ହ୍ୱାଟସଆପ୍ । କୌଣସି ଡାଟା ଚୋରି ହୋଇନଥିବା କହିଛି କମ୍ପାନୀ । କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ଗୁଗଲ ପିକ୍ସେଲ୍ ଫୋନ୍ ୟୁଜ୍ କରୁଛନ୍ତି ଫୋଦ୍ । ତାଙ୍କ ଫୋନରେ କିଛି ସମସ୍ୟା ଥାଇପାରେ । ତେଣୁ ଅନ୍ ହୋଇଯାଇଛି ମାଇକ୍ରୋଫୋନ୍ । ଏଥିପାଇଁ ଆଣ୍ଡ୍ରେଏଡ ଉପରକୁ ଦୋଷ ଠେଲିଛି ହ୍ୱାଟସଆପ୍ । କମ୍ପାନୀ ତାଙ୍କ ସହ ସମ୍ପର୍କ କରିବାକୁ ଚାହୁଁଛି । ହ୍ୱାଟସଆପ୍ କେବେ ହେଲେ କଥାବାର୍ତ୍ତା ଶୁଣେ ନାହିଁ ବୋଲି ସଫେଇ ଦେଇଛି ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ