20.5 C
Odisha
Saturday, March 7, 2026

ଏବେ ବି ପ୍ରଥମ ପ୍ରେମକୁ ଭୁଲି ନାହାଁନ୍ତି ମାହି

ଝାଡଖଣ୍ଡ ରାଜଧାନୀ ରାଂଚିରେ ଏକ ପରିବାରରେ ଜୁଲାଇ ୭ରେ ଜନ୍ମ ଗ୍ରହଣ କରିଥିଲେ ମହେନ୍ଦ୍ର ସିଂ ଧୋନୀ । ଆଉ ଆଜି ହେଉଛି ତାଙ୍କର ଜନ୍ମଦିନ । ନିଜ ଯୋଗ୍ୟତା ଓ ଦକ୍ଷତା ବଳରେ ଆଦି ସେ ବିଶ୍ୱ କ୍ରିକେଟରେ ଏକ ଭିନ୍ନ ସଫଳତା ଲାଭ କରିପାରିଛନ୍ତି । ସଫଳତା ଦେଖିବା ପରେ ତାଙ୍କୁ ପଦ୍ମ ଭୂଷଣ, ପଦ୍ମ ଶ୍ରୀ ଓ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । ମାହି ନାମରେ ଲୋକପ୍ରିୟ ହୋଇଥିବା ଧୋନୀ ଆଇସିସି ତିନୋଟି ବିସ୍ୱ ପ୍ରତିଯୋଗୀତା ଜିତିଥିବା ଏକମାତ୍ରା କ୍ୟାପଟେନ । ଇଣ୍ଟରନ୍ୟାସନାଲ କରିକେଟରୁ ସନ୍ୟାସ ନେବା ପରେ ଧୋନୀ ଆଜି ନିଜ ପରିବାର ସହ ଆରାମଦାୟକ ଜୀବନ ବିତାଉଛନ୍ତି । ପତ୍ନୀ ସାକ୍ଷୀ ଓ ଝିଅ ଜୀଭାଙ୍କ ସହ ଏବେ ଖୁସି ଜୀବନ କାଟୁଛନ୍ତି ଧୋନୀ । ହେଲେ ଆପଣ ଜାଣିଛନ୍ତି କି, ତାଙ୍କ ଜୀବନରେ ଆସିଥିବା ପ୍ରଥମ ମହିଳା ସାକ୍ଷୀ ନତିଲେ । ବରଂ ଥିଲେ ଆଉ କିଏ ।
୍ଣଧାନୀଙ୍କ ଉପରେ ନିର୍ମାଣ କରାଯାଇତିବା ବାୟୋପିକରେ ଏହାକୁ ପ୍ରଦର୍ଶିତ କରାଯାଇଛି । ଧୋନୀଙ୍କ ପ୍ରେମ ରହିଯାଇଥିଲା ଅଧାରେ । ମାହି ଯେତେବେଳେ ୨୦ ବର୍ଷର ଥିଲେ ଓ ଭାରତୀୟ କ୍ରିକେଟ ଟିମରେ ସ୍ଥାନ ବନାଇବାକୁ ଚେଷ୍ଟା କରୁଥିଲେ, ସେହି ସମୟରେ ତାଙ୍କର ସାକ୍ଷାତ ହୋଇଥିଲା ପ୍ରିୟଙ୍କା ଝା ନାମକ ଏକ ଯୁବତୀଙ୍କ ସହ । ଏହାପରେ ଦୁହିଁଙ୍କ ଭିତରେ ଧୀରେ ଧୀରେ ପ୍ରମେ ବଢିଥିଲା । ପ୍ରିୟଙ୍କାଙ୍କୁ ଧୋନୀ ଏତେ ଭଲପାଉଥିଲେ ଯେ, ବିବାହ କରିବାକୁ ଚାହୁଁଥିଲେ ।
ପରେ ୨୦୦୩-୨୦୦୪ରେ ଜିମ୍ବାେଓ ଓ କେନେୟା ଗସ୍ତ କରିଥିଲେ । ସେଠାରେ ଭାରତ ଏ ଟିମରେ ତାଙ୍କୁ ସ୍ଥାନ ମିଳିଥିଲା । ସେତେବେଳେ ତ୍ରିକୋଣୀୟ ଟୁର୍ଣ୍ଣାମେଣ୍ଟ ର ୬ଟି ପାରିରେ ୩୬୨ ରନ କରିଥିଲେ ମାହି । ଆଉ ତତ୍କାଳୀନ ବାରତୀୟ କପ୍ତାନ ସୌରଭ ଗାଙ୍ଗୁଲୀ ଓ ଅନ୍ତରୀଣ କୋଚ୍ ରବି ସାସ୍ତ୍ରୀଙ୍କର ଧ୍ୟାନ ଆକର୍ଷଣ କରିଥିଲେ । ଏହି କାରଣ ପାଇଁ ୨୦୦୭ ବାଙ୍ଗଲାଦେଶ ଗସ୍ତରେ ଧୋନୀଙ୍କୁ ମିଲିତିଲା ସ୍ଥାନ । ଏପଟେ ଧୋନୀ ଲଗାତର ଭାବେ ସ୍ୱପ୍ନ ପୂରଣ କରିବାରେ ବ୍ୟସ୍ତ ଥିଲେ । ହେଲେ ସେପଟେ ଦୁନିଆ ଛାଡିଦେଇଥିଲେ ମାହିଙ୍କ ସ୍ୱପ୍ନର ରାଜକୁମାରୀ । ହଁ ଦର୍ଶଖବନ୍ଧଉ ୨୦୦୨ରେ ପ୍ରିୟଙ୍କାଙ୍କର ଏକ ସଡକୁ ଦୁର୍ଘଟଣାରେ ନିଧନ ହୋଇଥିଲା । ଏହି କଥା ତାଙ୍କୁ ସେତେବେଲେ ଜମାପଡିଥିଲା, ଯେତେବେଳେ ସେ ଟୁର୍ଣ୍ଣାମେଣ୍ଟ ଖେଳି ଭାରତ ଫେରିଥିଲେ ।
ପ୍ରିୟଙ୍କା ଙ୍କର ମୃତ୍ୟୁ ଖବର ଜାଣି ପୁରା ଭାଙ୍ଗିପଡିଥିଲେ ମାହି । ହେଲେ ସେ ହର ମାନିଲେନାହିଁ । ଟିମ ଇଣ୍ଡିଆରେ ଜବରଦସ୍ତ ଭାବେ ସ୍ଥାନ ବନାଇବାକୁ ଲାଗିଥିଲେ । ୨୦୧୦ରେ ପିଲାଦିନର ସାଙ୍ଗ ସାକ୍ଷୀ ସିଂ ରାଓତଙ୍କ ସହ କରିଥିଲେ ବିବାହ । କୁହାଯାଏ କି, କ୍ୟାପଟେନ କୁଲ ପ୍ରିୟଙ୍କାଙ୍କ ସହ ବିତେଇଥିବା ପ୍ରତିଟି ମୂହୂର୍ତକୁ ଆଜି ବ ଭୁଲିପାରିନାହାନ୍ତି । ହୁଏତ ଏହା ହିଁ କାରଣ ଯେ, ତାଙ୍କ ଅକୁହା କାହାଣୀକୁ ସେ ନିଜ ବାୟୋପିକ କରିବା ପାଇଁ ନିର୍ଦେଶକ ନିରଜ ପାଣ୍ଡେଙ୍କୁ ଅନୁମତି ଦେଇଥିଲେ ।
ତେବେ ଦର୍ଶକବନ୍ଧୁ ଧୋନୀଙ୍କ ଏହି କାହାଣୀଟି ଆପଣଙ୍କୁ କେମିତି ଲାଗିଲା ଆମକୁ ଜଣାନ୍ତୁ ଏବଂ ଯଦି ଆପଣ ଧୋନୀଙ୍କ ଫ୍ୟାନ୍ ତେବେ ନିଶ୍ଚୟ ଜନ୍ମଦିନର ଶୁଭେଚ୍ଛା ଦିଅନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ