24 C
Odisha
Wednesday, October 29, 2025

ବନ୍ଦ ହେବ ମାର୍କେଟ ବିଲ୍ଡିଂ !

ଦର୍ଶକବନ୍ଧୁ ଭୁବନେଶ୍ୱରର ମୁଖ୍ୟ ମାର୍କେଟ ହେଉଛି ମାର୍କେଟ ବିଲଡିଂ । ଯିଏ ଯୁଆଡ଼ୁ ଆସୁ କିଣାକିଣି କରିବା ପାଇଁ ସମସ୍ତେ ଯାଆନ୍ତି ମାର୍କେଟ ବିଲଡିଂ । ପ୍ରତିଦିନ ଏଠାରେ ଲାଗେ ହଜାର ହଜାର ଲୋକଙ୍କ ଗହଳି । ଅନେକ ଜିନିଷ ଏଠାରେ ଶସ୍ତାରେ ମିଳୁଥିବାରୁ ସମସ୍ତେ ଏଠାରୁ ହିଁ ସବୁ କିଣାକିଣି କରନ୍ତି । ହେଲେ ଦର୍ଶକ ବନ୍ଧୁ ଅନେକ ସମୟରେ ଖବର ଆସେ ମାର୍କେଟ ବିଲଡିଂ ବନ୍ଦ ହେବା ନେଇ । ଏବେ ମଧ୍ୟ କିଛି ଏମିତି ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ । କାରଣ ଏବେ ପୁଣି ମାର୍କେଟ ବିଲ୍ଡିଂ ବନ୍ଦ ରଖିବା ପାଇଁ ଚେତାବନୀ ଦେଲା ମାର୍କେଟ ଆସୋସିଏସନ୍ । କହିବାକୁ ଗଲେ ଉଠାଦୋକାନୀ ଓ ମାର୍କେଟ ଆସୋସେସନର ବିବାଦ ଦୀର୍ଘଦିନ ହେଲା ଚାଲି ଆସିଛି। ଗତ ବର୍ଷ ଏହି ପରି ଅନେକ ଥର ମାର୍କେଟ ଆସୋସିଏସନ୍ ଧମକ ଦେଇ କିଛି ଦିନ ଲେଖାଏଁ ପାଇଁ ମାର୍କେଟ ଵିଲ୍ଡିଂ ବନ୍ଦ ରଖିଥାନ୍ତି। ଯାହାଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଗ୍ରାହକ । ଏହାପରେ ପୁଣି ଦାବି ବିଷୟରେ ଆଲୋଚନା ହୋଇ ବିବାଦ ସମାଧାନ ହେଇଥାଏ। ଗତ ଏପ୍ରିଲ ମାସରେ ମଧ୍ୟ ଏହି ପରି ବିବାଦ ଦେଖିବାକୁ ମିଳିଥିଲା।

ହେଲେ ବର୍ତମାନ ୩ଦିନ ପରେ ମାର୍କେଟ ବିଲ୍ଡିଂ ବନ୍ଦ ହୋଇପାରେ ବୋଲି କୁହାଯାଉଛି । କାରଣ ଉଠା ଦୋକାନୀ ଓ ମାର୍କେଟ ଆସୋସେସନର ବିବାଦ ସମାଧାନ ନହେଲେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ଭୁବନେଶ୍ୱର ମେୟର ଓ କମିଶନରଙ୍କ ଘର ଆଗରେ ସପରିବାରେ ଧାରଣା ଦେବାକୁ ଚେତାବନୀ ଦେଇଛି ମାର୍କେଟ ଆସୋସେସନ । ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏନେଇ ସୂଚନା ଦିଆଯାଇଛି । ଯଦି ୩ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହୁଏ ତେବେ ମାର୍କେଟ ବିଲ୍ଡିଂ ବନ୍ଦ ରହିବା ସହ ଦୋକାନଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରହିବ । ଏଥିସହ ମେୟର ଓ କମିଶନରଙ୍କ ଘର ଆଗରେ ମାର୍କେଟ ଆସୋସିଏସନ ସପରିବାର ଧାରଣା ଦେବେ ।

ମାର୍କେଟ ଆସୋସିଏସନର ଅଭିଯୋଗ ଏହା ଯେ, ଜବରଦଖଲକାରୀ ୟୁନିଟ ୨ ମାର୍କେଟ ବିଲ୍ଡିଂକୁ ନିଜ କବଳରେ ରଖିଛନ୍ତି । ଯେଉଁଥିପାଇଁ ବିଏମସି ଉପରେ ସମ୍ପୂର୍ଣ୍ଣ ଦୋଷ ଲଦିଛନ୍ତି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ କର୍ମକର୍ତ୍ତା । କାରଣ ସେମାନେ ଏନେଇ ବାରମ୍ବାର ଜଣାଇଲେ ମଧ୍ୟ ବିଏମସି କର୍ଣ୍ଣପାତ କରୁନାହିଁ। ସେମାନେ ଅଭିଯୋଗ ହିସାବରେ, ଉଠାଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରେ ବସେଇ ବିଏମସି କର୍ତ୍ତୃପକ୍ଷ ମାଲେମାଲ ହେଉଛନ୍ତି । ଉଠାଦୋକାନୀ ମାର୍କେଟ ବିଲ୍ଡିଂରେ ବସିବା ଫଳରେ ସୌନ୍ଦର‌୍ୟ୍ୟ ହାନି ହେଉଛି, ଏହା ସହ ଜନସାଧାରଣ ଜିନିଷ କିଣିବାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ଏପ୍ରିଲ ମାସରେ ମଧ୍ୟ ଉଠାଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଦେଖିଵାକୁ ମିଳିଥିଲା । ଦୀର୍ଘ ୯ ମାସରୁ ଅଧିକ ସମୟ ହେବ ମାର୍କେଟ ବିଲ୍ଡିଂରେ ଉଠାଦୋକାନୀ ଆଉ ବ୍ୟବସାୟୀ ସଂଘ ମଧ୍ୟରେ ବିବାଦ ଦେଖାଦେଇଛି । ମାର୍କେଟ ବିଲ୍ଡିଂ ପରିସର‌ରେ ଜବରଦସ୍ତି କିଛି ଉଠାଦୋକାନୀ ବ୍ୟବସାୟ ଆରମ୍ଭ କରିଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ସୁରକ୍ଷାକର୍ମୀ ଓ ପୋଲିସ ର ବାରଣ ସତ୍ତ୍ବେ ଉଠାଦୋକନା ବ୍ୟବସାୟ କରୁଛନ୍ତି ବୋଲି ବ୍ୟବସାୟୀ ସଂଘ ଅଭିଯୋଗ କରିଥିଲା।

ଅଦାଲତ ନିର୍ଦ୍ଦେଶ ରହିଛି ବୋଲି ଦର୍ଶାଇ ଏମାନେ ବ୍ୟବସାୟ ଆରମ୍ଭ କରିଛନ୍ତି । ଏନେଇ ମାର୍କେଟ ବିଲ୍ଡିଂ ବନ୍ଦ କରି ବ୍ୟବସାୟୀ ସଂଘ ଉଭୟ ବିଏମ୍‌ସି ମେୟର ଓ କମିଶନରଙ୍କୁ ଭେଟିଥିଲେ । ସେତେବେଳେ ମେୟର ସୁଲୋଚନା ଦାସ କୌଣସି ମନ୍ତବ୍ୟ ଦେଇ ନଥିବାବେଳେ କମିଶନର ବିଜୟ ଅମୃତା କୁଲାଙ୍ଗେ ୩ ଦିନ ସମୟ ମାଗିବା ସହ ଏହାରି ଭିତରେ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ । ଏହା ପରେ କିଛି ମାସର ବ୍ୟବଧାନ ପରେ ପୁଣି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ସଂଘ ଦାବି ମନିବାକୁ ଚେତାବନି ଦେଇଛି। ଅନ୍ୟପଟେ ଏହାର ପ୍ରଭାବ ଭୁବନେଶ୍ୱର ବାସିନ୍ଦା ତଥା ସାଧାରଣ ଗ୍ରାହକଙ୍କ ଉପରେ ପଡିଛି । ପୂର୍ବରୁ ମାର୍କେଟ ବିଲଡିଂ ବନ୍ଦ ହୋଇଥିବା ସମୟରେ ଦୂର ଦୁରାନ୍ତରୁ ଆସିଥିବା ଅନେକ ଗ୍ରାହକ ଫେରିଯାଇଥିଲେ । ଏଥିସହ କିଛିଦିନ ପର‌୍ୟ୍ୟନ୍ତ ଅନେକ ବ୍ୟବସାୟୀଙ୍କ ବ୍ୟବସାୟ ମଧ୍ୟ ଠପ୍ ହୋଇଯାଇଥିଲା । ସାଧାରଣ ଲୋକଙ୍କ କହିବା କଥା ହେଉଛି ଏହାର ଏକ ତୁରନ୍ତ ସମାଧାନର ରାସ୍ତା ବାହାର କରାଯାଉ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ