ସ୍ତ୍ରୀ ପାଇଁ ତିଆରି କଲେ ତାଜ୍ ମହଲ : ସ୍ଵାମୀଙ୍କ ପ୍ରେମ ଦେଖିଲେ ଆଖିରୁ ଆସିଯିବ ଲୁହ

ନୂଆଦିଲ୍ଲୀ : ତାଜମହଲକୁ ପ୍ରେମର ଅମର ପ୍ରତୀକ ବୋଲି କୁହାଯାଏ। କିନ୍ତୁ ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ବ୍ୟବସାୟୀ ନିଜ ପତ୍ନୀଙ୍କ ପ୍ରତି ଥିବା ଭଲପାଇବାକୁ ଅମର କରିବା ପାଇଁ ତାଜମହଲ ଶୈଳୀରେ ନିର୍ମାଣ କରିଛନ୍ତି ଏକ ଆଶ୍ଚର୍ଯ୍ୟଜନକ ଘର। ସୋସିଆଲ ମିଡିଆରେ ଏହି ଘରର ଭିଡିଓ ଭାଇରାଲ ହେବା ପରେ ଏବେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି।

ଘରଟିର ବାହ୍ୟ ରୂପ ତାଜମହଲ ସଦୃଶ। ସମ୍ପୂର୍ଣ୍ଣ ଧଳା ରଙ୍ଗର ଏହି ଘରରେ ରହିଛି ସୁନ୍ଦର ମୀନାର ଏବଂ ବିଶାଳ କେନ୍ଦ୍ରୀୟ ଗମ୍ବୁଜ। ଘର ଭିତରର ଡିଜାଇନ୍ ମଧ୍ୟ ଖୁବ୍ ଆକର୍ଷଣୀୟ। ପ୍ରାୟ ୨୪ ଫୁଟ୍ ଉଚ୍ଚ ଛାତ, ରାଜକୀୟ ଆସନ ବ୍ୟବସ୍ଥା ଓ ଆକର୍ଷଣୀୟ ସିଡ଼ି ଘରର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଛି। ଏହି ଘରେ ରହିଛି ୪ଟି ଶୟନକକ୍ଷ।ତେବେ ଏହି ଘରରେ କେବଳ ଚାକଚକ୍ୟ ନୁହେଁ, ରହିଛି ଏକ ଭାବପୂର୍ଣ୍ଣ ପାରିବାରିକ କାହାଣୀ। ଘରେ ଏକ ମଇଁଷିର ପ୍ରତିମୂର୍ତ୍ତି ମଧ୍ୟ ସ୍ଥାନ ପାଇଛି। ଘରମାଲିକଙ୍କ ପିତା ଯୁବାବସ୍ଥାରେ କ୍ଷୀର ବିକ୍ରି କରୁଥିଲେ। ପରିବାରର ସେହି ପୁରୁଣା ଦିନକୁ ମନେ ପକାଇବା ପାଇଁ ମଇଁଷି ପ୍ରତିମୂର୍ତ୍ତିକୁ ଘରେ ସ୍ଥାନ ଦିଆଯାଇଛି।

ସୂଚନା ଅନୁସାରେ, ଏହି ଅନନ୍ୟ ଘର ନିର୍ମାଣ କରିବାକୁ ପ୍ରାୟ ୨ ବର୍ଷ ସମୟ ଲାଗିଛି। ହୋଷ୍ଟ ଶୁଭମ ପ୍ରଜାପତଙ୍କ ଦ୍ୱାରା ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଘରର ଭିତର ଓ ବାହାରର ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ପତ୍ନୀଙ୍କ ପ୍ରତି ପ୍ରେମ ଓ ପରିବାରର ମୂଳକୁ ସ୍ମରଣ କରି ନିର୍ମିତ ଏହି ‘ସ୍ୱପ୍ନର ତାଜମହଲ’ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ