ଜାତିର ପିତା ମହାତ୍ମା ଗାନ୍ଧୀ । ଭାରତୀୟ ସ୍ୱାଧିନତା ସଂଗ୍ରାମରେ ତାଙ୍କର ଭୁମିକା ଖୁବ୍ ବେଶୀ । ଗୋରା ସରକାର ବିରୋଧରେ ଲଢିଥିଲେ ସେ । ସାରା ଦେଶକୁ କରିଥିଲେ ଏକାଠି । ତାଙ୍କ ନେତୃତ୍ୱ ଆଘରେ ହାର୍ ମାନିଥିଲେ ଇଂରେଡ୍ । ତେବେ ଗାନ୍ଧୀଙ୍କୁ ନେଇ ବିବାଦ ବି କିଛି କମ୍ ନୁହେଁ । ମୃତ୍ୟୁ ବେଳେ କଣ କହିଥିଲେ ଗାନ୍ଧୀ, ତାକୁ ନେଇ ସଦାବେଳେ ପ୍ରଶ୍ନ ଉଠାନ୍ତି ଗାନ୍ଧୀଙ୍କ ବିରୋଧୀ । କିଏ କିଏ କୁହନ୍ତି ତାଙ୍କ ପାଟିରୁ ବାହାରିଥିଲା ହେ ରାମ । ଆଉ କେହି ଏହାକୁ କୁହନ୍ତି ମିଛ । ଗାନ୍ଧୀ ଏପରି କିଛି କହିନଥିବା ଚର୍ଚ୍ଚା ହୁଏ । ତେବେ ସତରେ ଗାନ୍ଧୀ କଣ କହିଥିଲେ ତାହା ଉପରେ ଏବେବି ସସପେନ୍ସ ।
ଆପଣ ଜାଣିଥିବେ ଜାନୁଆରୀ 30 ତାରିଖରେ ବିର୍ଲା ଭବନରେ ଆଖିବୁଜିଥିଲେ ମହାତ୍ମା ଗାନ୍ଧି । ତାଙ୍କୁ ତିନୋଟି ଗୁଳି ବାଜିଥିଲା । ନାଥୁରାମ ଗଡ଼ସେ ନେଇଥିଲେ ଶତାବ୍ଦୀର ଶ୍ରେଷ୍ଠ ପୁରୁଷଙ୍କ ଜୀବନ । ଭଜନ ପରେ ଗାନ୍ଧୀ ଯାଉଥିବା ବେଳେ ଗୁଳି ମାରିଥିଲେ ନାଥୁରାମ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଜାତିର ପିତା । ଆଉ ତାଙ୍କ ପାଟିରୁ ବାହିରଥିଲା ତିନି ଚୋରିଟି ଶବ୍ଦ । ତେବେ ତାଙ୍କର ଏହି ଶେଷ ପଦ କଥାକୁ ନେଇ ଏବେବି ଚାଲିଛି ବିବାଦ ।
କୁହାଯାଏ ଶେଷ ସମୟରେ ଗାନ୍ଧିଙ୍କ ପାଖରେ ଥିଲେ ବ୍ୟକ୍ତିଗତ ସଚିବ ଥିଲେ ଭେଙ୍କିତା କଲ୍ୟାଣମ । ତେବେ ଗାନ୍ଧୀ ହେ ରାମ କହିନଥିବା ସେ ଦେଇଥିଲେ ବୟାନ । ଯାହାକୁ ନେଇ ଜୋରଦାର୍ ବିବାଦ ହୋଇଥିଲା । ଅନେକ କଂଗ୍ରେସ ନେତା କଲ୍ୟାଣମଙ୍କ ବୟାନକୁ ନିନ୍ଦା କରିଥିଲେ । ତେବେ ପରେ ବୟାନ ବଦଳାଇଥିଲେ କଲ୍ୟାଣମ । ସେହିପରି ସାମ୍ବାଦିକ ଦୟାଶଙ୍କର ଶୁକ୍ଳା ମଧ୍ୟ ନିଜ ବହିରେ ଲେଖିଥିଲେ ସମାନ କଥା । ଗାନ୍ଧୀ ହେ ରାମ୍ କହିନଥିବା ସେ ଉଲ୍ଲେଖ କରିଥିଲେ ।
ଆହୁରି ମଧ୍ୟ କୁହାଯାଏ ଯେ ଗୁଳି ମାଡ଼ ବେଳେ ଗାନ୍ଧୀଙ୍କ ସବୁଠୁ ପାଖରେ ଥିଲେ ମନୁ ଗାନ୍ଧୀ । ସେ ଗାନ୍ଧୀଙ୍କ ପାଟିରୁ କେବଳ ହେ ରା ଶୁଣିଥିଲେ । ଏହି ଆଧାରରେ ସେ ହେ ରାମ କହିଥିବା କୁହନ୍ତି କେହି । କାରଣ ଗାନ୍ଧୀ ନିଜେ ହେ ରାମ କହି ମରଣ ପସନ୍ଦ କରିବେ ବୋଲି ଏକ ସଭାରେ କହିଥିଲେ । ଯାହା ସେ ମୃତ୍ୟୁ ବେଳେ ପାଳନ କରିଥିବା ତାଙ୍କର ଶୁଭେଚ୍ଛୁମାନେ କହିଥାନ୍ତି । ଭିଓ-୫- ତେବେ ନିର୍ମଳା ଦେଶପାଣ୍ଡେ କିନ୍ତୁ କୁହନ୍ତି ଅଲଗା କଥା । ଗୁଳି ମାଡ଼ ବେଳେ ଗାନ୍ଧୀଙ୍କ ପାଖରେ ଥିଲେ ବୋହୁ ମନୁ ଆଉ ନାତୁଣୀ ଆଭା । ଗୁଳି ବାଜିବା ପରେ ଆଭାଙ୍କ କାନ୍ଧରେ ଆଉଜି ପଡ଼ିଥିଲେ ବାପୁ । ଆଉ ପାଟିରୁ ବାହାରିଥିଲା ହେ ରାମ । ଏତିକି କହି ଟଳିପଡିଥିଲେ ପୂଜ୍ୟ ବାପୁଜୀ । ତେବେ ଆଜି ବି ଏହାକୁ ନେଇ ଚାକିଛି ଚର୍ଚ୍ଚା ଆଉ ବିତର୍କ । ତେବେ ଦର୍ଶକବନ୍ଧୁ ଆପଣଙ୍କୁ କଣ ଲାଗୁଛି, ଗାନ୍ଧୀଙ୍କୁ ନେଇ ବିରୋଧୀ ଅପପ୍ରଚାର କରୁଛନ୍ତି ନା ସତରେ ସେମିତି କିଛି ରହିଛି, ଆମକୁ କମେଣ୍ଟ କରି ଜଣାନ୍ତୁ ।

