25.9 C
Odisha
Wednesday, October 29, 2025

ଗ୍ୟାସ ଦରରେ ବଡ ହ୍ରାସ

ଦର୍ଶକ ବନ୍ଧୁ ଆମେ ଆପଣଙ୍କୁ ପୂର୍ବରୁ ଯେମିତି କହିଥିଲୁ କି, ଅଗଷ୍ଟ ମାସ ଆରମ୍ଭ ହେବା ମାତ୍ରେ ଅନେକ ନୀତି ନିୟମ ରେ ଆସିବା ବଡ଼ ପରିବର୍ତନ । ଯାହା ପ୍ରମାଣିତ ହେଲା । କାରଣ ଅଗଷ୍ଟ ମାସର ପ୍ରଥମ ଦିନ ଏବଂ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏକ ବଡ଼ ହ୍ରାସ କରିଛନ୍ତି। ଜୁଲାଇରେ ମୂଲ୍ୟ ବୃଦ୍ଧି ପରେ ସିଲିଣ୍ଡର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳୁଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧ ଅଗଷ୍ଟ ସକାଳେ ବ୍ୟାବସାୟିକ ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ କରିଛନ୍ତି। ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ପାଇଁ ବର୍ତ୍ତମାନ ୧୬୮୦ ଟଙ୍କା ଦେବାକୁ ପଡିବ। ଏହାପୂର୍ବରୁ ଏଥିପାଇଁ ୧୭୮୦ ଟଙ୍କା ଦେବାକୁ ପଡୁଥିଲା। ତେବେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ବ୍ୟାବସାୟିକ ଗ୍ୟାସ ସିଲିଣ୍ଡରର ନୂତନ ହାର ୧ ଅଗଷ୍ଟରୁ ଲାଗୁ କରାଯାଇଛି। ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିପାଇଁ ରାଜଧାନୀ ଦିଲ୍ଲୀରେ ପୂର୍ବ ପରି ୧୧୦୩ ଟଙ୍କା ଦେବାକୁ ପଡିବ। ଦିଲ୍ଲୀରେ ବ୍ୟାବସାୟିକ ଗ୍ୟାସ ସିଲିଣ୍ଡର ୧୭୮୦ ରୁ ୧୬୮୦ ଟଙ୍କାକୁ ଖସି ଆସିଛି। କୋଲକାତାରେ ପୂର୍ବ ୧୮୯୫.୫୦ ଟଙ୍କା ପରିବର୍ତ୍ତେ ବର୍ତ୍ତମାନ ୧୮୦୨.୫୦ ଟଙ୍କା ଦେବାକୁ ପଡିବ। ସେହିଭଳି ମୁମ୍ବାଇରେ ଏହା ୧୭୩୩.୫୦ ଟଙ୍କାରେ ଉପଲବ୍ଧ ଥିଲା, ଯାହା ବର୍ତ୍ତମାନ ୧୬୪୦.୫୦ ଟଙ୍କାରେ ଉପଲବ୍ଧ ହେବ। ସେହିପରି ଚେନ୍ନାଇରେ ମୂଲ୍ୟ ୧୯୪୫.୦୦ ରୁ ୧୮୫୨.୫୦ ଟଙ୍କାକୁ ଖସି ଆସିଛି।
ସେପଟେ କିନ୍ତୁ ଘରୋଇ ଗ୍ୟାସ ୧୪.୨ କିଲୋଗ୍ରାମ ଟାଙ୍କି ପିଛା କୌଣସି ପରିବର୍ତ୍ତନ କରିନାହାନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଏହି ଗ୍ୟାସ ଟାଙ୍କି ୧୧୦୩ ଟଙ୍କାରେ ବିକ୍ରି ହେଉଛି। ଏହି ଟାଙ୍କି ଉପରେ ଗତ ମାର୍ଚ୍ଚ ପହିଲାରେ ଶେଷ ଥର ପାଇଁ ଦରରେ ପରିବର୍ତ୍ତନ ହୋଇଥିଲା। ଏହା ପୂର୍ବରୁ ୨୦୨୨ ଜୁଲାଇରେ ପରିବର୍ତ୍ତନ ହୋଇଥିଲା। ସେହି ସମୟରେ ଏହି ଟାଙ୍କି ୧୦୫୩ ଟଙ୍କାରେ ବିକ୍ରି ହେଉଥିଲା ଯାହା ବର୍ତ୍ତମାନ ୧୧୦୩ ଟଙ୍କାରେ ବିକ୍ରି ହେଉଛି।

ଯଦି ଆପଣ ଗ୍ୟାସ ଦର ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ଆଇଓସିଏଲ ର ଅଫିସିଆଲ ୱେବ ସାଇଟ ଲିଙ୍କରେ କ୍ଲିକ କରି ଜାଣିପାରିବେ। ଇଣ୍ଡିଆନ ଅଏଲର ସରକାରୀ ଓ୍ୱେବସାଇଟରେ ଏଲପିଜି ଦର ସମ୍ପର୍କିତ ସୂଚନା ପାଇପାରିବେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ