29.6 C
Odisha
Saturday, May 18, 2024
spot_img

ଭାରତରେ ଆୟୋଜନ ହେବନି ଆଇପିଏଲ ୨୦୨୪ !

ଦର୍ଶକ ବନ୍ଧୁ ଆଇପିଏଲ ପାଇଁ ସମସ୍ତେ ଏକପ୍ରକାର ପାଗଳପ୍ରାୟ ହୁଅନ୍ତି । କ୍ରିକେଟ୍ କୁ ନେଇ ରହିଛନ୍ତି ଲକ୍ଷ ଲକ୍ଷ ଭାରତୀୟ ଫ୍ୟାନସ । ଭାରତରେ ଖେଳାଯାଉଥିବା ସବୁଠାରୁ ଲୋକପ୍ରିୟ ଟି -୨୦ ଟୁର୍ଣ୍ଣାମେଣ୍ଟ ଆଇପିଏଲକୁ ନେଇ ଆସିଲା ବଡ ଅପଡ଼େଟ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ଭାରତ ନୁହେଁ ବରଂ ବିଦେଶରେ ଖେଳାଯିବ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଭାବେ ପରିଚିତ ଆଇପିଏଲ । ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଇପିଏଲ -୨୦୨୪ ଶୀଘ୍ର ଆୟୋଜନ ନେଇ ମଧ୍ୟ ଚିନ୍ତା କରୁଥିବା କୁହାଯାଇଛି ।

ସେପଟେ ଆମେ କହିରଖିବୁ କି ଆସନ୍ତା ବର୍ଷ ଅର୍ଥାତ୍ ୨୦୨୪ରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଏହି କାରଣରୁ ୨୦୨୪ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ କାର୍ଯ୍ୟସୂଚୀ ଓ ସ୍ଥାନରେ ପରିବର୍ତ୍ତନ ହେବା ନେଇ ସମ୍ଭାବନା ଥିବା କୁହାଯାଉଛି । ତେବେ ଏନେଇ ବିସିଆଇ ପକ୍ଷରୁ ସରକାରୀ ଭାବେ କୌଣସି ଘୋଷଣା କରାଯାଇନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ବିସିଆଇ ଶୀଘ୍ର ଆଇପିଏଲ- ୨୦୨୪ ଆୟୋଜନ କରିପାରେ । ଦେଶରେ ଲୋକସଭା ନିର୍ବାଚନ ମେ ମାସ ଆଡ଼କୁ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିସିଆଇର ଚିନ୍ତା ବଢିଛି । ସେତେବେଳେ ଦେଶରେ ନିର୍ବାଚନ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ବୋଲି ବିସିସିଆଇ ଆଶଙ୍କା କରୁଛି । ଏଥିଲାଗି ମାର୍ଚ୍ଚ ମାସରେ ଆଇପିଏଲ ମ୍ୟାଚ୍ ଆରମ୍ଭ କରି ମେ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ସୁଦ୍ଧା ଫାଇନାଲ ମ୍ୟାଚ୍ କରିବାକୁ ବିସିସିଆଇ ଯୋଜନା କରାଯାଉଥିବା ଜଣାପଡିଛି ।
ତେବେ ବର୍ତ୍ତମାନ ବିସିଆଇ ବିଶ୍ବକପ-୨୦୨୩ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି । ଏହା ପରେ ହିଁ କୌଣସି ପ୍ରକାରର ନିଷ୍ପତ୍ତି ନିଆଯାଇପାରିବ । ଆସନ୍ତାବର୍ଷ ଆଇପିଏଲ ୨୦୨୪ର ଅଧିକାଂଶ ମ୍ୟାଚ୍ ବିଦେଶରେ ଆୟୋଜନ କରାଯାଇପାରେ । ବିସିସିଆଇ ଅଧିକାରୀ କହିଛନ୍ତି, ଆସନ୍ତା ବର୍ଷ ଆଇପିଏଲ୍- ୨୦୨୪ ଆୟୋଜନରେ ଆସିବାକୁ ଥିବା ଅସୁବିଧା ବିଷୟରେ ଆମେ ଅବଗତ। ଆମକୁ ଇଂଲଣ୍ଡ ବିପକ୍ଷରେ ଏକ ସିରିଜ୍ ଆୟୋଜନ କରିବାକୁ ପଡିବ । ଏହା ପରେ ସାଧାରଣ ନିର୍ବାଚନ ହେବ, ତା ପରେ ପରେ ଜୁନ୍ ମାସରେ ବିଶ୍ୱକପ୍ ଅନୁଷ୍ଠିତ ହେବ । ବର୍ତ୍ତମାନ ଅକ୍ଟୋବର ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପକୁ ସଫଳତାର ସହ ଆୟୋଜନ କରିବା ଉପରେ ଆମେ ଧ୍ୟାନ ଦେଉଛୁ। ତେବେ ଆଇପିଏଲ୍- ୨୦୨୪କୁ ନେଇ କୌଣସି ନିଷ୍ପତ୍ତି ଡିସେମ୍ବର-ଜାନୁୟାରୀ ବେଳକୁ ନିଆଯିବ । ଆଇପିଏଲର ଶେଷ ସିଜିନ ମାର୍ଚ୍ଚ ୩୧ରୁ ଏପ୍ରିଲ ମାସ ୨୯ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିଲା କିନ୍ତୁ ଆଇସିସି ଟି -୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ବିସିସିଆଇ କିଛି ଦିନ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲା।

ତେବେ ଏହି କଥା ଆଇପିଏଲ୍ ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ବିଦେଶରେ ଆଇପିଏଲ ଆୟୋଜନ ହେଇସାରିଛି । କୋଭିଡ୍ ପାଇଁ ୟୁଏଇରେ ଆଇପିଏଲ ଖେଳାଯାଇଥିଲା । ସେହିପରି ୨୦୦୯ ମସିହାରେ ଲୋକସଭା ନିର୍ବାଚନ ପାଇଁ ଆଇପିଏଲ୍ ଦକ୍ଷିଣ ଆଫ୍ରିକାରେ ଓ ୨୦୧୪ ଲୋକସଭା ନିର୍ବାଚନ ପାଇଁ ଆଇପିଏଲର ଅଧା ମ୍ୟାଚ୍ ୟୁଏଇରେ ଆୟୋଜନ କରାଯାଇଥିଲା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ