କୁହାଯାଏ ପ୍ରେମ ମାନେନି ଜାତି ଧର୍ମ କି ବର୍ଣ୍ଣ । ଯେଉଁଠି ଦୁଇ ମନ ମିଶିଯାଏ ସେଠାରେ ପଛ ଘୁଞ୍ଚା ଦେଇଥାଏ ସବୁ ବାଧା ବିଘ୍ନ । ତେବେ ଦର୍ଶକ ବନ୍ଧୁଁ ଆଗରୁ ଅନେକ ପ୍ରେମ କାହାଣୀ ସମ୍ପର୍କରେ ଆପଣ ପଢିଥିବେ କିମ୍ୱା ଶୁଣିଥିବେ । କିନ୍ତୁ ଏବେ ଯେଉଁ ପ୍ରେମ କାହାଣୀ ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଟିକିଏ ଅଲଗା ।
କରୀ କୋଟୱାଲୀ ଥାମ୍ବା ଆୱାଲପୁର ଗାଁରେ ଏକ ନିଆରା ପ୍ରେମ କାହାଣୀ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଇଟା ଭାଟିରେ କାମ କରୁଥିବା ସମୟରେ ଦୁଇ ମନ ହୋଇଛି ଗୋଟିଏ ।
ମହୋବା ଜିଲ୍ଲା ପଠା ରୋଡର ଶବାନା ତାଙ୍କ ଭାଉଜ ଏବଂ ବୋହୂ ସହିତ ଏକ ଇଟା ଭାଟିରେ କାମ କରୁଥିଲେ । କାମ କରିବା ସମୟରେ ସେଠାରେ କାମ କରୁଥିବା ବାବୁଙ୍କ ସହ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଧିରେ ଧିରେ ସମ୍ପର୍କ ଆଗକୁ ବଢିବା ପରେ ଉଭୟ ଏହାର ଏକ ନୂଆ ନାଁ ଦେବାକୁ କରିଥିଲେ ସ୍ଥିର।
ହେଲେ ମଝିରେ ବାଧା ସାଜିଥିଲା ଧର୍ମ । କାରଣ ବବଲୁ ହିନ୍ଦୁ ପୁଅ ଏବଂ ଶବାନା ଥିଲେ ମୁସଲମାନ ଝିଅ । ଏ ସମ୍ପର୍କରେ ଜାଣିବା ପରେ ଶବାନାଙ୍କ ପରିବାର ସଦସ୍ୟ ସେମାନଙ୍କ ବିବାହକୁ ବିରୋଧ କରୁଥିଲେ । ପ୍ରବଳ ବର୍ଷା କାରଣରୁ ଇଟାଭାଟି ବନ୍ଦ ହୋଇଯାଇଥିଲା । ତେଣୁ ଶବାନାଙ୍କ ପରିବାର ତାଙ୍କୁ ମହୋବାକୁ ନେଇ ଯାଇଥିଲେ। ପରସ୍ପରଠାରୁ ଅଲଗା ହେବା ପରେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ଆଉ ଦେଖା ହୋଇପାରୁନଥିଲା ।
କୌଣସି ସୂତ୍ରରୁ ଖବର ପାଇ ବବଲୁ ଗୁରୁବାର ଦିନ ମହୋବାରେ ପହଞ୍ଚିଯାଇଥିଲେ । ଶବାନାଙ୍କ ସହ କଥା ହୋଇ ତାଙ୍କୁ ସାଥିରେ ଆଣିଥିଲେ। ଅନ୍ୟପକ୍ଷରେ ଶବାନାଙ୍କ ପରିବାର ସଦସ୍ୟ ଥାନାରେ ପହଞ୍ଚି ଶବାନା ପ୍ରେମିକ ବବୁଲ ସହ ଫେରାର ହେବାର ଅଭିଯୋଗ କରିଥିଲେ ।
ପରେ ଝିଅଟି ପ୍ରାପ୍ତ ବୟସ୍କ ହୋଇଥିବା ପ୍ରମାଣପତ୍ର ଦେଇଥିଲା । ଏହାପରେ ଉଭୟ ପ୍ରେମୀ ଯୁଗଳ ସହମତିରେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି । ବିବାହ ପାଇଁ ଉଭୟଙ୍କର ସହମତି ଥିବାରୁ ପୋଲିସ ମଧ୍ୟ ପାରିବାରିକ ଅଭିଯୋଗ ବିଷୟରେ ତଦନ୍ତ କରିବାକୁ ମନା କରିଥିଲା । ପରେ ହିନ୍ଦୁ ଧର୍ମର ରୀତିନୀତି ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କରୀ କୋଟୱାଲୀ ନିକଟରେ ଥିବା ଏକ ମନ୍ଦିରରେ ବବୁଲୁ ଏବଂ ଶବାନା ବେଦି ଚାରିପଟେ ସାତ ଘେରା ନେଇ ସାତ ଜନ୍ମର ସାଥୀ ହୋଇ ବାଟ ଚାଲିବାକୁ ନିଷ୍ପତ୍ତି ନେଇଥିଲେ ।
ମହୋବା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କରୀ ପୋଲିସ ଶୁକ୍ରବାର ଦିନ ବବଲୁ ଏବଂ ଶବାନାଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ଘଟଣା ସମ୍ପର୍କରେ ସବୁ କିଛି ଜାଣିବା ପରେ ପରିବାର ଲୋକଙ୍କ ସହ ପୋଲିସ ଆଲୋଚନା କରିଥିଲା । ଉଭୟ ପକ୍ଷର ପରିବାର ସଦସ୍ୟ ମଧ୍ୟ କରୀ କୋଟୱାଲିରେ ପହଞ୍ଚିଥିଲେ। ଶବାନା ନିଜ ଭାଇଙ୍କୁ କହିଥିଲେ ଯେ, ସେ ବବୁଲଙ୍କୁ ଭଲ ପାଆନ୍ତି ଓ ତାଙ୍କ ସହ ସାରା ଜୀବନ ରହିବାକୁ ଚାହାନ୍ତି । ଏକଥା ମଧ୍ୟ ଶବାନା କହିଥିଲେ ଯେ, ମୁଁ ପ୍ରାପ୍ତ ବୟସ୍କ । ତେଣୁ ଭଲ ଖରାପ ବୁଝିବାର ଶକ୍ତି ମୋ ପାଖରେ ରହିଛି । ଶେଷରେ ଦୁଇ ପ୍ରେମୀ ଯୁଗଳଙ୍କ ପ୍ରେମ ଆଗରେ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ ହୋଇଥିଲେ ଦୁଇ ପରିବାର । ତେବେ ଦର୍ଶକ ବନ୍ଧୁ ଏ ପ୍ରେମ କାହାଣୀ ଉପରେ ଆପଣଙ୍କ ମନ୍ତବ୍ୟ କଣ୍, ଆମକୁ କମେଣ୍ଟ କରି ଜଣାନ୍ତୁ।

