40.8 C
Odisha
Wednesday, April 22, 2026

ସେମିଫାଇନାଲ ଖେଳିପାରିବନି ଟିମ୍ ଇଣ୍ଡିଆ !

ଅକ୍ଟୋବର ନଭେମ୍ବର ମାସରେ ଦିନିକିଆ ବିଶ୍ୱକପ ୨୦୨୩ ଖେଳିବ ଟିମ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟର ଆରମ୍ଭ ଅକ୍ଟୋବର ୫ ତାରିଖରୁ ହେବାର ଅଛି । ପ୍ରଥମ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଯେତେବେଳେ କି ଫାଇନାଲ ମୁକାବିଲା ୧୯ ନଭେମ୍ବରରେ ସେହି ମୈଦାନରେ ଖେଳାଯିବ ।
୍ଣସହପରି ଭାରତ ନିଜ ଅଭିଯାନର ଆରମ୍ଭ ଅକ୍ଟୋବର ୮ ରୁ ଷ୍ଟ୍ରେଲିଆ ବିପକ୍ଷରେ କରିବ । ଭାରତରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ହେଲେ ଏସବୁ ପରେ ବି ଭାରତ ବିଜୟଲାଭ କରିବା ଉପରେ ଆଶା ଆଶଙ୍କା ରହିଛି । ଚର୍ଚା ହେଉଛି କି ଭାରତ ସେମିଫାଇନାଲରୁ ବାହାରି ଯାଇପାରେ । ଯାହା ପଛରେ ରହିଛି ତିନୋଟି କାରଣ ।
ଭାରତୀୟ ଟିମ ଦିନିକିଆ ବିଶ୍ୱକପ ୨୦୨୩ରୁ ଏତିପାଇଁ ବାହାରି ଯାଇପାରେ କାରଣ, ଭାରତୀୟ ଖେଳାଳୀଙ୍କ ମଧ୍ୟରେ ନିରନ୍ତରତା କମି ରହିଛି । ୨୦୨୩ ଆରମ୍ଭରୁ ଶୁଭମନ ଗିଲ, ରୋହିତ ଶର୍ମା ଓ ବିରାଟ କୋହଲୀ ଫର୍ମରେ ନଜର ଆସୁଥିଲେ । ରୋହିତ ଓ କୋହଲୀ କରିଥିଲେ ଶତକ ଏବଂ ଗିଲ ଦିନିକିଆରେ ଦ୍ୱିଶତକ କରିଥିଲେ । ଏହାସହ ଆଇପିଏଲରେ ବି କୋହଲୀ ଓ ଗିଲ ଦମଦାର ଫର୍ମରେ ଥିଲେ । ମାତ୍ର ଦିନିକିଆ ବିଶ୍ୱକପ୍ ଫାଇନାଲରେ ଗିଲ କୋହଲୀଙ୍କ ସହ ରୋହିତ ବି ଫେଲ ହୋଇଥିଲେ । ଏମାନେ ତିନିଜଣ ଯାକ ବ୍ୟାଟ୍ସମ୍ୟାନ । ମାତ୍ର ଏମାନଙ୍କ ଭିତରେ ନିରନ୍ତରତା ଅଭାବ ରହିଛି । ପରିଣାମ ଏହା ହୁଏ ଯେ, ଏମାନେ ରନ ନ କରିବାରୁ ସବୁ ଚାପ ପଡିଥାଏ ଶେଷକ୍ରମର ଖେଳାଳୀଙ୍କ ଉପରେ । ଫଳରେ ସବୁ ଖେଳାଳୀ କରିଦିଅନ୍ତି ସରେଣ୍ଡର ।
ଆଉ ଗୋଟିଏ କାରଣ ହେଲା ଯେ, ଭାରତୀୟ ଖେଳାଳୀ ଲିଗ ଷ୍ଟଜରେ ଭର ପ୍ରଦର୍ଶନ କରନ୍ତି । ମାତ୍ର ନକ ଆଉଟ ମୁକାବିଲା ଆସିବା ମାତ୍ରେ, କରିଯାଆନ୍ତି ସରେଣ୍ଡର । ଦିନିକିଆ ବିସ୍ୱକପ ୨୦୧୫ ରେ ବି ଭାରତ ସେମିଫାଇନାଲରେ ବାହାରି ଯାଇଥିଲା ।
୨୦୧୭ ଚାମ୍ପିୟାନ୍ସ ଟ୍ରଫିରେ ଫାଇନାଲରୁ ବାହାରିଥିଲା ଟିମ ଇଣ୍ଡିଆ । ୨୦୧୯ ଦିନିକିଆ ବିଶ୍ୱକପରେ ରୋହିତ ୫ଟି ଶତକ କରିଥିଲେ । ତଥାପି ସେମିପାଇନାଲରୁ ବାହାରି ଯାଇତିଲା ଭାରତ । ଏହାପରେ ୨୦୨୧ ଟେଷ୍ଟ ଚାମ୍ପିୟନସିପ ହେଉ କି ଟି୨୦ ବିଶ୍ୱକପ ୨୦୨୨ ଅବା ୨୦୨୩ ଟେଷ୍ଟ ଚାମ୍ପିୟାନସିପ, ପ୍ରତି ଥର ଖେଳାଳୀ ନକଆଉଟ ମ୍ୟାଚରେ ପେଲ ହେବା କାରଣରୁ ଭରାତ ବାଦ ପଡିଛି ।
୍ଣଶଷ କାରଣ ହେଲା, ଭାରତୀୟ ଖେଳାଲୀ ଲଗାତର ଭାବେ ଆହତ ହେଉଛନ୍ତି । ଯାହାର ପ୍ରଭାବ ସିଧାସଳଖ ପଡୁଛି ଦଳ ଉପରେ । ଜସପ୍ରୀତ ବୁମରାହ ଗତବର୍ଷ ଠାରୁ ଆହତ ଅଛନ୍ତି । ଯେଉଁଥିପାଇଁ ବୋଲିଂ ଦୁବ୍‌ର୍ଳ ହେଉଛି ।
୍ଣସହିପରି ଶ୍ରୟସ ଆୟର ଓ କେଏଲ ରାହୁଲଙ୍କ ଭଳି ଖେଳାଳୀ ଆହତ ହେବା କାରଣରୁ ଟିମର ପ୍ଲେଇଂ ୧୧ ବଦଳି ଯାଇଛି । ତେବେ ଏମାନେ ଯଦି ବିଶ୍ୱକପ ଭିତରେ ଫିଟ୍ ନ ହୁଅନ୍ତି, ତାହେଲେ ଦଳ ସେମିଫାଇନାଲରେ ପହଂଚିବା ଉପରେ ପ୍ରଭାବ ପଡିପାରେ ।
ତେବେ ଦର୍ଶକବନ୍ଧୁ ଏହି କାରଣଗୁଡିକ ଉପରେ ଆପମଙ୍କୁ କଣ ଲାଗୁଛି, ନିଜ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ