ଦର୍ଶକବନ୍ଧୁ ଛୁଟି ଦିନ ମିଳିଲେ ସମସ୍ତେ ଟିକିଏ ବାହାରକୁ ବୁଲିଯିବାକୁ ପସନ୍ଦ କରନ୍ତି । ବିଶେଷ କରି ବୁଲିବା ପାଇଁ ପ୍ଲାନ କରିବା ପୂର୍ବରୁ ସଠାରେ ରହିବା, ଖାଇବା ଆଦିର ପ୍ରି ପ୍ଲାନ କରାଯାଏ । କେଉଁ ହୋଟେଲରେ ରହିଲେ ଭଲ, ଦୂରତା କେତେ, କଣ ସବୁ ସୁବିଧା ରହିଛି, ଏସବୁ ଧାରଣା ମନ ଭିତରକୁ ଆସେ । ଖାସ କରି ରହିବା ପାଇଁ ସମସ୍ତେ ଟିକିଏ ଅଧିକ ଧ୍ୟାନ ଦିଅନ୍ତି । କାରଣ ହୋଟେଲ ନମିଳିଲେ ରହଣୀରେ ବହୁତ ଅସୁବିଧା ହୁଏ। ତେବେ ନିଜର ବଜେଟ୍ ହିସାବରେ ମଧ୍ୟ ଭଲ ଭଲ ରୁମ ଦେଖି ସମସ୍ତେ ହୋଟେଲ୍ ବୁକ କରନ୍ତି ଏବଂ ନିଜର ଖୁସି ସମୟ ଅତିବାହିତ କରନ୍ତି । କିନ୍ତୁ ଆପଣ କେବେ ଏଭଳି ହୋଟେଲ ବିଷୟରେ ଶୁଣିଛନ୍ତି କି ଯେଉଁଠାରେ ଲୋକ ମୃତ୍ୟୁ ପାଇଁ ବା ମୁକ୍ତ ପାଇବା ପାଇଁ ଯାଆନ୍ତି । ଆଜି ଆମେ ଆପଣଙ୍କୁ ଏହି ଭଳି ଏକ ହୋଟେଲ ବିଷୟରେ କହିବାକୁ ଯାଉଛୁ ।
ବନାରସର ଗୋଦୋଲିଆ ସ୍କୋୟାରରେ ଅବସ୍ଥିତ କାଶୀ ଲାଭ ମୁକ୍ତି ଭବନ ଯେଉଁଠାରେ ରହଣୀ ପାଇଁ ରହିଛି ମୋଟ ୧୨ ଟି କୋଠରୀ । କୁହାଯାଏ ଯେ ଏଠାରେ ଲୋକମାନଙ୍କୁ ୧୫ ଦିନ ପାଇଁ ଭଡାରେ ରହିବାକୁ କୋଠରୀ ଦିଆଯାଏ। ଆଉ ଏଠାକୁ ଆସୁଥିବା ଲୋକ ମାନେ ଏହି ଭଡା କୋଠରୀରେ ରହି ସେମାନଙ୍କ ମୃତ୍ୟୁକୁ ଅପେକ୍ଷା କରନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ହୋଟେଲକୁ ସବୁ ଲୋକ ଯାଇ ପାରିବେ ନାହିଁ । ଏଠାକୁ କେବଳ ସେହି ବ୍ୟକ୍ତି ବା ମହିଳା ମାନଙ୍କୁ ଯିବାର ଅନୁମତି ରହିଛି ଯେଉଁମାନଙ୍କର ବୟସ କେବଳ ୬୦ ବର୍ଷରୁ ଅଧିକ ।
ଏଠାକୁ ଆସୁଥିବା ଲୋକମାନେ ଘରୁ ଗା ଦାନ କରିବା ପରେ ଆସନ୍ତି । ଏହାସହ ବୃଦ୍ଧମାନଙ୍କ ସହିତ କେବଳ ପରିବାରର ଜଣେ ସଦସ୍ୟ ସେମାନଙ୍କର ଶେଷ ମୁହୂର୍ତ୍ତ ପର୍ୟ୍ୟନ୍ତ ରହିପାରିବେ । କୁହାଯାଏ ଯେ ଯଦି ସେହି ବ୍ୟକ୍ତି ୧୫ ଦିନରେ ମରନ୍ତି ନାହିଁ, ତେବେ ସେହି ବ୍ୟକ୍ତିଙ୍କୁ ତାଙ୍କ ଘରକୁ ପଠାଇ ଦିଆଯାଏ ।
ଏଠାରେ ଥିବା ଲୋକମାନେ କୁହନ୍ତି ଯେ କାଶୀ ଲାଭ ମୁକ୍ତି ଭବନ ୧୯୦୮ମସିହାରେ ଡାଲମିଆ ପରିବାରର ରାଣୀ ଜାଦିଆ ଦେବୀଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହି ଭବନର ୧୦ ଟି କୋଠରୀରେ ମୋକ୍ଷାର୍ଥୀଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହିତ ରହିବାକୁ ସୁବିଧା ଦିଆଯାଇଛି । ଏଠାକୁ ଆସିବା ପୂର୍ବରୁ ଆଡଭାନ୍ସ ବୁକିଂ କରିବାକୁ ପଡିଥାଏ ।ଏଠାରେ ପ୍ରତିଦିନ ପୂଜା ପାଠ କରାଯାଏ । ରାମାୟଣ ଠାରୁ ଗୀତା ଦିନସାରା ଏହି ଭବନରେ ପାଠ କରାଯାଏ । ଏହା ପରେ ପ୍ରଭୁ ସତ୍ୟନାରାୟଣଙ୍କ ଆରତୀ ସହିତ ଗଙ୍ଗାଜଳ ଏବଂ ତୁଳସୀ ପ୍ରତିଦିନ ସନ୍ଧ୍ୟାରେ ଏଠାରେ ରହୁଥିବେ ଲୋକଙ୍କୁ ଖାଇବାକୁ ଦିଆଯାଏ ।
ତେବେ ଦର୍ଶକବନ୍ଧୁ ଏଭଳି ହୋଟେଲ ବିଷୟରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

