25.4 C
Odisha
Saturday, May 18, 2024
spot_img

ଭୁବନେଶ୍ୱରରେ ଗଡିବ ମେଟ୍ରୋ

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଲାଗି ଆରମ୍ଭ ହୋଇଛି ସର୍ଭେ କାର‌୍ୟ୍ୟ । କଟକ ତ୍ରିଶୁଳିଆରୁ ନନ୍ଦନକାନନ ମଧ୍ୟରେ ଚାଲିବ ଜିଓ ଟେକ୍ନିକାଲ ଇନଭେଷ୍ଚିଗେସନ । ତେବେ ପ୍ରାରମ୍ଭିକ ପର‌୍ୟ୍ୟାୟରେ ୪ କିଲୋମିଟର ରାସ୍ତାର ମାଟି ନମୂନା ସଂଗ୍ରହ ଚାଲିଛି । ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ୩୦ ଫୁଟ ତଳୁ ମାଟିର ନମୂନା ସଂଗ୍ରହ କରାଯାଉଛି । ତେବେ ପ୍ରାରମ୍ଭିକ କାମ ସରିବା ପରେ ସର୍ଭେ ରିପୋର୍ଟ ଆଧାରରେ ଡି଼ପିଆର ପ୍ରସ୍ତୁତ ହେବ । ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ ଡି଼ପିଆର ଦେବା ପରେ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ପଡ଼ିବ ।
ସୂଚନାଯୋଗ୍ୟ, ଖୁବଶ୍ରୀଘ ଭୁବନେଶ୍ବରରୁ କଟକୁ ଗଡ଼ିପାରେ ମେଟ୍ରା । ତେବେ ଏ ଭିତରେ ପାଦେ ଆଗେଇଛି ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ କାର‌୍ୟ୍ୟ । ଡି଼ପିଆର ପ୍ରସ୍ତୁତକାରୀ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ୍ ପକ୍ଷରୁ ଆରମ୍ଭ ହୋଇଛି ପ୍ରାରମ୍ଭିକ ସର୍ଭେ । ଏହାର ଏକ ଟେକ୍ନିକାଲ ଟିମ୍ ରାଜଧାନୀରେ ପହଁଞ୍ଚିବା ପରେ ତ୍ରିଶୁଳିଆଠାରୁ ନନ୍ଦନକାନନ ମଧ୍ୟରେ ଥିବା ୨୪ଟି ସ୍ଥାନରେ ଜିଓ ଟେକ୍ନିକାଲ ଇନଭେଷ୍ଚିଗେସନ୍ ଆରମ୍ଭ ହୋଇଛି । ତେବେ ପ୍ରତି କିଲୋମିଟର ବ୍ୟବଧାନରେ ମାଟି ନମୂନା ସଂଗ୍ରହ କରାଯାଉଛି । ଏକ ସ୍ବତନ୍ତ୍ର ମେସିନ ଜରିଆରେ ଏହି ଟିମ୍ ପ୍ରତି ଦେଢ ମିଟର ଗଭୀରତା ବ୍ୟବଧାନରେ ୩୦ ମିଟର ଗଭୀର ଯାଏଁ ମାଟି ନମୂନା ସଂଗ୍ରହ କରୁଛନ୍ତି । ତିଆରି ହେବାକୁ ଥିବା ମେଟ୍ରୋ ପ୍ରକଳ୍ପ ପିଲାରକୁ ମଜଭୁତ ଭାବେ ଧରି ରଖିବା ଲାଗି ଏହି ମାଟି କେତେ ସମର୍ଥ ସେ ନେଇ ପରୀକ୍ଷା କରାଯିବ । ମାଟି ନମୂନା ସଂଗ୍ରହ ପରେ ଏହାକୁ ଟେକ୍ନିକାଲ ଟିମ୍ ଦ୍ବାରା ଯାଞ୍ଚ କରାଯାଇ ରାଜସ୍ଥାନ ଜୟପୁରରେ ଥିବା ଏକ ଲ୍ୟାବକୁ ପଠାଯାଉଛି । ପ୍ରକାଶ ଥାଉ କି, ଟ୍ବିନ୍ ସିଟିରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ସମସ୍ୟାର ସମାଧୀନ ଲାଗି ମେଟ୍ରୋ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଛି ।
କହିରଖିବୁ ଯେ, ଓଡ଼ିଶାରେ ଖୁବଶୀଘ୍ର ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବ । କଟକ-ଖୋର୍ଦ୍ଧା-ପୁରୀକୁ ସଂଯୋଗ କରି ଏହି ମେଟ୍ରୋ ରେଳ ଚଳାଚଳ କରିବ । ପ୍ରଥମ ପର‌୍ୟ୍ୟାୟରେ କଟକ ତ୍ରିଶୁଳିଆରୁ ଭୁବନେଶ୍ବର ବିମାନ ବନ୍ଦର ମଧ୍ୟରେ ଏହାର ନିର୍ମାଣ କାର‌୍ୟ୍ୟ ଆରମ୍ଭ ହେବ । ରାଜ୍ୟ ସରକାର ନିଜସ୍ବ ଅର୍ଥରେ ଏହି ପ୍ରକଳ୍ପ ନିର୍ମାଣ କରିବେ । ଟ୍ବିନ୍ ସିଟିରେ ମେଟ୍ରୋ ଚଳାଚଳ ନେଇ ଏନେଇ ଉତ୍କଳ ଦିବସ ଅବସରରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ