ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ଏହି ମାସଟି ଶିବ ଭକ୍ତଙ୍କ ପାଇଁ ହୋଇଥାଏ ଅତି ଖାସ୍ । ଚଳିତ ବର୍ଷ ଶ୍ରାବଣ ମାସ ୫୮ ଦିନ ପଡୁଛି । ଅନେକ ଇଚ୍ଛା ମନୋସ୍କାମନା ପୂରଣ ପାଇଁ ପଣି ଭାର ନେଇଥାନ୍ତି ଶ୍ରଦ୍ଧାଳୁ । ନଦୀଘାଟରୁ ଜଳଭାର ନେଇ ଶିବ ମନ୍ଦିରରେ ଶିବଙ୍କ ଉପରେ ଜଳଲାଗି କରନ୍ତି । ଖରା ବର୍ଷା ସହି ବିନା ବିସ୍ରାମରେ ରାସ୍ତାରେ ଚାଲି ଚାଲି ଯାଆନ୍ତି କାଉଡିଆ ଭାଇମାନେ । ମାନ୍ୟତା ଅଛି କି, ଭଗବାନ ଶିବଙ୍କ ଆରାଧନାରେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଏମିତିରେ ଆଜିର ସମୟରେ ଲୋକେ ବ୍ୟସ୍ତବହୁଳ ଜୀବନରେ ଆଧ୍ୟାତ୍ମ୍ୟ, ସଂସ୍କୃତିରୁ ଦୂରେଇ ଦୂରେଇ ଯାଉଛନ୍ତି । ହେଲେ ଏବେ ଯେଉଁ ଫଟୋ ଆମେ ଆପଣଙ୍କୁ ଦେଖାଇବୁ, ନିହାତି ଭାବେ ଆପଣଙ୍କ ମନକୁ ଏହା ଆନ୍ଦୋଳିତ କରିବ । କଳିଯୁଗରେ ପିଲା ବାପା ମାଙ୍କୁ ଅଣଦେଖା କରୁଛନ୍ତି । ବଡ ହେବା ପରେ ଘରୁ ତଡି ଦେୁଛନ୍ତି । ବୁଝୁନାହାନ୍ତି ବାପା ମା ଙ୍କ ମୂଲ୍ୟ । ହେଲେ ଏମିତି କିଛି ପିଲା ଅଛନ୍ତି, ଯିଏ ଶ୍ରବଣ କୁମାରଙ୍କ ଭଳି ସମାଜ ପାଇଁ ଆଜି ବି ସାଜୁଛନ୍ତି ଉଦାହରଣ ।
ନଜର ପକାନ୍ତୁ ଏହି ଭିଡିଓ ଉପରେ । ଟେି ଜଣେ ଯୁବକ ବୋଲବମରେ ତ ବାହାରିଛନ୍ତି । ହେଲେ ଜଳ ଭାର ସହ ଗୋଟିଏ ପଟେ ବସିଛନ୍ତି ତାଙ୍କ ମା । କାନ୍ଧର ଗୋଟିଏ ପଟେ ଜଳାବି,କେ ପାଇଁ ପବିତ୍ର ଗଙ୍ଗାଜଳ ଅଛି ଏବଂ ଆଉ ଗୋଟିଏ ପଟେ ନିଜ ମା ଙ୍କୁ ବସାଇ ହରିଦ୍ୱାରରୁ ନିଜ ଗନ୍ତବ୍ୟସ୍ଥଳକୁ ଯାଉଛନ୍ତି । ଟ୍ୱିଟରରେ ଏହି ଭିଡିଓଟିକୁ ସେୟାର କରାଯାଇଛି । ବିପୁଳ ମାତ୍ରାରେ ଲୋକେ ଏହି ଭିଡିଓକୁ ପସନ୍ଦ କରିବା ସହ ଦେଉଛନ୍ତି ବିଭିନ୍ନ ପ୍ରକାର ପ୍ରତିକ୍ରିୟା । ବାସ୍ତବରେ ଏହି ଭିଡିଓଟି ପ୍ରେରଣାଦାୟୀ ବୋଲି କୁହାଯାଇପାରେ । ତେବେ ଖାଲି ଏହି ଭିଡିଓଟି ନୁହେଁ, ବରଂ ପୂର୍ବରୁ ବି ଏମିତି ଅନେକ ଭିଡିଓ ଅଛି, ଯେଉଁଠି କାଉଡିଆମାନେ କାନ୍ଧରେ ବାପା ମା ଙ୍କୁ ବୋହି ନେବାର ଦୃଶ୍ୟ ରେକର୍ଡ ହୋଇଛି । ସାଧାରଣ ଭାବେ କହିବାକୁ ଗଲେ ଏମିତି କରିବା ସମସ୍ତଙ୍କ ପକ୍ଷରେ ସମ୍ଭବପର ନୁହେଁ । ମାତାପିତାଙ୍କ ପ୍ରତି ସେତିକି ମାତ୍ରାରେ ସ୍ନେହ ଶ୍ରଦ୍ଧା ଭଲପାଇବା ଥିଲେ ଏମିତି ସମ୍ଭବ ।
ତେବେ ଦର୍ଶକବନ୍ଧୁ ଏହି ଭିଡିଓ ଉପରେ ଆପଣଙ୍କ ପ୍ରତିକ୍ରିୟା କିଭଳି ରହିବ, ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଆଉ ଏହିଭଳି ନୂଆ ନୂଆ ଭିଡିଓ ଦେଖିବାକୁ ଆମ ଚ୍ୟାନେଲକୁ ଲାଇକ, ସେୟାର ଓ ସବସ୍କ୍ରାଇବ କରନ୍ତୁ ।

