25.4 C
Odisha
Saturday, May 18, 2024
spot_img

ଜୀବନ ବଦଳାଇଦେବ ଏହି ଉପଦେଶ

ଶ୍ରୀମଦ ଭଗବତ ଗୀତା ହେଉଛି ମହାଭାରତର ଅଂଶ । ଆଉ ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଂକଳନ କର୍ତା । ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଳୋକରେ ହିଁ କହିତିଲେ, ତାକୁ ଅବିକଳ ଲିପିବଦ୍ଧ କରିଛନ୍ତି ବ୍ୟାସଦେବ । ଗୀତାରୁ ଆମକୁ ବୂହୁତ କିଛି ଶିକ୍ଷା ମିଲେ । ହେଲେ ମଣିଷ କେବେ ବି ତାକୁ ବାସ୍ତବ ଜୀବନରେ ପ୍ରୟୋଗ କରେ ନାହିଁ । ଆଜିର ସମାଜରେ ମଣିଷ କେତେ ପାପ ଅତ୍ୟାଚାର କଟୁ କଥା ପ୍ରୟୋଗ କରୁଛି । ଅତୀତ ଭବିଷ୍ୟତ ପାଇଁ ଚିନ୍ତା କରି କରି ବର୍ତମାନକୁ ଶେଷ କରି ଦେଉଛି, ତାହା ସେ ନିଜେ ବି ଜାଣେନାହିଁ । ସେଥିପାଇଁ ଏସବୁରୁ ଦୂରେଇ ସର୍ବଦା ଭଗବାନଙ୍କ ନାଁ ନେବା ଉଚିତ । ନାମ ଜପ କରିବା ଦରକାର । ଅନେକ ଘଟଣାବଳୀକୁ ନେଇ ଚାପଗ୍ରସ୍ତ ହେଉଚି ମଣିଷ । ଜୀବନରେ ଟିକିଏ ହେଲେ ଶାନ୍ତି ନାହିଁ । ହେଲେ ଆଜି ଆମେ ଆପଣଙ୍କୁ କିଛି ଗୀତା ଉପଦେଶ ଦେବୁ, ଯାହାକୁ ଆପଣାଇ ଆପଣ ନିଜ ଜୀବନରେ ସୁଧାର ଆଣିପାରିବେ ଏବଂ ରହିପାରିବେ ଚିନ୍ତାମୁକ୍ତ ।
ତେବେ ଦର୍ଶକବନ୍ଧୁ ଆଜିର ଯୁଗରେ ମଣିଷ ସବୁବେଳେ ବିତିଯାଇତିବା ଅତୀତ ଓ ଭବିଷ୍ୟତକୁ ଚିନ୍ତା କରେ । ପୂର୍ବରୁ କଣ ଭୁଲ ଗଲା, ଆଗକୁ କଣ ହେବ ଏସବୁ ମୂଲ୍ୟହୀନ କଥା ଭାବି ଭୁଲିଯାଏ ବର୍ତମାନକୁ । କଣ କରୁଚି କଣ ନାଇ କିଛି ବି ଚିନ୍ତା ନ କରି ବର୍ତମାନର ସମୟକୁ ଖରାପ କରିଦିଏ । ସେଥିପାଇଁ ଗୀତା ଉପଦେଶ ହିସାବରେ ସବୁବେଳେ ଭବିଷ୍ୟତକୁ ଚିନ୍ତା ନ କରି ବର୍ତମାନର ଆନନ୍ଦ ନେବା ଉଚିତ ।
୨ୟରେ ପରିବର୍ତନ ହେଉଛି ସଂସାରର ନିୟମ । କିଏ କେତେବେଳେ କଉଁ କାରଣ ପାଇଁ ବଦଳିଯିବ ତାହା କେହି ଜାଣିନଥାନ୍ତି । ସମୟ ସହିତ ବଦଳିଯାଆନ୍ତି ସମସ୍ତେ । ସେଥିପାଇଁ ଏ ସବୁ ପରିବର୍ତନକୁ ମନରେ ରଖି କେବେ ବି ଚିନ୍ତା କରିବା ଠିକ ନୁହେଁ । ଯିଏ ଯେନମିତି ପ୍ରକାରେ ବଂଚିବାକୁ ଚାହୁଁଚି ସେଥିପାଇଁ ତାକୁ ଛାଡିଦେବା ଦରକାର । ଏହି କାରଣ ଲାଗି ପରିବର୍ତନକୁ ନେଇ କେବେ ବି ଚିନ୍ତା କରନ୍ତୁନି ।
୩ୟ ଉପଦେଶ ହିସାବରେ, ଶରୀରର ମୋହ କେବେ ବି ରଖନ୍ତୁନି । ଏହା କେବେ ବି ନିଜର ହୋଇନଥାଏ ।କେତେବେଲେ କଣ ଯେ ଘଟିଯିବ, ତାହା କହିହେବ ନାହିଁ । ହେଲେ ଆତ୍ମା ସବୁଦିନ ପାଇଁ ରହିଥାଏ ଅମର ।
୪ର୍ଥରେ ଜଣେ ମଣିଷ କ୍ରୋଧ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଉଚିତ । କାରଣ କ୍ରୋଧ ସବୁବେଲେ ଅନିଷ୍ଟ କରିଥାଏ । କ୍ରୋଧାନ୍ୱିତ ହୋଇ ସବୁବେଳେ କରିଥାଏ ଭୁଲ ଏବଂ ଭ୍ରମ ପାଇଁ ବୁଦ୍ଧି ହୋଇଥାଏ ନାଶ ।
୫ମରେ ନିଜକୁ ସବୁବେଳେ ଭଗବାନଙ୍କ ପ୍ରତି ସମର୍ପିତ କରିଦେବା ଉଚିତ । କାରଣ ଆପଣ ବିପଦରେ ପଡିଥିବା ବେଲେ କେହି ବି ଆପମଙ୍କୁ ସାହା ୃଯ୍ୟା କରିବେନି । ବରଂ ମଣିଷ ରୂପରେ ଭଗବାନ ଆସି ହିଁ ସାହାଯ୍ୟ କରନ୍ତି । ବିପଦ ବେଳେ ଆପଣଙ୍କୁ ରକ୍ଷା କରିବେ ସେଇ ଭଗବାନ ।
୬ଷ୍ଠରେ ସବୁବଳେ ନିଜ ମନକୁ ନିୟନ୍ତ୍ରଣରେ ରଖନ୍ତୁ । କାରଣ ଅନିୟନ୍ତ୍ରିତ ମନ ସର୍ବଦା ଆମର ଶତ୍ରୁ ହୋଇଥାଏ । ସମସ୍ତଙ୍କ ପ୍ରତି ସମ୍ମାନ ଭାବ ରଖନ୍ତୁ । ତେବେ ଯାଇଁ ବିୟୋଗରୁ ମୁକ୍ତି ମିଳିପାରିବ । ଏହାସହ ବାଛିନିଅନ୍ତୁ ସତ୍ୟ ପଥ । ସବୁବେଳେ ସତ୍ୟ ପଥରେ ଚାଲିବାକୁ ଚେଷ୍ଟା କରନ୍ତୁ । କାରଣ ଅସତ୍ୟ ମାର୍ଗ ସର୍ବଦା ନାଶ ଆଡକୁ ରାସ୍ତା ଦେଖାଇଥାଏ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ