ଦର୍ଶକବନ୍ଧୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ନେଇ ମନରେ ସବୁବେଳେ ଅନେକ ପ୍ରଶ୍ନ ଆସେ । ପ୍ରଭୁ ଜଗନ୍ନାଥ କୃଷ୍ଣଙ୍କ ଅବତାର ବୋଲି ଆମେ ସମସ୍ତେ ଜାଣିଛେ । ତାହେଲେ ମନ୍ଦିର ଭିତରେ ଭଗବାନ କୃଷ୍ଣଙ୍କ ସହ ରାଧା କାହିଁକି ନାହାନ୍ତି ବୋଲି ମନରେ ପ୍ରଶ୍ନ ନିଶ୍ଚୟ ଆସିଥିବ ।
ସନାତନ ଧର୍ମରେ ଦେବୀ ଦେବତାଙ୍କ ଅବତାର ସେମାନଙ୍କର ବିଭିନ୍ନ ରୂପ ଓ ଅନେକ ନାମ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ମନରେ ଏହାକୁ ଜାଣିବା ପାଇଁ ଇଚ୍ଛା ଭାବନା ଜାଗ୍ରତ ହୁଏ । ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବ୍ୟତୀତ ରାଧା କାହିଁକି ନାହାନ୍ତି, ସେମାନଙ୍କର ଆଖି ବି କାହିଁକି ବଡ ଇତ୍ୟାଦି ପ୍ରଶ୍ନ ମନରେ ଆସେ ।
ପୌରାଣିକ କଥା ଅନୁସାରେ, ଥରେ ମାତା ଯଶୋଦା ମାତା ଦେବକୀଙ୍କ ସହ ଦ୍ୱାରିକା ଯାଇଥିଲେ । ସେଠାରେ କୃଷ୍ଣଙ୍କ ରାଣୀମାନେ ମାତାଙ୍କ ଠାରୁ କୃଷ୍ଣଙ୍କ ବାଲ୍ୟ ଲୀଳା ବିଷୟରେ ଶୁଣୁଥିଲେ । ସେମାନଙ୍କ ସହ ଭଉଣୀ ସୁଭଦ୍ରା ବି ଥିଲେ । ଏହାପରେ ମାତା ଯଶୋଦା କହିଥିଲେ ସେ କାହାଣୀ ତ ଶୁଣାଇବେ । ହେଲେ ଏ କଥା କୃଷ୍ଣ ବଳରାମ ଙ୍କ କାନରେ ନ ପଡିବା ଦରକାର । ଏହାକୁ ଧ୍ୟାନରେ ରଖି ଦ୍ୱାର ନିକଟରେ ସୁଭଦ୍ରାଙ୍କୁ ଜଗିବା ପାଇଁ କୁହାଗଲା । ପରେ କୃଷ୍ଣଙ୍କ ଲିଲା ଶୁଣଇବା ପାଇଁ ସବୁ ଗୋପୀମାନେ ବସିଲେ । ସୁଭଦ୍ରା ବି ସେ କାହାଣୀରେ ଏମିତି ମଜି ଗଲେ ଯେ, କୃଷ୍ଣ ଓ ବଳରାମ ଆସି ସେଠାରେ ପହଂଚି ଏ କାହାଣୀର ଆନନ୍ଦ ନେଉଥିଲେ । ପିଲା ବେଳର ସବୁ କାହାଣୀ ଶୁଣି ଶୁଣି ତାଙ୍କ ଆଖି ବଡ ହେବାକୁ ଲାଗିଲା । ସମାନ ଘଟଣା ଦେବୀ ସୁଭଦ୍ରାଙ୍କ ସହ ମଧ୍ୟ ହେଲା । ସେହି ସମୟରେ ପହଂଚିଥିଲେ ନାରଦ । ଭଗବନାଙ୍କର ଏଭଳି ରୂପ ଦେଖି ସେ ବିମୋହିତ ହୋଇପଡିଥିଲେ । ଆଉ କହିଥିଲେ ପ୍ରଭୁ ଆପଣଙ୍କ ଏ ରୂପ ବହୁତ ସୁନ୍ଦର । ଆପଣ ଏହି ରୂପରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଦିଅନ୍ତୁ । ସେତେବେଲେ ଭଗବାନ ଶ୍ରୀକୃଷ୍ଣ କହିଥିଲେ କି, କଳି ଯୁଗରେ ସେ ଏହି ରୂପରେ ଅବତାର ନେବେ । ପୁରୀ ମନ୍ଦିରରେ ଭଗବାନଙ୍କର ଏହି ରୂପ ବିରାଜମାନ ରହିଛି । ଯେଉଁଠି ସେ ବାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ସହ ଅଛନ୍ତି । ହେଲେ ଆଜି ବି ଅଧା ଅଧୁରା ଏହି ବିଗ୍ରହ ।
ଏହା ପଛରେ ବି ରହିଛି ଏକ ଖାସ କାରଣ । କହିବାକୁ ଗଲେ ପୁରୀ ଜଗନ୍ନାଥ ମନ୍ଦିର ହେଉଛି ବିଶ୍ୱ ପ୍ରସିଦ୍ଧ । ଏ ମନ୍ଦିର ସହ ଜଡିତ ଅନେକ କଥା ଲୋକପ୍ରିୟ । କୁହାଯାଏ ନାରଦ ମୁନିଙ୍କ ଅନୁସାରେ, କଳି ଯୁଗରେ ଶ୍ରୀକୃଷ୍ଣ ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କ ସ୍ୱପ୍ନରେ ଆସି ତାଙ୍କୁ କହିଥିଲେ କି, ପୁରୀ ସମୁଦ୍ର କୂଳରେ ଏକ କାଠ ଗଣ୍ଡିରେ ତାଙ୍କର ବିଗ୍ରହ ବନାନ୍ତୁ ଏବଂ ପରେ ତାକୁ ମନ୍ଦିରରେ ସ୍ଥାପିତ କରନ୍ତୁ । ଶ୍ରୀକୃଷ୍ଣଙ୍କ ଆଦେଶ ଅନୁସାରେ, ରାଜା ଏହି କାମ ପାଇଁ କୁଶଳ ଓ ଯୋଗ୍ୟ ବଢେଇର ସନ୍ଧାନ ଆରମ୍ଭ କଲେ । କିଛି ଦିନ ଭିତରେ ଜଣେ ବୁଢା ବ୍ରାହ୍ଣଣ ତାଙ୍କୁ ମିଳିଥିଲେ ଏବଂ ସେ ବିଗ୍ରହ କରିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ । ହେଲେ ସର୍ତ ରଖିଲେ କି ଏହାକୁ ସେ ବନ୍ଦ କୋଠରୀ ଭିତରେ ନିର୍ମାଣ କରିବେ । ସେ କାମ କରିବା ସମୟରେ କେହି ବି ଏହାକୁ ଖୋଲିବେ ନାହିଁ । ନେହେଲେ ସେ କାମ ଚାଡି ଅଧାରୁ ପଳେଇବେ । ପରେ ରାଜା ମାନିଥିଲେ ଏ ସମସ୍ତ ସର୍ତ । ପରେ ବନ୍ଦ କୋଠରୀ ଭିତରେ ବ୍ରାହ୍ମଣ ଜଣକ କାମ ଆରମ୍ଭ କଲେ । ପ୍ରାରମ୍ଭରୁ ଶବ୍ଦ ତ ଆସୁଥିଲା । ହେଲେ ଦିରେ ଧିରେ ଆଓାଜ ଆସିବା ବନ୍ଦ ହୋଇଗଲା । ରାଜା ବାବିଲେ ଅନେକ ଦିନ ହେଲାଣି କୋଠରୀ ଭଇତରୁ କିଛି ଶବ୍ଦ ଆସୁନାହିଁ । ଚିନ୍ତିତ ହୋଇ ତାଙ୍କ ମନକୁ ପାପ ଛୁଇଁଥିଲା । ପରେ ଗୋଟିଏ ଦିନ ସେ କବାଟ ଖୋଲିଦେଲେ । ଆଉ ଦେଖିବାକୁ ମିଳିଲା ଯେ, ତାଙ୍କ ସାମ୍ନାରେ ରହିଚି ଅଧୁରା ବିଗ୍ରହ ଏବଂ ବ୍ରାହ୍ମଣ ବି ସେଟାରେ ନାହାନ୍ତି । ସେବେଠୁ ମସସ୍ତେ ଜାଣିଲେ ଯେ, ବ୍ରାହ୍ମଣ ଜଣକ ଆଉ କେହି ନୁହଁନ୍ତି ବରଂ ସେ ଥିଲେ ନିଜେ ବିଶ୍ୱକର୍ମା । ସର୍ତ ବିପକ୍ଷରେ ଯାଇ କବାଟ ଖୋଲିଦେବାରୁ ସେ ସେଠାରୁ ଅଦୃଶ୍ୟ ହୋଇ ଯାଇଥିଲେ ।
ସେତେବେଳେ ସମୟନାରଦ ମୁନି ଆସିଥିଲେ ଓ ରାଜାଙକ୍ୁ କହିଥିଲେ, ସ୍ୱପ୍ନରେ ଆସି ଭଗବାନ ଯେମିତି ବିଗ୍ରହ ନିର୍ମାଣ କରିବାକୁ କହିଥିଲେ, ଠିକ ସେମିତି ଏହାକୁ ଅଧୁରା ରଖିବା ପାଇଁ ବି ଦ୍ୱାର ଖୋଲାଇଦେଲେ । ପରେ ରାଜା ସେହି ଅଧୁରା ମୂର୍ତିକୁ ହିଁ ମନ୍ଦିରରେ ସ୍ଥାପିତ କଲେ । ଏହା ହିଁ କାରଣ ଯେ, ପୁରୀ ମନ୍ଦିରରେ କୌଣସି ପଥର କିମ୍ବା ଅନ୍ୟ ଧାତୁର ମୂର୍ତି ନାହିଁ । ବରଂ କାଠରୁ ନିର୍ମିତ ମୂର୍ତିର ପୂଜା କରାଯାଏ । ମନ୍ଦିରର ଗର୍ଭ ଗୃହରେ ଶ୍ରୀକୃଷ୍ଣ, ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କ ମୂର୍ତି ବିରାଜମାନ ରହିଚି ।

