16.1 C
Odisha
Friday, January 16, 2026

ଆଇପିଏଲରେ ଦମଦାର୍ ଖେଳୁଛନ୍ତି ଏହି ପୁରୁଣା ଖେଳାଳି

ଅନିଶ୍ଚିତତାର ଖେଳ କ୍ରିକେଟ୍ । କିଏ କେତେବେଳେ କ୍ଲିକ୍ କରିବ, ତାହା କହିବା ମୁସ୍କିଲ । ଆଜି ଯିଏ ପଡିଆରେ ଚଉକା ଛକା ବର୍ଷା କରେ, କାଲି ସେ ସହଜରେ ହୋଇଥାଏ କ୍ଲିନ୍ ବୋଲ୍ଡ । କିଛି କିଛି ଖେଳାଳି ସଦାବେଳେ ଫର୍ମରେ ରୁହନ୍ତି । ଆଉ କାହାରି ପାଖରେ ଫର୍ମ ଫେରିବାକୁ ଲାଗେ ମାସ ମାସ ଏବଂ ବର୍ଷ ବର୍ଷ । ଖରାପ ଫର୍ମ ପାଇଁ ସେମାନେ ଟିମରୁ ମଧ୍ୟ ହୁଅନ୍ତି ଆଉଟ୍ ।

ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଟିମ୍ ଭାରତ । ଦଳରେ ଷ୍ଟାର୍ ବ୍ୟାଟସମ୍ୟାନ୍ ଓ ବୋଲର । ବେଷ୍ଟ୍ ଅଲରାଉଣ୍ଡରେ ମଧ୍ୟ ଅଛନ୍ତି ଭାରତୀୟ ଟିମରେ । ସବୁଠାରୁ ବଡ କଥା ହେଲା ଏବେ ଅଧିକା ଫୋକସରେ ରହୁଛନ୍ତି ଯୁବ ଖେଳାଳି । ଯୁବ ଖେଳାଳିଙ୍କୁ ଦିଆ ଯାଉଛି ସ୍କୋପ୍ ଏବଂ ଚାନ୍ସ । ସେମାନେ ବିଫଳ ହେଲେ ମଧ୍ୟ ରିପିଟ୍ କରୁଛି ବିସିସିଆଇ । ହେଲେ କିଛି ଏମିତି ସିନିଅର ଖେଳାଳି ଅଛନ୍ତି ଯେଉଁମାନେ ଏବେ ଆଇପିଏଲରେ କରୁଛନ୍ତି ଧୂଆଁଧାର ପ୍ରଦର୍ଶନ । ଯେଉଁମାନଙ୍କ ଫର୍ମ, ଫିଟନେସ୍ ଓ କ୍ୟାରିଅର ଉପରେ ପ୍ରଶ୍ନ ଉଠୁଥିଲା, ସେମାନେ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରିଛନ୍ତି । ତେବେ ଦର୍ଶକବନ୍ଧୁ, ଆସନ୍ତୁ ନଜର ପକାଇବା ଆଇପିଏଲରେ ଖେଳୁଥିଲେ ଚାରି ସିନିୟର ଖେଳାଳି, ଯେଉଁମାନେ କ୍ୟାରିଅରର ସାୟାହ୍ନରେ ଦେଖାଛନ୍ତି ନିଜର ଜଲଓ୍ୱା ।

ପ୍ରଥମେ ନଜର ପକାଇବା ଆଜିଙ୍କ୍ୟ ରାହାଣେଙ୍କ ଉପରେ । ତାଙ୍କୁ ଟେଷ୍ଟ୍ ଟିମରେ ସାମିଲ କରୁଥିଲା ବିସିସିଆଇ । କାରଣ ଚାଲୁନଥିଲା ବ୍ୟାଟ୍ । ସହଜରେ ସେ ଆଉଟ୍ ହୋଇଯାଉଥିଲେ । ହେଲେ ରାହାଣେଙ୍କ ଉପରେ ଭରସା କରିଥିଲା ଚେନ୍ନାଇ ସୁପର କିଙ୍ଗସ୍ । ଦଳ ତାଙ୍କୁ ନିଲାମିରେ କିଣିଥିଲା । ଏବେ କିନ୍ତୁ ଦଳର ଭରସା ଭାଙ୍ଗି ନାହାଁନ୍ତି ରାହାଣେ । 2023 ଆଇପିଏଲରେ ସେ ଖେଳୁଛନ୍ତି ଦମଦାର୍ ସର୍ଟ । ତାଙ୍କ ବ୍ୟାଟରୁ ବାହାରୁଛି ବଡ ବଡ ଛକା । ମୋଟ୍ 5ଟି ଇନିଂସ ଖେଳିଛନ୍ତି ସେ । ଏହି ଇନଂସରେ ସଂଗ୍ରହ କରିଛନ୍ତି 209 ରନ୍ । ଆଉ ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି 199 ।

ଆଉ ଜଣେ ଖେଳାଳି ହେଲେ ପିୟୁଷ ଚାଓ୍ୱଲା । ଦିନେ ଟିମ୍ ଇଣ୍ଡିଆର ଷ୍ଟାର୍ ଲେକଗ ସ୍ପନର ଥିଲେ ପିୟୂଷ । ହେଲେ ତାଙ୍କ ଜାଗା ନେଇଥିଲେ ନବାଗତ ବୋଲର । ଏପରିକି କାମ କରିନଥିଲା ତାଙ୍କର ସ୍ପିନ୍ ଜାଦୁ । ଦଳ ପାଇଁ ସେ ହୋଇଯାଇଥିଲେ ଅଲୋଡା । ହେଲେ ଏବେ ବଦଳିଛି ମିଜାଜ । ପୁରା ଫର୍ମରେ ଅଛନ୍ତି ପିୟୂଷ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଏହି ଷ୍ଟାର୍ ବୋଲର ଚଳିତ ସିଜିନରେ ବ୍ୟାଟରଙ୍କୁ ଅଡୁଆରେ ପକାଇଛନ୍ତି । ଏବେସୁଦ୍ଧା ସେ ଚଳିତ ସିଜନରେ ମୁମ୍ବାଇ ପାଇଁ ଖେଳିଛନ୍ତି ତିନୋଟି ମ୍ୟାଚ୍ । ଏହି ତିନୋଟି ମ୍ୟାଚରେ ସେ କରିଛନ୍ତି ଚାରି ଶିକାର ।

ସେହିପରି ଆଉ ଜଣେ ଲେଗ୍ ସ୍ପିନର ହେଲେ ଅମିତ ମିଶ୍ର । ଦିନେ ଟିମ୍ ଇଣ୍ଡିଆର ଷ୍ଟାର୍ ସ୍ପିନର ଥିଲେ ଅମିତ । ହେଲେ ବୟସ ବଢିବା ସହ ଫିଟନେଶ୍ ପାଇଁ ତାଙ୍କୁ ଆଉଟ୍ କରିଥିଲା ଟିମ୍ । କିନ୍ତୁ ଲକ୍ଷ୍ନୈ ସୁପର୍ ଜାଏଣ୍ଟସରେ ତାଙ୍କ ପ୍ରଦର୍ଶନ ଖୁବ୍ ଭଲ ରହିଛି । ଟିମ୍ ପାଇଁ ସେ ଚାରୋଟି ମ୍ୟାଚ୍ ଖେଳି ନେଇଛନ୍ତି 4 ଓ୍ୱିକେଟ୍ । 40 ବର୍ଷର ହେଲେ ବି ଏବେବି ସ୍ଥିର ରହିଛି ତାଙ୍କ ପ୍ରଦର୍ଶନ । ଆଉ ଜଣେ ଷ୍ଟାର୍ ବୋଲର ହେଲେ ଇଶାନ୍ତ ଶର୍ମା । ଦଳ ପାଇଁ ଟେଷ୍ଟ୍ ମ୍ୟାଚରେ ସେ ଥିଲେ ଟ୍ରମ୍ପ କାର୍ଡ । ତାଙ୍କ ବୋଲିଂ ବିପକ୍ଷ ଟିମକୁ ଦେଉଥିଲା ଚେକ୍ । ହେଲେ ଆହତ ଓ ଫିଟନେସ୍ ପାଇଁ ସେ ଦଳଠୁ ଖୁବ୍ ଦୂରରେ । ହେଲେ ଆଇପିଏଲରେ ସେ କରିଛନ୍ତି କମବ୍ୟାକ୍ । ଦିଲ୍ଲୀ ପାଇଁ ଖେଳୁଥିବା ଏହି ବୋଲର କୋଲକାତା ବିପକ୍ଷରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଧ୍ୟ ହୋଇଥିଲେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ