23.3 C
Odisha
Friday, March 6, 2026

ଆଇପିଏଲରେ ଶୁଭିବନି ଆକାଶଙ୍କ କମେଣ୍ଟ୍ରି

ପୂର୍ବତନ ଭାରତୀୟ କ୍ରିକେଟର, ପ୍ରସିଦ୍ଧ କମେଣ୍ଟଟର ତଥା କ୍ରିକେଟ ଏକ୍ସପର୍ଟ ଆକାଶ ଚୋପ୍ରା । ତାଙ୍କ ଭଏସର ପ୍ରତିଟି କ୍ରିକେଟପ୍ରେମୀ ହେଉଛନ୍ତି ଫ୍ୟାନ । ଖେଳରୁ ଯେତିକି ମଜା ଆସେ, ଆକାଶ କମେଣ୍ଟ୍ରି କରିବାର ତରୀକାରେ ତାହା ଆହୁରି ଦ୍ୱିଗୁଣିତ ହୋଇଯାଏ । ହେଲେ ଏବେ ଏହି କମେଣ୍ଟଟର ଜଣକ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ନିଜେ ସୂଚନା ପ୍ରଦାନ କରିଛନ୍ତି ଆକାଶ । ନିଜ ୟୁଟ୍ୟୁବ ଚ୍ୟାନେଲର କମ୍ୟୁନିଟି ପୋଷ୍ଟ ଜରିଆରେ ସର୍ବପ୍ରଥମେ ଏନେଇ ସୂଚନା ଦେଇଛନ୍ତି । ଯେଉଁଥିପାଇଁ ଆସନ୍ତା କିଛି ଦିନ ଯାଏଁ ସେ ଆଇପିଏଲ ୨୦୨୩ରେ କମେଣ୍ଟ୍ରି କରିପାରିବେ ନହିଁ । କିଛିଦିନ ହେବ ଆଇପିଏଲ ୨୦୨୩ରେ ଜିଓସିନେମା ପାଇଁ ହିନ୍ଦୀ କମେଣ୍ଟ୍ରି କରୁଥିଲେ ଆକାଶ । ହେଲେ ଏବେ କୋଭିଡ ପୁଣି ଷ୍ଟ୍ରାଇକ କରିଛି । କିଛିଦିନ ପାଇଁ କମେଣ୍ଟ୍ରି ବକ୍ସରେ ନଜର ଆସିବେନି । ସେପଟେ ଗଳା ଖରାପ ଥିବା କାରଣରୁ କଣ୍ଟେଣ୍ଟ ବି କମ ଆସିପାରେ ବୋଲି ଆକାଶ କହିଛନ୍ତି । ବର୍ତମାନ ତାଙ୍କର ଲକ୍ଷଣ ବହୁତ କମ ଅଛି ଏବଂ ସବୁକିଛି ନିୟନ୍ତ୍ରଣରେ ରହିଛି । ଖୁବଶୀଘ୍ର ସୁସ୍ଥ ହୋଇ ଫେରିବି ବୋଲି ଟ୍ୱିଟ କରିଛନ୍ତି ଆକାଶ ।
କହିରଖିବୁ କି, ହିନ୍ଦୀର ପ୍ରସିଦ୍ଧ କମେଣ୍ଟେଟରଙ୍କ ମଧ୍ୟରୁ ଗୋଟିଏ ପ୍ରସିଦ୍ଧ ନାଁ ହେଉଛି ଆକାଶ ଚୋପ୍ରା । ନିଜର ଗଜବ ଧରଣର କମେଣ୍ଟ୍ରି ପାଇଁ ତାଙ୍କ ଭଏସର ସମସ୍ତେ ଦିବାନା । ଷ୍ଟାର ସ୍ପୋର୍ଟସ ପାଇଁ ବି ସେ କାମ କରସାରିିଛନ୍ତି । ଯଦି ତାଙ୍କ କ୍ରିକେଟ କ୍ୟାରିଅର କଥା କହିବା, ୨୦୦୩ରେ ଆକାଶ ଚୋପ୍ରା ନିଜର ଅନ୍ତରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ । ଏହାସହ ଅକ୍ଟୋବର ୨୦୦୪ରେ ଖେଳିଥିଲେ ନିଜର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ । ଗୋଟିଏ ବର୍ଷର ଇଣ୍ଟରନ୍ୟାସନାଲ କ୍ୟାରିଅରରେ ଆକାଶ ମୋଟ ୧୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ବ୍ୟାଟିଂ କରି ୪୩୭ ରନ କରିଛନ୍ତି । ୨ ଅର୍ଦ୍ଧଶତକ ସହ ତାଙ୍କର ବେଷ୍ଟ ହେଉଛି ୬୦ ରନ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ