ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ଆରମ୍ଭ ହେବାକୁ ବାକି ରହିଛି ଆଉ ମାତ୍ର ଅଳ୍ପ କିଛିଟା ଦିନ । ଏହା ମଧ୍ୟରେ ଦଳଗୁଡିକରେ କିଛି ପରିବର୍ତନ ଦେଖିବାକୁ ମିଲିଛି । ଚେନ୍ନାଇ ସୁପର କିଙ୍ଗସ ରବିବାର ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ସିସାଣ୍ଡା ମଗାଲାଙ୍କ ଏଣ୍ଟ୍ରି ନେଇ ଘୋଷଣା କରିଛି । ଯିଏ ଆଇପିଏଲରେ ନ୍ୟୁଜିଲାଣ୍ଡ ବୋଲର କାଇଲ ଜ୍ୟାମିସନଙ୍କ ସ୍ଥାନ ନେବେ ।
ଜ୍ୟାସିମନ ଆହତ କାରଣରୁ ୩୧ ମାର୍ଚରୁ ଆରମ୍ଭ ହେବାକୁ ଥିବା ଲିଗରେ ଖେଳିପାରିବେ ନାହିଁ । ଯାହାଙ୍କୁ ସିଏସକେ ୧ କୋଟି ଟଙ୍କାରେ କିଣିଥିଲା । ଏକ ବୟାନରେ ଆଇପିଏଲ କହିଛି, ଯଦିଓ ମଗାଲା ଦକ୍ଷିଣ ଆଫ୍ରିକା ପାଇଁ ୪ଟି ଟି୨୦ ଅନ୍ତରଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି, ହେଲେ ଘରୋଇ ଟି୨୦ ମ୍ୟାଚରେ ସେ ଅନେକ ବର୍ଷ ଧରି ନିୟମିତ ଭାବରେ ଓିକେଟ ନେଉଥିବା ଖେଳାଳୀ ରହିଛନ୍ତି । ସିଏସକେ ସହ ୫୦ ଲକ୍ଷ ବେସପ୍ରାଇସରେ ଜଡିତ ହେବେ ମଗାଲା । ୩୨ ବର୍ଷୀୟ ସିସାନ୍ଦାଙ୍କ ଓଜନ ୭୦ କିଲୋରୁ ବି ଅଧିକ ସତ । ହେଲେ ଏମିତି ଶରୀରେ ହେବା ପରେ ବି ତାଙ୍କର ଖେଳରେ ତାଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି । ଖାଲି ଫାଷ୍ଟ ବୋଲିଂ ସେ କରନ୍ତି, ତାହା ନୁହେଁ ବରଂ ଶେଷ କ୍ରମରେ ଆସି ବଡ ବଡ ସଟ୍ ଲଗାଇବାରେ ମାହିର ସିସାନ୍ଦା । ଯେବେଠୁ ସେ ସିଏସକେ ସହ ଜଡିତ ଅଛନ୍ତି, ତା ପରଠୁ ତାଙ୍କର କିଛି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟପ୍ରେମୀ ।

