40.3 C
Odisha
Thursday, April 16, 2026

କାଉ ସ୍ୱର କେତେବେଳ ଭଲ ତ ପୁଣି କେତେବେଳେ ଖରାପ, ମିଳିଥାଏ ଏସବୁ ସଙ୍କେତ

ସବୁଠୁ ସହଜରେ ଦେଖାଯାଉଥିବା ପକ୍ଷୀ କାଉ । ଘର ପାଖରେ, ଗଛରେ କିମ୍ବା ପାଚେରୀ ଉପରେ ଏମାନେ ଦିନ ସାରା ବସି ରହିଥାନ୍ତି । ସେମାନଙ୍କ ସ୍ୱର ସମସ୍ତଙ୍କୁ କରେ ବିରକ୍ତ । କାରଣ କାଉର କର୍କଶ ସ୍ୱାର କାହାରିକୁ ଶୁଣିବାକୁ ଭଲ ଲାଗେନି । ହେଲେ ତା ସ୍ୱରରେ ଲୁଚି ରହିଛି ଅନେକ ଗହନ କଥା । ଆପଣ ଟିକେ ନିରିଖେଇ ଶୁଣିଲେ ସ୍ୱରରୁ ଜାଣିପାରିବେ ଆଗକୁ କଣ ଘଟିବ ।

ଶାସ୍ତ୍ର ଅନୁସାର ଶନିଦେବଙ୍କ ପ୍ରିୟ କାଉ । ରାମାୟଣରେ ମଧ୍ୟ କାଉ ବାବଦରେ ଅଛି ଉଲ୍ଲେଖ । ସେମାନଙ୍କ ପାଖରେ ରହିଛି ଅଦ୍ଭୁତ ଶକ୍ତି । କଥା କହିପାରେନି ଏହି ପକ୍ଷୀ । କିନ୍ତୁ ବହୁ ପୂର୍ବରୁ ଦେଇଥାଏ ଅନେକ ସଂକେତ । ଯାହା ବୁଝିବା ଆଉ ଜାଣିବା ଅତି ଦରକାର ।

ଯଦି ସକାଳେ ଆପଣ କାଉ ସ୍ୱର ଶୁଣନ୍ତି ତେବେ ଘରକୁ ଅତିଥି ଆସିବେ ବୋଲି ଜାଣି ଯାଆନ୍ତୁ ।ଏହାସହ ଦକ୍ଷିଣ ଦିଗକୁ ମୁହଁ କରି ବୋବାଇଲେ ହୁଏ ଧନ ଲାଭ । କିନ୍ତୁ  ଘର ଉପରେ ବସି ଦକ୍ଷିଣକୁ ମୁହଁ କରି ବୋବାଇଲେ ଅଶୁଭ । ଯାହା ଦେଇଥାଏ ବିପଦର ସଂକେତ ।

ଯଦି ମଧ୍ୟାହ୍ନରେ ଆପଣ କାଉ ସ୍ୱର ଶୁଣନ୍ତି ତେବେ ମିଳିଥାଏ ସମ୍ମାନ । ସେହିପରି ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ବୋବାଇଲେ ମିଳେ ଶୁଭ ଫଳ । ଆଉ ଦିନ ବେଳା କାଉର ସ୍ୱର ଶୁଣିଲେ ବ୍ୟବସାୟରେ ମିଳେ ଅଭୂତ ପୂର୍ବ ସଫଳତା । ଧନ ଲାଭ ମଧ୍ୟ ହୋଇଥାଏ ।

ଦ୍ଵିତୀୟ କିମ୍ବା ଚତୁର୍ଥ ପହରରେ ଯଦି କାଉର ସ୍ୱର ଶୁଣନ୍ତି ତେବେ ରୁହନ୍ତୁ ସାବଧାନ । ଏକାଧିକ କାଉ ବୋବାଇଲେ ଘରେ ସୃଷ୍ଟି ହୋଇପାରେ ଝଗଡ଼ା । ସେହିପରି କାଉ ଯିବା ଆସିବା ବେଳେ ବ୍ୟକ୍ତିଙ୍କ ମୁଣ୍ଡକୁ ସ୍ପର୍ଶ କଲେ ଘଟିଥାଏ ବିଘ୍ନ। ମୃତ୍ୟୁ ଦୋଷ ରହିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।

ରାତିରେ କାଉ ବୋବାଇବା ଅର୍ଥ ଅଭିଶାପଠୁ କମ ନୁହେଁ  । ଏହା ବଡ଼ ବିପତ୍ତି ଆସିବାର ସଂକେତ । ତେବେ ଯଦି ଆପଣ କାଉ ରୁଟି କିମ୍ବା ମାଂଶ ଧରିବା ଦେଖନ୍ତି, ତାହାଲେ ମାଗନ୍ତୁ ଇଛା । ଯାହା ପୁରଣ ହେବାର ଅଧିକ ସମ୍ଭାବନା ରହିଥାଏ । ସେହିପରି କାଉକୁ ପାଣି ପିଇବାର ଦେଖିଲେ ଧନ ଲାଭର ସଂକେତ ମିଳିଥାଏ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ