23.3 C
Odisha
Friday, March 6, 2026

ଭାରତର ଇତିହାସ, ଭୂଗୋଳ ପଢିବ ତାଲିବାନ୍‌

ଆଫଗାନିସ୍ତାନ ଉପରେ ଶାସନ କରୁଥିବା ତାଲିବାନ ଭାରତ ବିଷୟରେ ଜାଣିବାକୁ ଭାରି ଇଚ୍ଛୁକ । ଜଣାପଡିଛି କି, ଭାରତର ଇତିହାସ, ଭୂଗୋଳ ଓ ଅର୍ଥବ୍ୟବସ୍ଥାକୁ ସଠିକ ଢଙ୍ଗରେ ବୁଝିବା ପାଇଁ ତାଲିବାନ କ୍ରାସ କୋର୍ସ କରୁଛି । ପ୍ରଥମଥର କାବୁଲରେ ତାଲିବାନ ସରକାରର ସଦସ୍ୟ ୪ ଦିବସୀୟ ଇଣ୍ଡିଆ ଇମର୍ସନ ଅନଲାଇନ କୋର୍ସରେ ଭାଗ ନେବେ । ଏହି କୋର୍ସ ମଙ୍ଗଳବାରଠୁ ଆରମ୍ଭ ହୋଇଛି । ଯାହାକୁ ବିଦେଶ ମନ୍ତ୍ରାଳୟ ଦ୍ୱାରା ଆଇଆଇଏମ କୋଝିକୋଡ ମାଧ୍ୟମରେ ଉପସ୍ଥାପନ କରାଯାଏ । ଭାରତ ଉପରେ କେନ୍ଦ୍ରିତ ପାଠ୍ୟକ୍ରମର ଶୀର୍ଷକ ହେଉଛି ‘ଭାରତୀୟ ବିଚାର ସହ ବିସର୍ଜନ’ । ଏହାକୁ ଭାରତୀୟ ଟେକନିକ ଓ ଆର୍ଥିକ ନିଗମ ବା ଆଇଟିଇସି ଦ୍ୱାରା ଡିଜାଇନ କରାଯାଇଛି । ତେବେ ଏହା ଆଇଟିଇସି ବିଦେଶ ମନ୍ତ୍ରାଳୟର ଏକ ବିଭାଗ, ଯାହା କ୍ଷମତା ନିର୍ମାଣ ପରିଯୋଜନା ଉପରେ ଭାଗୀଦାର ଦେଶଗୁଡିକ ସହ କାମ କରିଥାଏ । ଭାରତ ଏବେ ଯାଏଁ ତାଲିବାନକୁ ମାନ୍ୟତା ଦେଇନାହିଁ । ହେଲେ ଅନେକ ଦେଶ ଭଳି ନୂଆଦିଲୀ, ଜୁନ ୨୦୨୨ରେ କାବୁଲରେ ନିଜ ଦୂତାବାସ ପୁଣି ଥରେ ଖୋଲିଛି ।
ତାହେଲେ ଏହି କୋର୍ସ କେବେ ଯାଏଁ ଚାଲିବ
ଆଇଟିଇସି ପ୍ରତିମାସରେ ବିଭିନ୍ନ ଅଂଶୀଦାରଙ୍କ ସହଯୋଗରେ ବିଭିନ୍ନ ପାଠ୍ୟକ୍ରମର ଆୟୋଜନ କରେ । ଏମାନଙ୍କ ଭିତରୁ କିଛି କୋର୍ସ କେବଳ ଗୋଟିଏ ଦେଶ ପାଇଁ ଥିବା ବେଲେ ବାକି ସବୁ ସମସ୍ତଙ୍କ ପାଇଁ ଉପଲବ୍ଧ ରହିଛି । ଭାରତ ଉପରେ ଆଧାରିତ ଏହି କୋର୍ସ ୧୪ ମାର୍ଚରୁ ଆରମ୍ଭ ହୋଇ ଚାଲିବ ୧୭ ମାର୍ଚ ଯାଏଁ । ଏଥିରେ ଦୁନିଆର ଯେ କୌଣସି ଦେଶର ବ୍ୟକ୍ତି ଭାଗ ନେଇପାରିବେ । ଆଫଗାନିସ୍ତାନ ବ୍ୟତୀତ ଥାଇଲ୍ୟାଣ୍ଡ ଓ ମାଲେସିଆ ପ୍ରତିନିଧିଙ୍କ ପାଠ୍ୟକ୍ରମ ବି ଭାଗନେବା ନେଇ ଆଶା ରହିଛି ।

ତେବେ କୋର୍ସରେ କଣ ସବୁ ପଢାଯିବ ଆସନ୍ତୁ ଜାଣିବା
ଆଇଟିଇସି େଓବସାଇଟରେ ପାଠ୍ୟକ୍ରମ ନେଇ କୁହାଯାଇଚି କି, ଭାରତର ବିଶିଷ୍ଟତା ଏହାର ବିବିଧତା ଏକତାରେ ନିହିତ, ଯାହାକୁ ଅନ୍ୟ ଦେଶର ଲୋକେ ବୁଝିବା କଷ୍ଟକର ହୋଇଥାଏ । ଏହି ପାଠ୍ୟକ୍ରମ ଭାରତକୁ ଅତି ଗଭୀର ଭାବରେ ବୁଝିବାରେ ସାହାଯ୍ୟ କରେ । ଯାହା ମାଧ୍ୟମରେ ବିଦେଶୀ ଅଧିକାରୀଙ୍କୁ ଭାରତୀୟ କାରବାର ବ୍ୟବସ୍ଥା ସଂପର୍କରେ ମିଲିଥାଏ ସମ୍ୟକ୍ ଧାରଣା ।
ଅଧ୍ୟୟନକାରୀ ଏହାଦ୍ୱାରା ଭାରତର ଆର୍ଥିକ ବାତାବରଣ, ନିୟାମକ ପରିସ୍ଥିତି, ନେତୃତ୍ୱ, ସାମାଜିକ ଓ ଐତିହାସିକ ପୃଷ୍ଠଭୂମି, ସାଂସ୍କୃତିକ ବିରାସତ ଆଦି ସଂପର୍କରେ ଅବଗତ ହୋଇପାରିବେ । ଏହି କୋର୍ସରେ ରେକର୍ଡେଡ ଭିଡିଓ ଲେକ୍‌ଚର ରହିବ । ଏହାବ୍ୟତୀତ ଆଇଆଇଏମ ର ଟ୍ରେନର ମଧ୍ୟ ପଢାଇବେ ବୋଲି ଜଣାପଡିଛି । ଏହାବାଦ୍ ଅଂଶଗ୍ରହଣକାରୀ ଗ୍ରାମୀଣ ଅର୍ଥବ୍ୟବସ୍ଥା ସହ ଏହାର ପ୍ରାଚୀନ ସମୁଦ୍ରୀ ବ୍ୟବସାୟିକ ମାର୍ଗ ବିଷୟରେ ଜାଣିବାକୁ ପାଇବେ । କୋର୍ସ ଶେଷରେ ପ୍ରତ୍ୟେକଙ୍କୁ ଏକ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବା ସହ କେସ୍ ଷ୍ଟଡି, ପିପିଟି ଓ ଶିକ୍ଷଣୀୟ ଭିଡିଓ ବି ପିଡିଏଫ୍ ଭାବରେ ଉପଲବ୍ଧ କରାଯିବ । ସେହିପରି କୋର୍ସର ୪ର୍ଥ ଦିନରେ ଅନଲାଇନ ବିଦାୟ ସମ୍ବର୍ଧନା ଉତ୍ସବ ଆୟୋଜନ ହେବ । ଯେଉଁଠି ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହିବେ ବିଦେଶ ମନ୍ତ୍ରାଳୟର ଅଧିକାରୀମାନେ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ