28.7 C
Odisha
Monday, July 20, 2026

ଘରେ ଭୁଲରେ ରଖନ୍ତୁନି ଲକ୍ଷ୍ମୀଙ୍କ ଏହି ଫଟୋ ଏବଂ ମୂର୍ତ୍ତି, ନହେଲେ ହୋଇଯିବେ କାଙ୍ଗାଳ

ଧନର ଦେବୀ ଲକ୍ଷ୍ମୀ । ଘରେ ସମସ୍ତେ ଲକ୍ଷ୍ମୀଙ୍କ ଫୋଟୋ ରଖି କରନ୍ତି ପୂଜା । ନାନା ଓଷା ଉପାସ ବି କରନ୍ତି ।ଲକ୍ଷ୍ମୀଙ୍କ ଆରାଧନା କଲେ ଟଙ୍କା ପଇସାର ଅଭାବ ରହେନି ବୋଲି ଅଛି ବିଶ୍ୱାସ । କେହି କେହି ସବୁଦିନ ଲକ୍ଷ୍ମୀ ମନ୍ଦିର ଯାଇଥାନ୍ତି । ତେବେ କିଛି ଏପରି ଫଟୋ ଅଛି ଯାହା ଘରେ ଥିଲେ ମାଡି ଆସେ ବିପତ୍ତି । ଚାଲିଯାଆନ୍ତି ଲକ୍ଷ୍ମୀ ।

ଧନ ଅର୍ଜନ କରିବା ଆଜି ପ୍ରତ୍ୟେକ ବ୍ୟକ୍ତିର ମୁଖ୍ୟ ଲକ୍ଷ୍ୟ। ଯେ କୌଣସି ଉପାୟରେ ବି ହେଉ ସମସ୍ତଙ୍କୁ ଦରକାର ବିପୁଳ ଧନ। ଏଥିପାଇଁ ଅନେକ ବିଚାରନ୍ତିନି ନୀତି ଅନୀତି । ତେବେ ଧନଦାତ୍ରୀ ଲକ୍ଷ୍ମୀ କେବେ କିପରି କେଉଁଠି କାହା ଉପରେ ସୁନା କଳସ ଢାଳନ୍ତି ତ କେଉଁଠୁ ସବୁଦିନ ପାଇଁ ଚାଲି ଯାଉଛନ୍ତି।

କୁହାଯାଏ ଘରେ ଲକ୍ଷ୍ମୀଙ୍କର ଫଟୋ ଟିଏ ନିଶ୍ଚିତ ରଖନ୍ତୁ। ଯାହା ଦ୍ବାରା  ଆର୍ଥିକ ଦୁସ୍ଥିତିର ସମ୍ମୁଖୀନ ହୁଏନ୍ତିନି ପରିବାର ଲୋକେ। ତେବେ ମା ଲକ୍ଷ୍ମୀଙ୍କର ଫଟୋରେ ପେଚା ଥିଲେ ଅଶୁଭ। ପେଚା ଲକ୍ଷ୍ମୀଙ୍କ ବାହନ। କିନ୍ତୁ ପେଚାରୁଢ ଲକ୍ଷ୍ମୀଙ୍କର ଫଟୋ ଥିଲେ ଘରୁ ସାରିଯାଏ ଧନ । କ୍ଷୟ ହୁଏ ସମ୍ପତ୍ତି । ଜମା ହୋଇଥିବା ଅର୍ଥରାଶି ମଧ୍ୟ ଧିରେ ଧିରେ କ୍ଷୟ ହୋଇଯାଏ ।

ଶାସ୍ତ୍ର ଅନୁସାରେ ପେଚା ଏକ ଅଶୁଭ ପକ୍ଷୀ। ଦିନରେ କେବେ ଦେଖା ଦିଏନି ପେଚା।  ରାତି ଅନ୍ଧାରରେ  ତାକୁ ଦେଖି ପାରନ୍ତିନି କେହି। କେବଳ ତାର ଶବ୍ଦ ଶୁଣିହୁଏ । ବୁଦ୍ଧିହୀନ ପକ୍ଷୀ ପେଚା ଯଦି ଲକ୍ଷ୍ମୀଙ୍କ ଫଟୋ ସହ ରହେ ତେବେ ଘଟେ କ୍ଷତି । ଆଉ ମାଡି ଆସେ ଅନେକ ବିପତ୍ତି ।

ସେହିପରି ଘରେ ଲଗାନ୍ତୁ ନାହିଁ ଲକ୍ଷ୍ମୀଙ୍କ କୁରୁପ ଫଟୋ । ରଖନ୍ତୁନି ଅଧା ଭଙ୍ଗା ମୂର୍ତ୍ତି । ଏହା ଦ୍ୱାରା ରାଗନ୍ତି ମା ଲକ୍ଷ୍ମୀ । ଏମିତି ଫଟୋ ଘରେ ଥିଲେ ବଢେନି ଧନ ସମ୍ପଦ ।  ସବୁ କାମ ବି ବ୍ୟର୍ଥ ହୁଏ।   ଆଉ ସଦାବେଳେ ଲାଗି ରହେ ଦାରିଦ୍ରତା । କୌଣସି କାମ ହାତକୁ ନେଲେ ତାହା ବିଫଳତାରେ ଶେଷ ହୋଇଥାଏ । କିନ୍ତୁ ସମସ୍ତ ପରାମର୍ଶ ମାନିଲେ ମିଳିଥାଏ ଲକ୍ଷ୍ମୀଙ୍କ କୃପା ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ