ଦର୍ଶକ ବନ୍ଧୁ ପାଠ ପଢିବାକୁ ସମସ୍ତଙ୍କୁ ଇଛା ହୁଏନି । କାହାକୁ ଇଛା ନଥାଏ ସେମାନଙ୍କୁ ଚାପ ପକାଇ ପଢିବାକୁ କୁହାଯାଏ । ପରିବାର ଲୋକେ ବାଧ୍ୟ କରନ୍ତି ପଢିବାକୁ । ହେଲେ ଆଜି ଜଣେ ଏମିତି ଝିଅଙ୍କ ବିଷୟରେ ଆମେ କହିବାକୁ ଯାଉଛୁ, ଯାହାଙ୍କୁ ଘରେ ପଢିବାକୁ ଦେଉନଥିଲେ । ପଢ଼ାକୁ ବିରୋଧ କରୁଥିଲେ ପରିବାର ସଦସ୍ୟ । ସେମାନଙ୍କ ଠାରୁ ଲୁଚି ଲୁଚି ସେ ପାଠ ପଢିଲେ । ଆଉ ପାଇଲେ ପ୍ରଶାସନିକ ଅଧିକାରୀ ହେବାର ସୁଯୋଗ ।
ଆଜ୍ଞା ହିଁ ଆମେ କହୁଛୁ, ପରିବାର ଲୋକଙ୍କ ବିରୋଧ ସତ୍ବେ ଲୁଚି ଲୁଚି ପାଠ ପଢି ନିଜର ଆଇଏଏସ ହେବାର ସ୍ବପ୍ନକୁ ପୂରଣ କରିଥିବା ବନ୍ଦନା ସିଂ ଚୌହାନଙ୍କ କଥା ।
ଦେଖିବାକୁ ଗଲେ ସାଧାରଣତଃ ବାପା ଓ ମାଆ ନିଜ ପିଲାଙ୍କ ପାଠପଢା ଓ କ୍ୟାରିୟରକୁ ନେଇ ବେଶ ସଜାଗ ରହିଥାଆନ୍ତି । ହେଲେ ଏମିତି ଜଣେ ସଫଳ ମହିଳା ଆଇଏସସ୍ ଅଧିକୀରୀଙ୍କ କାହାଣୀ ଆମେ କହିବୁ, ଯାହାଙ୍କୁ ପରିବାର ଲୋକେ ପାଠ ପଢାଇବାକୁ ଆଦୌ ରାଜି ନଥିଲେ । କିନ୍ତୁ, ପାଠ ପଢିବା ପାଇଁ ଥିବା ପ୍ରଗାଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ସେ ବନିଥିଲେ ଆଇଏଏସ୍ ଅଧିକାରୀ ।
ରିପୋର୍ଟ ହିସାବ ରେ ହରିୟାଣା ନସରୁଲ୍ଲାଗଡ଼ର ବାସିନ୍ଦା ବନ୍ଦନା ସିଂ ୧୯୮୯ ମସିହା ଏପ୍ରିଲ ୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ସମୟରେ ଏହି ସ୍ଥାନରେ ଝିଅଙ୍କ ପାଠପଢା ଉପରେ ରହିଥିଲା ଅନେକ କଟକଣା । ରୁଢିବାଦୀ ଚିନ୍ତାଧାରା ପାଇଁ ବନ୍ଦନା ସିଂଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ପାଠପଢାର ବିରୋଧରେ ଥିଲେ । ଏମିତି କି, ସେ ରହୁଥିବା ସ୍ଥାନରେ ଭଲ ସ୍କୁଲଟିଏ ମଧ୍ୟ ନଥିଲା । ଛୋଟ ବେଳୁ ଆଇଏଏସ୍ ହେବାକୁ ଚାହିୁଁଥିବା ବନ୍ଦନାଙ୍କର ପାଠ ପଢିବା ନେଇ ବେଶ ଆଗ୍ରହ ରହିଥିଲା । ସ୍କୁଲ ଯିବା ଲାଗି ବନ୍ଦନା ସବୁବେଳେ ବାପାଙ୍କ ନିକଟରେ ଜିଦ୍ କରୁଥିଲେ । ପ୍ରଥମେ ତାଙ୍କ ପିତା ମହିପାଲ ସିଂ ଏହି କଥାକୁ ଗୁରୁତ୍ବ ଦେଉନଥିଲେ । ଥରେ ବନ୍ଦନା ପିତାଙ୍କୁ କାନ୍ଦି କାନ୍ଦି କହିଥିଲେ ଯେ, ‘ସେ ଝିଅ ବୋଲି ତାଙ୍କୁ କେହି ପଢେଇବାକୁ ଚାହୁଁନାହାନ୍ତି’ । ଏହା ଶୁଣିବା ପରେ ଝିଅର ପାଠ ପଢିବା ନେଇ ଥିବା ପ୍ରଗାଢ ଇଚ୍ଛା ଦେଖି ମହିପାଲ ସିଂ ତାଙ୍କୁ ପାଠ ପଢାଇବାକୁ ନେଇଥିଲେ ନିଷ୍ପତ୍ତି। ଏହା ପରେ ମୁରାବାଦାଦ ଗୁରୁକୂଳରେ ବନ୍ଦନାଙ୍କ ନାଁ ଲେଖା ହୋଇଥିଲା । ସ୍କୁଲ ଶିକ୍ଷା ଓ ଦ୍ବାଦଶ ଶ୍ରେଣୀ ପାସ୍ କରିବା ପରେ ସେ ଆଗ୍ରା ସ୍ଥିତ ଡ଼ଃ. ଆମ୍ବେଦକର ୟୁନିଭରର୍ସିଟିରେ ଏଲଏଲବି ପଢିଥିଲେ । ଆଇନ ପଢିବା ସମୟରେ ସେ ୟୁପିଏସସି ପରୀକ୍ଷା ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲେ। ପିତାଙ୍କ ସହଯୋଗ ଓ ନିଜର ଦୃଢ ମନୋବଳ ଫଳରେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେ ଲୁଚି ଲୁଚି ନିଜର ପାଠପଢା ଜାରି ରଖିଥିଲେ । ବନ୍ଦନାଙ୍କ ବଡ଼ ଭାଇ ତାଙ୍କୁ ପାଠ ପଢାରେ ସହଯୋଗ କରୁଥିଲେ ।
ୟୁପିଏସସି ପ୍ରସ୍ତୁତି କରୁଥିବା ବନ୍ଦନା ସିଂଙ୍କ ନିକଟରେ ଇଣ୍ଟରନେଟ୍ ବା କୋଚିଙ୍ଗ ସୁବିଧା ମଧ୍ୟ ନଥିଲା । ସବୁ ବିଷୟକୁ ସେ ହିନ୍ଦୀ ମିଡ଼ିୟମର୍ ପଢି ୟୁପିଏସସି ପାଇଁ ପ୍ରସ୍ତୁତ ହୋଇଥିଲେ । ୨୦୧୮ ମସିହାରେ ପ୍ରଥମ ଥର ପାଇଁ ଦେଇଥିଲେ ୟୁପିଏସସି ପରୀକ୍ଷା । ନିଜର କଠିନ୍ ଓ ଅକ୍ଲାନ୍ତ ପରିଶ୍ରମ ବଳରେ ସେ କେବଳ ପରୀକ୍ଷାରେ କୃତକାର୍ୟ୍ୟ ହୋଇଥିଲେ ତାହା ନୁହେଁ, ବରଂ ପ୍ରଥମ ଚେଷ୍ଟାରେ ହିଁ ବନ୍ଦନା ସିଂ ସର୍ବଭାରତୀୟ ସ୍ତରରେ ହାସଲ କରିଥିଲେ ୮ତମ ସ୍ଥାନ । ତାଙ୍କ ଏହି ସଫଳତା ପରିବାର ଲୋକଙ୍କୁ ଆଶ୍ଚର୍ୟ୍ୟ ଚକିତ କରାଇଥିଲା ।

