ବଂଶ ବୁଡେଇଦେଲା iPhone : ଦାମୀ ଫୋନ୍ ପାଇଁ ପରିବାରର ୩ ମୃତ

ମୁମ୍ବାଇ: ଯେଉଁ ପୁଅର ଭବିଷ୍ୟତ ପାଇଁ ବାପା-ମା’ ଦିନରାତି ପରିଶ୍ରମ କରୁଥିଲେ, ଆଜି ସେହି ପୁଅକୁ ନେଇ ଘଟିଛି ଅତ୍ୟନ୍ତ ଦୁଃଖଦ ଘଟଣା। ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜିନଗରର ତିସଗାଁଓ ଅଞ୍ଚଳରେ ଆଇଫୋନ୍‌କୁ ନେଇ ପରିବାରରେ ଆରମ୍ଭ ହୋଇଥିବା ବିବାଦର ଶେଷ ଅତ୍ୟନ୍ତ ଦୁଃଖଦ ହୋଇଛି। ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ୧୮ ବର୍ଷୀୟ କୁନାଲ ନିଜ ପାଇଁ ଆଇଫୋନ୍ କିଣିବାକୁ ବାପା-ମା’ଙ୍କ ନିକଟରେ ଜିଦ୍ କରିଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବାପା ତାଙ୍କ ଦାବି ପୂରଣ କରିବାକୁ ମନା କରିଥିଲେ। ଏହାକୁ ନେଇ କୁନାଲ ରାଗିଯାଇ ପରିବାର ସହ ଝଗଡ଼ା କରିଥିବା ଅଭିଯୋଗ ହୋଇଛି।

ପରେ ସେ ଘର ଛାଡ଼ି ଏକ ପାହାଡ଼ିଆ ଅଞ୍ଚଳକୁ ଚାଲିଯାଇଥିଲେ। ତାଙ୍କୁ ବୁଝାଇ ଘରକୁ ଫେରାଇ ଆଣିବାକୁ ପରିବାର ଓ ସ୍ଥାନୀୟ ଲୋକେ ଚେଷ୍ଟା କରିଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ସେଠାରେ ପହଞ୍ଚିଥିଲେ।

ଉଦ୍ଧାର ପାଇଁ ଉଦ୍ୟମ ଚାଲିଥିବା ସମୟରେ କୁନାଲ ଓ ତାଙ୍କ ବାପାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି। ଏହାପରେ ଉଭୟେ ପାହାଡ଼ରୁ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୁଅ ଓ ସ୍ୱାମୀଙ୍କୁ ଏଭଳି ଅବସ୍ଥାରେ ଦେଖି ମା’ ଗଭୀର ମାନସିକ ଆଘାତରେ ଥିବା ବେଳେ ପରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଏହି ଘଟଣା ପରେ ଗୋଟିଏ ପରିବାର ନିଃଶେଷ ହୋଇଯାଇଛି। ଏକ ମୋବାଇଲ୍ ଫୋନ୍‌କୁ ନେଇ ଆରମ୍ଭ ହୋଇଥିବା ବିବାଦ ଏଭଳି ଦୁଃଖଦ ପରିଣତି ଆଣିଥିବା ଘଟଣା ଏବେ ଅନେକ ପ୍ରଶ୍ନ ଛିଡ଼ା କରିଛି। ଜୀବନ ଠାରୁ କୌଣସି ଜିନିଷ, ଇଚ୍ଛା କିମ୍ବା ଜିଦ୍ ବଡ଼ ନୁହେଁ—ଏହି ଘଟଣା ଏହାର ଏକ ଗଭୀର ଶିକ୍ଷା ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ