ଦର୍ଶକବନ୍ଧୁ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାର ସ୍କିମ ଲଂଚ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ହିତରେ ଆରମ୍ଭ କରାଯାଉଛି ବିଭିନ୍ନ ପ୍ରକାର ଯୋଜନା । ଯାହାର ଲାଭ ଉଟାଉଛନ୍ତି ଲୋକେ । ଅବଶ୍ୟ ଅନେକ ଏହାର ଫାଇଦା ନେଉଥିବା ବେଳେ ଆଉ କିଛି ବଂଚିତ ହୋଇ ଯାଉଛନ୍ତିା ଯାହାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ସାମ୍ନାକୁ ଆସେ । ତେବେ ଏବେ ଆମେ ଯେଉଁ ଖବରଟିକୁ ଆପଣଙ୍କ ପାଇଁ ଆଣିଛୁ, ତାକୁ ଶୁଣିଲେ ଆପଣ ଖୁସି ହୋଇଯିବେ । ଏବେ ଅବିବାହିତ ମହିଳା ପୁରୁଷଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ହରିୟାଣା ସରକାର । ଯଦି ଆପଣ ବିବାହ କରିନାହାନ୍ତି, ତେବେ ନିହାତି ଭାବେ ଏହା ଆପମଙ୍କ ପାଇଁ ଖୁସି ଖବର ହେବ । ଏମିତିକି ଆପଣ ହୁଏତ ଆଉ ବିବାହ କରି ଜଞ୍ଜାଳମୁକ୍ତ ସାଂସାରିକ ଜୀବନରେ ଛନ୍ଦି ହେବାକୁ ଇଚ୍ଛା ପ୍ରକାଶ କରିବେନି । କାହିଁକି ନା ଅବିବାହିତଙ୍କ ପାଇଁ ସରକାର କିଛି ଏମିତି ନୂଆ ଯୋଜନା ଆଣିବାକୁ ଯାଉଛନ୍ତି ।
ଅବିବାହିତଙ୍କୁ ଖୁସି କରିବା ପାଇଁ ଏମିତି ଏକ ଯୋଜନା ଆରମ୍ଭ ହେବାକୁ ଯାଉଛି। ବୟସ୍କଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ଅବିବାହିତଙ୍କ ପାଇଁ କି ଯୋଜନା ରହିଛି ବୋଲି ଅଭିଯୋଗ ପରେ ଏମିତି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ସରକାର। ସରକାର ସମସ୍ତଙ୍କ ପାଇଁ ଯୋଜନା କରୁଛନ୍ତି। ହରିୟାଣା ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ସହ ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଆଦି ଦେଉଛନ୍ତି। ହେଲେ ଅବିବାହିତଙ୍କ ପାଇଁ କ’ଣ ରହିଛି। ଏମିତି ଏକ ପ୍ରଶ୍ନ କରି ଜଣେ ଅବିବାହିତ ବ୍ୟକ୍ତି ହରିୟାଣା ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଉ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ହରିୟାଣା ସରକାର।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏକ କାର୍ୟ୍ୟକ୍ରମରେ ଏହି ନୂଆ ଯୋଜନା ଉପରେ ନିଜ ସରକାରର ମତ ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଅବିବାହିତଙ୍କ ପାଇଁ ସରକାର ପେନସନ ଯୋଜନା ଆଣୁଛନ୍ତି। ଏହି ଯୋଜନାରେ ୪୫ ବର୍ଷରୁ ଅଧିକ ଅବିବାହିତ ଯୁବକ ଓ ଯୁବତୀଙ୍କୁ ଲାଭ ମିଳିବ। ଏଥିପାଇଁ ବ୍ୟକ୍ତି ହରିୟାଣାର ବାସିନ୍ଦା ହେବା ସହ ବର୍ଷକୁ ଆୟ ଏକ ଲକ୍ଷ ୮୦ ହଜାର ଟଙ୍କାରୁ ଅଧିକ ହୋଇନଥିବ। ତେବେ ଅବିବାହିତଙ୍କୁ କେତେ ଟଙ୍କା ପେନସନ ଦିଆଯିବ ତାହା ସ୍ଥିର ହୋଇନାହିଁ।
ଏହା ଉପରେ ସରକାର ବିଚାର କରୁଥିବା ମୁଖ୍ୟମନ୍ତ୍ରୀ ମନୋହରଲାଲ କହିଛନ୍ତି। କୁହାଯାଉଛି, ଯଦି ଏହି ଅବିବାହିତଙ୍କ ପାଇଁ ସ୍କିମକୁ ମଞ୍ଜୁରୀ ମିଳେ, ତେବେ ଏହାଦ୍ବାରା ହରିୟାଣାର ପାଖାପାଖି ଏକ ଲକ୍ଷ ୨୫ ହଜାର ଅବିବାହିତ ଯୁବକ-ଯୁବତୀ ଉପକୃତ ହେବେ।
ହରିୟାଣା ସରକାର ବୟସ୍କଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୩ ହଜାର ଟଙ୍କା ଦେଉଛନ୍ତି। ଯଦି ଅବିବାହିତଙ୍କୁ ପେନସନ ସ୍କିମକୁ ମଞ୍ଜୁରୀ ମିଳେ, ତେବେ ଏହି ଯୋଜନାରେ ମାସକୁ ୩ ହଜାର ଟଙ୍କା ଦିଆଯାଇପାରେ। ଅବିବାହିତଙ୍କୁ ପେନସନ ଯୋଜନାକୁ ଯଦି ହରିୟାଣା ସରକାର କାର୍ୟ୍ୟକାରୀ କରନ୍ତି, ତେବେ ଏହାର ପ୍ରଭାବ ଲୋକଙ୍କ ଉପରେ କିଭଳି ପଡ଼ିବ ତାହାକୁ ନେଇ ବି ଚାଲିଛି ବିଚାରବିମର୍ଶ।
ତେବେ ଦର୍ଶକବନ୍ଧୁ ଯଦି ଅବିବାହିତଙ୍କୁ ମାସିକିଆ ପେନସନ ମିଳେ ହୁଏତ ସେମାନେ କାମଧନ୍ଦା ନ କରି ବସିରହିବାକୁ ଚାହିଁବେ । କିଛି କରିବାକୁ ମନରେ ପ୍ରୋତ୍ସାହନ ଭାବନା ଜାଗ୍ରତ ହେବନି । ସେପଟେ ଯଦି ସରକାର ଏମିତି ମାସିକିଆ ପେନସନ ଦିଅନ୍ତି, ତାହା କେତେଦୂର ଠିକ, ନିଜ ମତାମତ ଆମକୁ କମେଣ୍ଟ କରି ଜଣାନ୍ତୁ ।

