ଭୁବନେଶ୍ୱର, 06|03: ମଦ ପିଇଲେ କେହି ପାଲଟେ ପାଗଳ । ଆଉ କେହି ହିତାହିତ ଜ୍ଞାନ ଭୁଲିଯାଏ । ହେଲେ କେବେ ଭାବିଛନ୍ତି କି ମଦ ପିଇବା ପରେ ଯଦି ମିଳିଯାଏ ସଫଳତା । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି କିଛି ଘଟିଥିଲା ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟର ହର୍,ଲ ଗିବସଙ୍କ ସହ । ମଦ ପିଇବା ପରେ ସେ ମାରିଥିଲେ ସେଞ୍ଚୁରୀ । ଆଉ ରଚିଥିଲେ ଇତିହାସ ।
ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର ହର୍ଶେଲ ଗିବ୍ସ । ଛକା ଓ ଚଉକା ମାରିବାରେ ସେ ଏକ୍ସପର୍ଟ । ଏଖଦା ସେ ଗୋଟିଏ ଓଭରରେ ଲଗାଇଥିଲେ ଛ ଛକା । ପଡିଆକୁ ଓହ୍ଲାଇଲେ ବିପକ୍ଷ ବୋଲର ତାଙ୍କୁ କରନ୍ତି ଭୟ । କିନ୍ତୁ ଦିନେ ନିଶାସକ୍ତ ହୋଇ ସେ କରିଥିଲେ ବ୍ୟାଟିଂ । ହେଲେ ମାରିନଥିଲେ ଫେଲ୍ । ଜବରଦସ୍ତ ଚାଲିଥିଲା ବ୍ୟାଟ୍ । ଆଉ ବ୍ୟାଟରୁ ବାହାରିଥିଲା ସେଞ୍ଚୁରୀ
ସେଦିନ ଥିଲା 2006 ମସିହା ମାର୍ଚ୍ଚ ମାସ 12 ତାରିଖ । ବିପକ୍ଷ ଟିମ୍ ଥିଲା ଅଷ୍ଟ୍ରେଲିଆ । ତେବେ ସେହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଟିମ୍ କରିଥିଲା 334 ରନ୍ । ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଦରକାର ଥିଲା 335 । ମ୍ୟାଚରେ ରିକି ପଣ୍ଟିଂ 105 ବଲରେ ମାରିଥିଲେ 164 ରନ୍ । ଦକ୍ଷିଣ ଆଫ୍ରିକାଠୁ ଅଷ୍ଟ୍ରେଲିଆଲ ପଲ୍ଲା ଥିଲା ଅଧିକ ମଜବୁତ ।

ହେଲେ ମୁକାବିଲାରେ ଦମଦାର ଖେଳିଥିଲେ ଗିବ୍ସ । କରିଥିଲେ 175 ରନ୍ । ଏଥିପାଇଁ ତାଙ୍କୁ ଦରକାର ପଡିଥିଲା ମାତ୍ର 111 ବଲ୍ । ଏଥିରେ ସାମିଲ ଥିଲା 21 ଚଉକା ଓ ସାତ ବିଶାଳ ଛକା । ପ୍ରାୟ 142 ମିନିଟ୍ ଧରି ବ୍ୟାଟିଂ କରିଥିଲେ ଗିବ୍ସ । ଏହା ସହ କ୍ରିକେଟ୍ ଇତିହାସର ଏକ ବଡ ଟାର୍ଗେଟକୁ ଚେଜ୍ କରିଥିଲା ଆଫ୍ରିକା । ହେଲେ ମ୍ୟାଚ୍ ସାରା ନିଶାସକ୍ତ ଥିଲେ ଗିବ୍ସ । ଆଉ କେହି ନୁହେଁ ବରଂ ନିଜେ ସେ ଏହା କରିଛନ୍ତି ସ୍ୱୀକାର ।
ନିଜ ଅଟୋବାୟୋଗ୍ରାଫି ଟୁ ଦି ପଏଣ୍ଟ ଅନୁସାରେ ମ୍ୟାଚ୍ ପୂର୍ବ ରାତିରେ ସେ ପିଇଥିଲେ ମଦ । ଆଉ ସକାଳୁ ମଧ୍ୟ ଛାଡିନଥିଲା ନିଶା । ସାରା ଦିନ ରହିଥିଲା ହାଙ୍ଗଓଭର । ଆଉ ଏହି ହାଙ୍ଗଓଭରରେ ସେ ଖେଳିଥିଲେ ମ୍ୟାଚ୍ । କିନ୍ତୁ ଭାଗ୍ୟ ଦେଇଥିଲା ସାଥା । ଷ୍ଟାଡିୟମରେ କିଛି ଭୁଲ କରିନଥିଲେ ଗିବ୍ସ । ବରଂ ନିଜ ଟିମକୁ ଦେଇଥିଲେ ଦବରଦସ୍ତ ବିଜୟ ।

